
ଦିଲ୍ଲୀର ଶାହୀନ ବାଗରେ CAA ବିରୋଧ ପ୍ରଦର୍ଶନ ଜୋରଦାର ଚାଲିଥିବା ବେଳେ ସୋସିଆଲ ମିଡିଆରେ ପ୍ରଦର୍ଶନର ଖବର ମଧ୍ୟ ଜୋରଦାର ଭାଇରାଲ ହେଉଛି। ଏଥି ମଧ୍ୟରେ 24 ଜାନୁଆରିରେ Puspendu mohanty ନାମକ ଜଣେ ଫେସବୁକ ୟୁଜର Ranit Govindaniର ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ କିଛି ମୁସ୍ଲିମ ଲୋକ ଖାଇବା ପ୍ରସ୍ତୁତ କରୁଥିବାର ଦେଖା ଯାଉଛନ୍ତି। ଏହା ସହିତ ଜଣେ ମୁସ୍ଲିମ ବ୍ୟକ୍ତି ଖାଇବାରେ ପାଟିରୁ କିଛି ପକାଉଥିବାର ଦେଖା ଯାଉଛନ୍ତି। ତେବେ ପୋଷ୍ଟରେ ଦାବି କରାଯାଇଛି ଯେ, ଶାହୀନ ବାଗରେ ବଣ୍ଟା ଜାଉଥିବା ବିରିଆନିର ସତ୍ୟ….ଅଣ ମୁସ୍ଲିମମାନଙ୍କୁ ଖାଇବାକୁ ଦେବା ପୂର୍ବରୁ ତା ଉପରେ ଛାପ ପକାଇ ଦିଆ ଯାଉଛି। ଏହା ସହିତ ପୋଷ୍ଟରେ ଲେଖା ଯାଇଛି ଯେ,ଯେଉଁମାନେ ମୁସ୍ଲିମମାନଙ୍କ ଘରେ ଖାଉଛନ୍ତି ସେମାନେ ମଧ୍ୟ ଏହା ଦେଖନ୍ତୁ । ଏହା ଦେଖିଲା ପରେ ଧର୍ମନିରପେକ୍ଷ ହେବା କଷ୍ଟକର ଦେଇଜିବ। ପୋଷ୍ଟ ତଳେ ଦେଖନ୍ତୁ।
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। କଣ ସତରେ ଶାହୀନ ବାଗରେ ଅଣ ମୁସ୍ଲିମମାନଙ୍କୁ ମୁସ୍ଲିମମାନେ ଖାଦ୍ୟରେ ଛାପ ପାକାଇ ଖାଇବାକୁ ଦେଇଛନ୍ତି। କାଣ ଭାଇରାଲ ଭିଡିଓ ଶାହୀନ ବାଗର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଦେଖିଲୁ ଯେ, ଭାଇରାଲ ଭିଡିଓରେ କୌଣସି ବ୍ୟକ୍ତି ସ୍ୱେଟର ପିନ୍ଧିନାହାନ୍ତି ଜେବେକି ଦିଲ୍ଲିର ଶାହୀନ ବାଗରେ ଏହି ସମୟରେ ଲୋକ ପ୍ରବଳ ଶିତରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଦିଲ୍ଲିର ଶାହିନ ବାଗରେ ମୁସ୍ଲିମ ବର୍ଗର ଲୋକମାନେ ଡିସେମ୍ବର 2019ରୁ CAA ବିରୋଧ ପ୍ରଦର୍ଶନ କରୁଛନ୍ତି। ଦିଲ୍ଲିର ପ୍ରବଳ ଶିତରେ ମଧ୍ୟ ପ୍ରଦର୍ଶନକାରି କୋର୍ଟ , ଜାକେଟ ଏବଂ ସ୍ୱେଟର ପିନ୍ଦି ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଭାଇରାଲ ଭିଡିଓରେ କୌଣସି ବ୍ୟକ୍ତି ଶୀତ ବସ୍ତ୍ର ପିନ୍ଧି ନାହାନ୍ତି।

ଏହା ଛଡା ଭିଡିଓରେ ଆମେ ଦେଖିଲୁ ଯେ, ଲୋକଙ୍କ ପଛପଟେ ନଡ଼ିଆ ଗଛ ଥିବାର ଦେଖାଯାଉଛି। The Caravan ପେଜରେ ଜି.ଡି.ବିଡଲା ମାର୍ଗ ଏବଂ ଶାହୀନ ବାଗର ଧରଣା ପ୍ରଦର୍ଶନର ଜାଗାକୁ ନେଇ ଏକ ରିପୋର୍ଟ ପ୍ରକାଶିତ କରିଛି। ଏହି ରିପୋର୍ଟ ମୁତାବକ ଆମେ ଗୁଗୁଲ ଲୋକେସନରେ ମାରି ସର୍ଚ୍ଚ କରିଲୁ। ଯେଉଁଥିରେ ଆମେ ସ୍ପଷ୍ଟ ହେଲୁ ଯେ, ଶାହୀନ ବାଗ ଧରଣା ପ୍ରଦର୍ଶନସ୍ଥଳୀରେ କୌଣସି ପ୍ରକାର ନଡ଼ିଆ ଗଛ ନଥିବାର ପାଇଲୁ। ଗୁଗୁଲ ନକ୍ସାରେ ଦେଖନ୍ତୁ।

ଏଠାରେ ଲୋକେଶନ ଦେଖନ୍ତୁ-Google location
ଏହା ପରେ ଭାଇରାଲ ଭିଡିଓକୁ ଇନଭିଡରେ ପାକାଇ ଇମେଜରେ ଭାଙ୍ଗିଲୁ। ଏହା ପରେ ଭାଙ୍ଗିଥିବା ଇମେଜ ମଧ୍ୟରୁ ଗୋଟେ ଇମେଜକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ରିଭର୍ସ ଇମେଜରେ ଆମକୁ ଏହି ଭିଡିଓ Basheer Bahrain ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଭିଡିଓଟି 15 ଡିସେମ୍ବର 2018ରେ ପୋଷ୍ଟ କରାଯାଇଛି। ଏହି ଭିଡିଓରେ ମାଲାୟଲମରେ ଲେଖା ଯାଇଛି, ଜାହାର ଅର୍ଥ ଆମେ ସ୍ପଷ୍ଟ କରିପାରିଲୁ ନାହିଁ। ପୋଷ୍ଟରୁ ଏତିକି ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଦୁଇ ବର୍ଷ ପୁରୁଣା ଅଟେ। ଏହାର ଶାହୀନ ବାଗ ସହ କୌଣସି ସମ୍ପର୍କ ନାହିଁ। ତେଳେ ଭିଡିଓ ଦେଖନ୍ତୁ।
ତେବେ ଭାଇରାଲ ଭିଡିଓ ପ୍ରକୃତରେ କେଉଁ ଅଞ୍ଚଳର ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। କାନ୍ତୁ ଭାଇରାଲ ଭିଡିଓର ଶାହୀନ ବାଗ ସହ କୌଣସି ସମ୍ପର୍କ ନାହିଁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓରେ ଶାହୀନ ବାଗରେ ପ୍ରଦର୍ଶନ କରୁଥିବା ଅଣ ମୁସ୍ଲିମମାନଙ୍କୁ ବିରିୟାନିରେ ଛାପ ପକାଇ ଦେଉଥିବାର ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ଦୁଇବର୍ଷ ପୁରୁଣା ଅଟେ ଏବଂ ସର୍ଚ୍ଚରୁ ଜଣା ଗଲା ଯେ, ଭାଇରାଲ ଭିଡିଓ ଦିଲ୍ଲୀ ଶାହୀନ ବାଗର ନୁହେଁ।

Title:ଦୁଇ ବର୍ଷ ପୁରୁଣା ଭିଡିଓକୁ ଶାହୀନ ବାଗରେ ଅଣ ମୁସ୍ଲିମ ପ୍ରଦର୍ଶନକାରୀଙ୍କୁ ଖାଇବାରେ ଛାପକାଇ ଦେଉଥିବା ଦାବିରେ ଭାଇରାଲ କାରାଯାଉଛି।
Fact Check By: Saritadevi SamalResult: False