
ଫ୍ରାନ୍ସରେ ଗତ କିଛି ଦିନ ହେଲା ହେଉଥିବା ବିବିଦକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓଟି ଫ୍ରାନ୍ସର ଏକ ସହରର ଅଟେ। ଭାଇରାଲ ଭିଡିଓରେ ପୋଲିସ ଏକ ରାସ୍ତାରେ ଲୋକଙ୍କୁ ଗିରଫ କରୁଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଫ୍ରାନ୍ସରେ ପୋଲିସ ।
ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ଅଟେ।
5 ନଭେମ୍ବରରେ Utkal Tv Odia ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଫ୍ରାନ୍ସରେ ପୋଲିସ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 532 ଜଣ ଦେଖିସାରିଛନ୍ତି। ପୋଷ୍ଟକୁ ଅଧିକ ଲାଇକ ଏବଂ ସେୟାର ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଭିଡିଓ ଫ୍ରାନ୍ସ ପୋଲିସର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। 2 ନଭେମ୍ବର 2020 Dailymail ପେଜରେ ଭାଇରାଲ ଭିଡିଓ ପ୍ରକାଶିତ ହୋଇଥିବାର ଦେଖିଲୁ। ଯେଉଁଥିରେ ଲେଖାଯାଇଛି ଯେ, ବାର୍ସିଲୋନା, ସ୍ପେନର ଭିଡିଓ ଅଟେ। ଲକଡାଉନ ସମୟରେ ନିୟମର ଉଲ୍ଲଂଘନ କରୁଥିବା ଲୋକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସ ଏହି ସଂଘର୍ଷରେ କିଛି ଲୋକଙ୍କୁ ଗିରଫ ମଧ୍ୟ କରିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
31 ଅକ୍ଟୋବର 2020 Euronews ପେଜରେ ମଧ୍ୟ ଖବର ପାଇଲୁ। ରିପୋର୍ଟରେ ଲେଖାଯାଇ ଯେ “କରୋନା ଜୀବାଣୁ ଦ୍ୱାରା ପ୍ରତିବନ୍ଧକ ଉପରେ ବାର୍ସିଲୋନାରେ ଲୋକଙ୍କ ସହ ପୋଲିସ୍ ସହ ହିଂସାତ୍ମକ ସଂଘର୍ଷ” ହୋଇଥିଲା। ଏହି ଖବର catalan news, politico ପେଜରେ ମଧ୍ୟ ଦେଖିପାରିବେ । ଖବର ଅନୁସାରେ ଏହି ଘଟଣା ବାର୍ସିଲୋନାରେ ‘ବିୟା ଲାଇତାନା’ ନାମକ ଏକ ରାସ୍ତାରେ ପୋଲିସ୍ ସହିତ ବିକ୍ଷୋଭକାରୀଙ୍କ ମଧ୍ୟରେ ହିଂସାତ୍ମକ ଏନକାଉଣ୍ଟର ହୋଇଥିଲା। ତେଳ ଲିଙ୍କ ଦେଖନ୍ତୁ।
ଭାଇରାଲ ଖବରକୁ The Telegraph ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ପ୍ରକାଶିତ କରାଯାଇଛି।
ପରେ ଆମେ ଭାଇରାଲ ଭିଡିଓରେ ଦେଖାଯାଉଥିବା ରାସ୍ତା ଏବଂ ବିୟା ଲାଇତାନା(Via Laietana) ସ୍ଥାନ ସମାନ ନା ନାହିଁ ତାହା ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। Google mapରେ ଆମେ ଭାଇରାଲ ସ୍ଥାନର ଲୋକେସନ ପାଇଲୁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ତଳେ ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ସ୍ଥାନର ବିଶ୍ଳେଷଣ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓ ଫ୍ରାନ୍ସ ସହରର ନୁହେଁ ବରଂ ବାର୍ସିଲୋନାରେ ଲକ୍ଡାଉନ୍ ଉଲ୍ଲଂଘନ ହେତୁ ଲୋକ ଏବଂ ପୋଲିସ୍ ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓ ଅଟେ। ସ୍ପେନର ଭିଡିଓକୁ ଫ୍ରାନ୍ସର କହି ଭାଇରାଲ କରାଯାଉଛି।