
ବଲିଉଡ଼ ନାୟୀକା ରାକ୍ଷୀ ସାୱନ୍ତ ପୁଣିଥରେ ସର୍ଚ୍ଚାରେ। କର୍ଣ୍ଣାଟକରେ ହିଜାବକୁ ନେଇ ଚାଲୁଥିବା ବାବାଦକୁ ନେଇ ଅନେକ ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ରାକ୍ଷୀ ସାୱନ୍ତଙ୍କର ହିଜାବ ସମ୍ଭନ୍ଧିତ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରାକ୍ଷି ସାୱ୍ନନ୍ତ ଏବଂ ସାରା ଖାନ ହିଜାବର ବିରୋଧ କରୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ପୁରୁଣା ବୋଲି ସ୍ପଷ୍ଟ ହେଲା।
Kattar Hindu Jagdish ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲଖା ଯାଇଛି ଯେ, ହିଜାବ ବିରୋଧି ମାନଙ୍କୁ ଠିକ୍ ଉତ୍ତର ଦେଲେ ରାଖି ସାୱନ୍ତ। ହିଜାବ ବିବାଦରେ ହିଯାବ ସପକ୍ଷରେ ଆସୁଥିବା ଲୋକମାନଙ୍କୁ ଏମିତି ପେଲା କେହି ପେଲିନଥିବେ ମୋ ଦେଖିବାରେ। ବାଃ ମାନିଗଲି ତମ ଦୁଇ ଜଣକୁ କି କଥା କହିଲ ମ
ତେବେ କଣ ରିଖି ସାୱନ୍ତ ଏବଂ ସାରା ଖାନ ହିଜାବ ବିରୋଧ ମାନଙ୍କୁ ଜବାବ ଦେଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ–
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଗୁଗୁଲରେ ଅଲଗା ଅଳଗା କି ଶବ୍ଦରେ ଖୋଜିଲୁ। ସର୍ଚ୍ଚରେ ଆମକୁ 2018 ରେ ଟେଲି ଟ୍ୱିଟ୍ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶିତ ଏକ ଭିଡିଓ ଦେଖିବାକୁ ମିଳିଥିଲା। ଯେଉଁଥିରେ ରାଖୀ ସାୱନ୍ତ ଏବଂ ସାରା ଖାନ୍ ବୁର୍ଖା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଏହି ସମୟରେ ଲୋକମାନେ ସାରା ଖାନ ଏବଂ ରାଖୀ ସାୱନ୍ତଙ୍କୁ ବିରୋଧ କରିଥିଲେ। ଯାହା ପରେ ସାରା ଖାନ ଏବଂ ରାଖୀ ସାୱନ୍ତଙ୍କୁ କ୍ଷମା ମାଗିବାକୁ ପଡିଲା।
ତେବେ ପରେ ଆମକୁ 2018ରେ Crazy 4 Tvରେ ପ୍ରକାଶିତ ଖବର ଅନୁସାରେ ରାକ୍ଷୀ ସାୱନ୍ତ ଏବଂ ସାରା ଖାନ ବୁର୍ଖାକୁ ନେଇ କହିଥିବା କଥାକୁ ଲୋକମାନେ ବିରୋଧ କରିଥିଲେ। ଏବଂ ପରେ ସେମାନଙ୍କୁ କ୍ଷମା ମଧ୍ୟ ମାଗିବାକୁ ପଡ଼ିଥିଲା। ଖବର ଅନୁସାରେ ସାରା ଖାନଙ୍କ ଏକ ଗୀତର ପ୍ରମୋଶନ ସମୟରେ ରାକ୍ଷୀ ସାୱନ୍ତ ଏବଂ ଶାରା ଖାନ ଏପରି ମତ ରଖିଥିଲେ। ଅଧିକ ସୂଚନା ପାଇଁ ତଳଏ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ରିଖି ସାୱନ୍ତ ହିଜାବ ବିରୋଧ ମାନଙ୍କୁ ଜବାବ ଦେଇଥିବା ଦାବିରେ ଭାଇରାଲ ଭିଡିଓ 2018 ମସିହାର ଅଟେ।

Title:ରିଖି ସାୱନ୍ତ ଏବଂ ସାରା ଖାନ ହିଜାବ ବିରୋଧ ମାନଙ୍କୁ ଜବାବ ଦେଲେ ?
Fact Check By: Saritadevi SamalResult: False
