
ସୋସିଆଲ ମିଡିଆରେ ଆଫଗାନିସ୍ତାନ ଏବଂ ତାଲିବାନ ମଧ୍ୟରେ ଚାଲିଥିବା ହିଂସା ଘଟଣାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଏବଂ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ଜଣେ ମହିଳାକୁ ଗୁଳିକରି ମାରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ଆଫଗାନିସ୍ତାନ ତାଲିବାନ ହିଂସା ଦାବିରେ ଭାଇରାଲ ହେଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
18 ଅଗଷ୍ଟରେ Route Jagannath ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଆଫଗାନିସ୍ତାନ ରୁ ଆସିଥିବା ଏକ ଦୃଶ୍ୟ।ଜଣେ ମୁସଲମାନ ମହିଳା ବୁର୍ଖ ମୁହଁରୁ କାଢ଼ିବାରୁ ବିଚ୍ ରାସ୍ତା ରେ ଗୁଳିକରି ହତ୍ୟା କଲେ ତାଲିବାନ୍। ଏ ହେଉଛନ୍ତି ବିଶ୍ଵର ସବୁଠାରୁ ବଡ ଶାନ୍ତିଦୂତ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 2000ରୁ ଅଧିକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ମହିଳାକୁ ହିଂସାତ୍ମକ ଭାବେ ମାରୁଥିବା ଭିଡିଓ ଆଫଗାନିସ୍ତାନ ତାଲିବାନ ହିଂସାର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରଲିୁ। ଆମ ଅନୁସନ୍ଦାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। raqqa-sl ପେଜରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 13 ଜାନୁଆରି 2015ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ସିରିଆର ଜଣେ ମହିଳାଙ୍କୁ ରାସ୍ତା ମଝିରେ ଅଲ-କାଏଦା ପୁରୁଷମାନେ ଗୁଳି କରି ହତ୍ୟା କରିଥିଲେ। ବୃଦ୍ଧ ମହିଳା ଉପରେ ବେଶ୍ୟା ଚଳାଉଥିବାର ଅଭିଯୋଗରେ ତାଙ୍କୁ ଗୁଳି କରି ହାତ୍ୟା କରିଥିଲେ। ମହିଳା ଅଲ-କାଏଦା ପୁରୁଷମାନଙ୍କୁ ତାଙ୍କ ପିଲାମାନଙ୍କୁ ଦେଖିବା ପାଇଁ କହିଥିଲେ କିନ୍ତୁ ସେମାନେ ମନା କରିଦେଇଥିଲେ। ଏହି ଭିଡିଓ ଫୁଟେଜ ଆଲେପ୍ପୋ ଠାରୁ 50 ମାଇଲ ଦୂରରେ ଉତ୍ତର-ପଶ୍ଚିମ ସିରିଆର ପୂର୍ବତନ ସରକାରୀ ଗଡ଼ ମରାଟ ଅଲ-ନୁମାନଙ୍କ କେନ୍ଦ୍ରୀୟ ଛକରେ ସୁଟିଂ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। The times ପେଜରେ ମଧ୍ୟ ଭାଇରାଲ ଭିଡିଓର ଖବର ଦେଖିପାରିବେ।

ଏଠାରେ ଲିଙ୍କ ଦେଖନ୍ତୁ- raqqa-sl । Archive
ଏହା ପରେ ମିଳିଥିବା ଖବରକୁ ନେଇ ଆମେ ଗୁଗୁଲରେ ଅଧିକ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Dailymail ନ୍ୟୁଜ ପେଜରେ ଭାଇରାଲ ଭିଡିଓର ଖବର ମିଳିଲା। ପେଜରେ ଭାଇରାଲ ଖବର 15 ଜାନୁଆରି 2015ରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ ଏହି ଘଟଣା ସିରିଆରେ ଘଟିଛି, ଯେଉଁଠାରେ ମହିଳାଙ୍କୁ ବ୍ୟଭିଚାର ଅଭିଯୋଗ ହେବା ପରେ ଅଲ-କାଏଦା ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏଠାରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଭିଡିଓ ଏକ ମୋବାଇଲ ଫୋନ ଦ୍ୱାରା ସୁଟିଂ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହା ଛଡ଼ା ଏହି ଖବର Independent ଖବର ପେଜରେ ମଧ୍ୟ ପ୍ରକାଶିତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Dailymail। Archive। Independent
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, 2015ରେ ସିରିୟାରେ ଘଟିଥିବା ଘଟଣାକୁ ଆଫଗାନିସ୍ତାନରେ ବର୍ତ୍ତମାନ ତାଲିବାନ ଜଣେ ମହିଳାଙ୍କୁ ହିଂସାତ୍ମକ ଭାବେ ହତ୍ୟାକରିଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:2015ରେ ସିରିୟାରେ ଜଣେ ମହିଳାକୁ ଅଲ-କାଏଦା ଦ୍ୱାରା ଗୁଳିକରି ହତ୍ୟା କରାଯାଇଥିବା ଭିଡିଓକୁ ଆଫଗାନିସ୍ତାନର କହି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
