କ’ଣ ରଥଯାତ୍ରାର ଏହି ଦୃଶ୍ୟ ନ୍ୟୁଜିଲାଣ୍ଡ କୋରୋନା ମୁକ୍ତ ହେବା ପର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

False Social

ଓଡ଼ିଶା ବାସୀଙ୍କ ପର୍ବ ରଥ ଯାତ୍ରା ଅଟେ। ଏହି ପର୍ବ ବିଶ୍ଵରେ ଅନେକ ଦେଶରେ ପାଳନ କରା ଯାଏ। କିଛି ଦିନ ପୂର୍ବରୁ ଏହି ପର୍ବର ଦିନ ଥିଲା। ହେଲେ ରାଜ୍ୟରେ କୋରୋନା ବ୍ୟାପୀ ଥିବା ରୁ ରଥ ଯାତ୍ରା ପାଳନ କୁ ନେଇ ଅନେକ ବିବାଦ ଉଠିଥିଲା। ସୁପ୍ରିମ କୋର୍ଟ ମଧ୍ୟ ପ୍ରଥମେ ରଥ ଯାତା ପାଳନ କୁ ଅନୁମତି ଦେଇ ନ ଥିଲା। କିନ୍ତୁ ପଛେ ମାତ୍ର ୫୦୦ ଲୋକଙ୍କ ଉପସ୍ଥିତି ରେ ରଥ ଯାତ୍ରା ପାଳନ ର ଅନୁମତି ମିଳିଥିଲା।

ଏହି ସମୟରେ ସୂଚନା ମିଳିଛି ଯେ ନ୍ୟୁଜିଲାଣ୍ଡ କୁ କୋରୋନା ମୁକ୍ତ ଘୋଷଣା କରିଲା ପରେ ସେଠାରେ ରଥ ଯାତ୍ରା ପାଳନ ହେଇଛି। ଏହି ବିଷୟ ନେଇ ସୋସିଆଲ ମିଡିଆ ରେ ଗୋଟିଏ ଭିଡିଓ ଖୁବ ଭାଇରାଲ ହେଉଛି। ୨୪ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ପେଜରେ ରଥ ଯାତ୍ରାର ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ କୋରୋନା ମୁକ୍ତ ଦେଶ ଘୋଷଣା ହେଲା ପରେ ନ୍ୟୁଜିଲାଣ୍ଡର ରାସ୍ତାରେ ଜଗନାଥଙ୍କ ରଥ ଗଡ଼ିଲା। ଏହି ଭିଡିଓରେ ଆମକୁ ଦେଖିବା କୁ ମିଳିଛି ଯେ ଗୋଟିଏ ବିଶାଳ ରଥ ଚାରି ପଟେ ଅନେକ ଲୋକ ଘେରି ଚିଡ଼ା ହେଇଛନ୍ତି ଏବଂ କୀର୍ତନ କରୁଛନ୍ତି। କିଛି ବିଦେଶୀ ଲୋକଙ୍କ ମଧ୍ୟରେ ଭକ୍ତି ଗୀତ ଏବଂ ନାଚ ହେଉଛି।

https://www.facebook.com/subhrajeet.dash.37/videos/1212879622381071/

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓ କୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତା ରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ଏସଆରସିଏଚ କରିଲା ପରେ ଆମକୁ ଏହି ବିଷୟ ନେଇ କିଛି ତଥ୍ୟ ମିଳିଲା ନାହିଁ। 

ଏହା ପରେ ଆମେ ୟୁଟ୍ୟୁବ ଯାଇ ନ୍ୟୁଜିଲାଣ୍ଡ ରଥ ଯାତ୍ରା ଲେଖି ସର୍ଚ କରିଲୁ। ୟୁଟ୍ୟୁବ ରେ ସର୍ଚ କରିଲା ପରେ ଆମକୁ ପୋଷ୍ଟ କରା ଯାଇଥିବା ଭିଡିଓ ମିଳିଲା। ୬ ଡିସେମ୍ବର ୨୦୧୯ ରେ ୟୁଟ୍ୟୁବ ରେ ପୋଷ୍ଟ କରା ଯାଇଥିବା ଏହି ଭିଡିଓରେ କୁହା ଯାଇଅଛି ଯେ ଏହା ଅକ୍ଲାଣ୍ଡର ହରେ କୃଷ୍ଣ ବାର୍ଷିକ ରଥ ଯାତ୍ରା ମହୋତ୍ସବ ଅଟେ। 

https://www.youtube.com/watch?v=831k5tMvFqI

ଏହା ପରେ ଆମେ ପୋଷ୍ଟ କରା ଯାଇଥିବା ଭିଡିଓ ଏବଂ ୟୁଟ୍ୟୁବ ରେ ମିଳିଥିବା ଭିଡିଓରେ ସମାନତା ବାହାର କରିଲୁ

ଏହା ପରେ ଆମେ ୨୦୨୦ ମସିହାରେ ନ୍ୟୁଜିଲାଣ୍ଡ ରେ ହେଇଥିବା ରଥ ଯାତ୍ରା ଭିଡିଓ ୟୁଟ୍ୟୁବରେ ଖୋଜିଲୁ। ୨୩ ଜୁନ ୨୦୨୦ ରେ ଓଟିଭି ଦ୍ଵାରା ୟୁଟ୍ୟୁବ ରେ ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ମିଳିଲା। ଏହି ଭିଏଅରେ କୁହା ଯାଇଅଛି ଯେ ଏହା ୨୦୨୦ ର ନ୍ୟୁଜିଲାଣ୍ଡ ରେ ପ୍ରଭୁ ଜଗନାଥଙ୍କର ରଥ ଯାତ୍ରା ଉତ୍ସବ। 

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୯ ମସିହାର ଅଟେ। ଯଦିଓ ରଥ ଯାତ୍ରା ନ୍ୟୁଜିଲାଣ୍ଡରେ ହୋଇଥିଲା କିନ୍ତୁ ଏହା କୋରୋନା ବ୍ୟାପିବା ପୂର୍ବ ଭିଡିଓ ଅଟେ। ପୋଷ୍ଟ ରେ କରା ଯାଇଥିବା ଦାବି ଯେ କୋରୋନା ମୁକ୍ତ ହେଲା ପରେ ନ୍ୟୁଜିଲାଣ୍ଡ ରେ ଏହି ରଥ ଯାତ୍ରା ହେବା କଥା ମିଥ୍ୟା ଅଟେ। ଦର୍ଶକ ଏବଂ ପାଠକଗଣଙ୍କ ପାଇଁ ଆମେ ୨୦୨୦ ମସିହାରେ ନ୍ୟୁଜିଲାଣ୍ଡ ରେ ହେଇ ଥିବା ରଥ ଯାତ୍ରା ର ୟୁଟ୍ୟୁବ ଭିଡିଓ ମଧ୍ୟ ଦେଖାଇଛୁ।

Avatar

Title:କ’ଣ ରଥଯାତ୍ରାର ଏହି ଦୃଶ୍ୟ ନ୍ୟୁଜିଲାଣ୍ଡ କୋରୋନା ମୁକ୍ତ ହେବା ପର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *