
ମଧ୍ୟପ୍ରଦେଶରେ ଉପନିର୍ବାଚନ ସାମ୍ନାରେଥିବା ବେଳେ ସୋସିଆଲ ମିଡିଆରେ ଅନେକ ଭିଜିଓ ଏବଂ ଫଟୋ ଭାଇରାଲ ହେବାରେ ଲେଗିଛି। କିଛି ସପ୍ତାହ ପୂର୍ବରୁ Jhariya Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ମଧ୍ୟପ୍ରେଦଶ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଉପରେ ଏକ ସଭାରେ ଜୋତା ଭିଙ୍ଗା ଯାଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବିଧାୟକ କିଣି ସରକାର ବନାଇଥିବା ବିଜେପି ସରକାରକୁ ଜନତା ଜୋତା ଚପଲ ପକାଇ ସ୍ୱାଗତ କରୁଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ଭାଇରାଲ କରାଯାଇଛି। ଏହା ସହ ପୋଷ୍ଟକୁ 14 ହଜାରରରୁ ଅଧିକ ଲୋକ ଦେଖି ସାରିଛନ୍ତି।
ଏହା ଛଡ଼ା ଭାଇରାଲ ଭିଡିଓ Deepak Kumar

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
11 ସେପ୍ଟେମ୍ବର 2020ରେ D for DK ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ସମାନ ଦାବିରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖି ଯାଇଛି ଯେ, ଶିବରାଜ ସିଂ ଚୌହାନ ଙ୍କୁ ଜୋତା ରେ ସ୍ୱାଗତ ! MP CM welcome by shoe। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାବା ସହ ଅନେକ ଲୋକ ଦେଖିସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ତେବେ ଶିବରାଜ ସିଂ ଚୌହାନଙ୍କ ଉପରେ ଜୋତା ଫୋପାଡ଼ିଥିବା ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧା ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଦେଖିଲୁ ଭାଇରାଲ ଭିଡିଭାଇରାଲ୍ ଭିଡିଓରେ କେହି ମାସ୍କ ପିନ୍ଧିନଥିବାର ଦେଖାଯାଉଛି। ଏହାଛଡ଼ା ଭିଡିଓରେ ଲୋକମାନେ ସାମାଜିକ ଦୂରତା ରକ୍ଷାକରୁଥିବାର ମଧ୍ୟ ଦେଖାଯାଉନାହିଁ। ଏହି ଭିଡିଓ ତଳେ ଦିଆଯାଇଥିବା କମେଣ୍ଟ ଅନୁସାରେ ଭାଇରାଲ ଭିଡିଓ ପୁରୁଣା ହୋଇଥାଇପାରେ।
ପରେ ଆମେ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଏହାକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। news18 ପଜେରେ ଭାଇରାଲ ଭିଡିଓ ପାଇଲୁ। ଯାହାକି ସେପ୍ଟେମ୍ବର 2018ରେ ପ୍ରକାଶତ କରାଯାଇଥିଲା। ଏହି ଭିଡିଓ ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାର 2018 ରେ ଆୟୋଜିତ ଜନ ଆଶିର୍ବାଦ ଯାତ୍ରା ସମୟର ଅଟେ। ଏହି ସଭାରେ ଶିବରାଜ ସିଂ ଚୌହାନଙ୍କ ଉପରେ କେହିଜଣେ ଚପଲ ଫିଙ୍ଗିଥିଲା। ସହି ସମୟରେ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ଏହା ଖବର Hindustantimes ଏବଂ patrika ଖବର ପେଜରେ ମଧ୍ୟ ପ୍ରକାଶତ ହୋଇଛି। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- news18 । Archive
deccanherald ପେଜରେ ପ୍ରକାଶତ ହୋଇଥିବା ଖବର ଅନୁସାରେ ଶିବରାଜ ସିଂ ପୁରା ଘଟଣାକୁ ତାଙ୍କ ହତ୍ୟାର ସଡ଼ଯନ୍ତ୍ର ବୋଲି କହିଥିଲେ। patrika ପ୍ରକାଶ ପାଇଥିବା ଖବର ଅନୁସାରେ ଘଟଣାର ପୂର୍ବଦିନ ତାଙ୍କ ଘର ଉପେର ପଥରମାଡ଼ ହୋଇଥିଲା। ଏହା ଛଡ଼ା ଆମକୁ mynation ପେଜରେ ପ୍ରକାଶତ ହୋଇଥିବା ଖବର ମଧ୍ୟ ମିଳିଲା। ଯେଉଁଥିରୁ ଆମେ ଜାଣିବାକୁ ପାଇଲୁ ଯେ, ଶିବରାଜ ସିଂଙ୍କ ଉପରେ ଚପଲ ପକାଇଥିବା କିଛି ଲୋକଙ୍କୁ ଗିରଫ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- deccanherald । Archive
ଏହା ଛଡ଼ା ସୋସିଆଲ ମିଡିଆରେ ଏପରି ପୁରୁଣା ଭିଡିଓକୁ ଏବେର କହି କିଛି ଫେକ ଖବର ଭାଇରଲା କରିଯାଇଛି। ଲିଙ୍କରେ କ୍ଲିକ କରି ଦେଖନ୍ତୁ।
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଶିବରାଜ ସିଂ ଚୌହାନଙ୍କ ଉପରେ ଚପଲ ଫିଙ୍ଗୁଥିବାର ଭାଇରାଲ ଭିଡିଓ ଦୁଇ ବର୍ଷ ପୁରୁଣା ଅଟେ। ଭାଇରାଲ ଭିଡିଓର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ।

Title:ଶିବରାସ ସିଂଙ୍କ ଉପରେ ଚପଲ ପଡୁଥିବାର ଭାଇରାଲ ଭିଡିଓ ଦୁଇ ବର୍ଷ ପୁରୁଣା ଅଟେ ।
Fact Check By: Saritadevi SamalResult: False