
ବର୍ତ୍ତମାନ ସୋସିଆଲ ମିଡିଆରେ ବିପର୍ଯୟ ବାତ୍ୟା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରୁ ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଦମ୍ପତ୍ତି ବାଇକରେ ଯାଉଥିବା ସମୟରେ ବାତ୍ୟାରେ ଫସି ରହିଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ବାତ୍ୟା ବିପର୍ଯୟ ସମୟରେ ଗୁଜରାଟର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୨୧ ମସିହାରେ ଗୁଜୁରାଟରେ ଆସିଥିବା ତାଉତେ ବାତ୍ୟାର ଭିଡିଓ ଅଟେ।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହା ବିପର୍ଯୟ ବାତ୍ୟାର ଏକ ଦୃଶ୍ୟ ଅଟେ ଯାହା ଗୁଜରାଟ ରାଜ୍ୟରେ ଘଟିଛି।
ସମାନ ଭିଡିଓକୁ ଆପଣ ମାନେ ଏଠାରେ ଏବଂ ଏଠାରେ ମଧ୍ୟ ଭାଇରାଲ ହେଉଥିବା ଦେଖି ପାରିବେ।
ଆମ ଅନୁସନ୍ଧାନ:
ଆମ ଅନୁଅନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୦୨୧ ମସିହାର ଦୈନିକ ଭାସ୍କର ଗୁଜରାଟୀ ୱେବସାଇଟରେ ଭାଇରାଲ ଭିଡିଓରେ ଥିବା ଏକ ଦୃଶ୍ୟର ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଘଟଣା ୨୦୨୧ ରେ ଗୁଜୁରାଟରେ ଆସିଥିବା ତାଉତେ ବାତ୍ୟା ସମୟର ଭିଡିଓ ଅଟେ। ଏହି ଦୃଶ୍ୟ ଗୁଜରାଟର ସାଇଲା ଜିଲ୍ଲାରେ ଦେଖିବାକୁ ମିଳିଥିଲା।

ସମାନ ଭିଡିଓ ୨୦୨୧ ରେ ୟୁଟ୍ୟୁବରେ ମଧ୍ୟ ଅପ୍ଲୋଡ ହେଇଥିଲା ଯାହାକୁ ଆପଣ ମାନେ ଏଠାରେ ଦେଖି ପାରିବେ।
୧୭ ମଇ ୨୦୨୧ ରେ ଜଣେ ୟୁଜର ଭିଡିଓ ଟୁଇଟ କରି କହିଥିଲେ ଯେ ଏହା ତାଉତେ ବାତ୍ୟା ସମୟରେ ଗୁଜରାଟର ମାହୁଆ ଜିଲ୍ଲାର ଘଟଣା ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ବିପର୍ଯ୍ୟୟ ବାତ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ୨୦୨୧ ମସିହାରେ ଗୁଜରାଟରେ ତାଉତେ ବାତ୍ୟା ସମୟର ଏକ ଦୃଶ୍ୟ।

Title:କ’ଣ ଏହି ଭିଡିଓ ଗୁଜରାଟରେ ଘଟିଥିବା ବିପର୍ଯୟ ବାତ୍ୟାର ଦୃଶ୍ୟ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
