
ଉତ୍ତର ଆମେରିକାର ଅନେକ ଅଞ୍ଚଳରେ ଲୋକମାନେ କିଛି ଦିନ ପୂର୍ବରୁ ସୂର୍ଯ୍ୟ ଗ୍ରହଣର ସାକ୍ଷୀ ରହିଥିଲେ। ଏହା ମେକ୍ସିକୋର ପ୍ରଶାନ୍ତ ଉପକୂଳରୁ ଆରମ୍ଭ ହୋଇ କାନାଡାର ଆଟଲାଣ୍ଟିକ୍ ଉପକୂଳରେ ଶେଷ ହୋଇଥିଲା। ଏହି ଘଟଣାର ସାକ୍ଷୀ ହେବାକୁ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ।
ଏହି ପ୍ରସଙ୍ଗରେ ଅନେକ ଲୋକ ସମୁଦ୍ର ନିକଟରେ ଏକାଠି ହୋଇ ସୂର୍ଯ୍ୟପରାଗ ଦେଖିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହି ଘଟଣା ଦକ୍ଷିଣ ଆମେରିକାରେ ଘଟିଛି ଯେଉଁଠାରେ ଲୋକମାନେ ସମ୍ପ୍ରତି ସୂର୍ଯ୍ୟ ଗ୍ରହଣର ସାକ୍ଷୀ ରହିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ୨୦୨୦ ମସିହାର ଏକ ପୁରୁଣା ଭିଡିଓ ଅଟେ ଯାହାକୁ ସମ୍ପ୍ରତ୍ତି ସମୟର ସୂର୍ଯ୍ୟପରାଗ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଚଳିତ ବର୍ଷ ୨୯ ମାର୍ଚ୍ଚରେ ୟୁଟ୍ୟୁବରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓର କ୍ୟାପସନ୍ ରେ ଲେଖା ଯାଇଛି, “ସୂର୍ଯ୍ୟପରାଗ ସାକ୍ଷୀ ହେବା ପାଇଁ ଚିଲି ଦେଶର ଲୋକମାନେ ସମୁଦ୍ର ଉପକୂଳରେ ଏକତ୍ର ହୋଇଛନ୍ତି।”
ଏହି ଭିଡିଓ ନିକଟରେ ହୋଇଥିବା ସୂର୍ଯ୍ୟପରାଗ ପୂର୍ବରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। ତେଣୁ ଏହାର ସମ୍ପ୍ରତ୍ତି ସମୟର ଗ୍ରହଣର ଦୃଶ୍ୟ ହୋଇଥିବା ସମ୍ଭବ ନୁହେଁ।
ସମାନ ଭିଡିଓ ଆମକୁ ୨୦୨୨ ରେ ଫେସବୁକରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା।
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ପାନୋରାମା ନାମକ ୱେବସାଇଟରେ ୧୫ ଡିସେମ୍ବର ୨୦୨୦ ରେ ଭାଇରାଲ ଭିଡିଓର ଏକ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଘଟଣା ୨୦୨୦ ମସିହାର ଅଟେ ଯେତେବେଳେ ଆର୍ଜେଣ୍ଟିନା ଏବଂ ଚିଲି ଦେଶର ଆକାଶ ସୂର୍ଯ୍ୟ ଗ୍ରହଣ ହେତୁ ଅନ୍ଧକାର ହୋଇଥିଲା। ଏହି ସୂର୍ଯ୍ୟ ଗ୍ରହଣ ଇଟାଲୀ ଦେଶରେ ମଧ୍ୟ ଦୃଶ୍ୟମାନ ହୋଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ବିଭ୍ରାନ୍ତକାରୀ ବୋଲି ଜଣା ପଡ଼ିଛି। ଏହା ୨୦୨୦ ମସିହାର ଏକ ପୁରୁଣା ଭିଡିଓ ଅଟେ ଯାହାକୁ ସମ୍ପ୍ରତ୍ତି ସମୟର ସୂର୍ଯ୍ୟପରାଗ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଦକ୍ଷିଣ ଆମେରିକାର ଲୋକଙ୍କ ମାନେ ସୂର୍ଯ୍ୟପରାଗ ଦେଖୁଥିବା ଏହି ଭିଡିଓ ସମ୍ପ୍ରତ୍ତି ସମୟର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Misleading
