
ଚୀନ ସହିତ ସୀମା ରେ ବିବାଦ ବଢିଲା ପରେ ସେଠାର ଗୁଳିଚାଳନା ମଧ୍ୟ ହେଇଥିଲା ଯେଉଁ ତିରେ ଆମ ଦେଶର ୨୦ ଯବାନ ଶହିଦ ହେଇଥିଲେ। ଏହା ପରେ ସୂଚନା ମଧ୍ୟ ମିଳିଛି ଯେ ଭାରତ ଏବଂ ଚୀନ ଲାଦାଖ ଅଞ୍ଚଳରେ ନିଜ ସୈନ୍ୟ ବଳ ପରିମାଣ ରେ ବୃଦ୍ଧି କରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବା କୁ ମିଳିଛି ଯେ ଭାରତର କିଛି ସୈନ୍ୟ ଦଳ ଗୀତ ଗାଈ ରାସ୍ତାରେ ଚାଲି କି ଯାଉଛନ୍ତୁ। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହି ସୈନ୍ୟ ଜବାନ ମାନେ ଚୀନ ସହିତ ଲଢିବା ପାଇଁ ଏଲ ଓ ସି ଯାଉଛନ୍ତି।
ଏହି ଭିଡିଓ ୩୦ ଜୁନରେ ଟୁଇଟର ରେ ମଧ୍ୟ ପୋଷ୍ଟ କରା ଯାଇଛି ଓ ଏହା ଦାବି କରା ଯାଇଅଛି ଯେ ଉତ୍ତର କରନାଟକ କନ୍ନଡିଗାସ ସୈନ୍ୟ ଜବାନ ମାନେ ଚୀନ ସୀମା କୁ ଲଢେଇ କରିବା ପାଇଁ ଯାଉଛନ୍ତି। ଯାଉଥିବା ସମୟରେ ସେ ମାନେ ଗୋଟିଏ ଗୀତ ମଧ୍ୟ ଗାଉଛନ୍ତି ଯେଉଁଟା ଏପରି ଲାଗୁଛି ଯେ ସେମାନେ ଲଢେଇ ନୁହେଁ, ତୀର୍ଥ ଯାତ୍ରା ରେ ଯାଉଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଗୁଗୁଲ ଇନଭିଦ ଏକ୍ସଟେନସନ ଟୁଲ ସାହାଜ୍ଯତା ରେ ବିଭିନ୍ନ ଫ୍ରେମ ରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କୃଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ୧୮ ସେପ୍ଟେମ୍ବର ୨୦୧୯ ମସିହାରେ କନ୍ନଡ ଡେଲି ନ୍ୟୁଜର ୟୁଟ୍ୟୁବ ଛେନାଲରେ ପୋଷ୍ଟ ହେଇଥିବା ମିଳିଲା।
ଏହି ଭିଡିଓ ବିଷୟରେ ଆମେ ଟୁଇଟର ରେ ମଧ୍ୟ ଖୋଜି ପାଇଲୁ। ୧୬ ସେପ୍ଟେମ୍ବର ୨୦୧୯ ରେ ଟି.ଭି୯ କନ୍ନଡ ନିଜ ଟୁଇଟର ହେଣ୍ଡେଲ ରେ ଟୁଇଟ କରି କହିଛି ଯେ ଭାରତ ସେନା ଜବାନ କନ୍ନଡ ଗୀୟ ଗାଉ ଥିବା ଭିଡିଓ ଭାଇରାଲ ହେଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବିର ଭିଡିଓ ସହିତ କୌଣସି ସମ୍ବନ୍ଧ ନାହିଁ। ୨୦୧୯ ମସିହାର ଭିଡିଓ କୁ ବର୍ତମାନ ଭାରତ ଚୀନ ମଧ୍ୟରେ ଚାଲୁ ଥିବା ବିବାଦ ସହିତ ଯୁଡ଼ି ଗୁଜବ ସୃଷ୍ଟି କରା ଯାଉଅଛି।

Title:କ’ଣ ଏହି ସୈନ୍ୟ ଦଳ ଚୀନ ସହିତ ଲଢେଇ କରିବା ପାଇଁ ଏଲ ଓ ସି ଯାଉଛନ୍ତି? ଜାଣନ୍ତୁ ଶତ୍ୟ।
Fact Check By: Siddharth SahuResult: False