100 ନମ୍ବର ଗାଡ଼ିରେ ବସି ମଦ ପିଉଥିବା ଘଟଣା ଯୋଗୀ ଆଦିତ୍ୟନାଥ ସରକାର ସମୟର ?

False Social

ସୋସିଆଲ ମିଡିଆରେ ଯୋଗି ଆଦିତ୍ୟ ନାଥଙ୍କ ସରକାର ଉତ୍ତରପ୍ରଦେଶରେ ଦୁଇ ଜଣ ପୋଲିସ 100 ନମ୍ବର ଗାଡ଼ିରେ ମଦ ରଖୀ ପିଉଥିବାର ଦାବିରେ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦାବି କରାଯାଉଛି ଯେ, ଯୋଗି ସରକାରରେ ଲୋକମାନେ ଗୁଣ୍ଡାଠାରୁ ନୁହେଁ ବରଂ ଖାକି ବର୍ଦୀରେଥିବା ପୋଲିସଙ୍କଠାରୁ ଅଧିକ ଡରନ୍ତି। ଯୋଗି ସରକାରରେ ପୋଲିସ 100 ନମ୍ବର ଗାଡ଼ିରେ ବସି ଖୁଲମ ଖୁଲା ମଦ ପିଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

6 ଜୁଲାଇରେ Santosh kumar Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇି ଯେ, ଯୋଗୀ ସରକାରରେ, ୟୁପିର ଲୋକମାନେ ଗୁଣ୍ଡା ଅପେକ୍ଷା ଖାକି ୟୁନିଫର୍ମକୁ ଅଧିକ ଭୟ କରନ୍ତି, ପୋଲିସ୍ ନମ୍ବର 100 ଗାଡ଼ି କୁ ଦେଖନ୍ତୁ, ୟୁପି ପୋଲିସ ଖୁଲମଖୁଲା ମଦ୍ୟପାନ କରୁଛନ୍ତି, ଏହା ଉତ୍ତରପ୍ରଦେଶ ଜଙ୍ଗଲ ରାଜ ଜୟ ହିନ୍ଦ ଭାରତ ମାତା କିଙ୍କର କର୍ତ୍ତବ୍ୟ।  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ  28ଥର ସେୟାର କରାଯିବା ସହ ପୋଷ୍ଟକୁ 24 ଲାଇକ ଏବଂ 10 କମେଣ୍ଟ ମିଳିଥି। ତଳେ ଆର୍କାଇଭ ଲିଙ୍କ ଦେଖନ୍ତୁ। 

ତେବେ କଣ 100 ନମ୍ବର ଗାଡ଼ିରେ ପୋଲିସ ମଦ ପିଉଥିବା ଘଟଣା ଯୋଗି ଆଦିତ୍ୟନାଥଙ୍କ ସରକାର ସମୟର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଭିଡିଓର ଫଟୋ  newstrack ପେଜରେ ମିଳିଲା। ଯାହାକି 14 ମାର୍ଚ୍ଚ 2017ରେ ପ୍ରକାଶିତ ହୋଇଛି। ଖବର ଅନୁସାରେ ଭାଇରାଲ ଭିଡିଓ ୟୁପିର ଶାମଲି ଜିଲ୍ଲାର ପୋଲିସ ଷ୍ଟେସନ ଆଦର୍ଶ ମାଣ୍ଡି ଅଞ୍ଚଳର ଟିଟାଉଲି ଆଉଟପୋଷ୍ଟର ଅଟେ। ଯେଉଁଠାରେ ହୋଲି ଦିନ (ମାର୍ଚ୍ଚ 13)ରେ, ଦୀପକ ଏବଂ ଭିପିନ ନାମକ ଦୁଇଜଣ ପୋଲିସ ଡାଏଲ୍ 100 କାରର ବୋନେଟରେ ବସି ମଦ୍ୟପାନ କରୁଛନ୍ତି ଏବଂ କହୁଛନ୍ତି ଭାଇ, ଏହା ଆମର ପର୍ବ ।ଆମେ ମଧ୍ୟ ପର୍ବ ପାଳନ କରିବୁ ଏବଂ ଡ୍ୟୁଟି କରିବୁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- newstrackArchiveoneindia

Bahujan4India ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଯାହାକି 14 ମାର୍ଚ୍ଚ 2017ରେ ପୋଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

zeenews ପେଜରେ ମଧ୍ୟ ଭାଇରାଲ ଭିଡିଓ ସମ୍ପର୍କରେ ପ୍ରକାଶିତ କରାଯାଇଛି। ଯାହାକି 16 ମାର୍ଚ୍ଚ 2017ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଏହା ସ୍ପଷ୍ଟ କରେ ଯେ ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଏହି ଘଟଣା ଘଟିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଯୋଗି ଆଦିତ୍ୟନାଥଙ୍କ ସରକାର ସମୟର ନୁହେଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

IndiaTV  ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଉତ୍ତରପ୍ରଦେଶର ସିଏମ୍ ଯୋଗୀ ଆଦିତ୍ୟନାଥ 19 ମାର୍ଚ୍ଚ 2017 ରେ ଶପଥ ଗ୍ରହଣ କରିଥିଲେ, ଯେତେବେଳେ ଭାଇରାଲ୍ ଭିଡିଓରେ ରେକର୍ଡ ହୋଇଥିବା ଘଟଣା 13 ମାର୍ଚ୍ଚ 2017 ରେ ହୋଇଥିଲା, ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ୍ ଦାବି ମିଥ୍ୟା ଏବଂ ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ। 

ଶେଷକଥା-

ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ଯୋଗି ଆଦିତ୍ୟନାଥଙ୍କ ସରକାର ସମୟର ନୁହେଁ। ଯୋଗି ଆଦିତ୍ୟନାଥଙ୍କ ସରକାର ପୂର୍ବର ଅଟେ।

Avatar

Title:100 ନମ୍ବର ଗାଡ଼ିରେ ବସି ମଦ ପିଉଥିବା ଘଟଣା ଯୋଗୀ ଆଦିତ୍ୟନାଥ ସରକାର ସମୟର ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *