
ଦିଲ୍ଲି ନିର୍ବାଚନକୁ ନେଇ ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ବିଜେପି କର୍ମି ଲୋକଙ୍କୁ 700 ଟଙ୍କା ଦେଇ ଭୋଟ କିଣିବା ଦାବିରେ ଏକ ଭିଡିଓ ଭାଇରାଲ ହେଉଛି। 30 ଜାନୁଆରିରେ Lupteswar Jani ନାମକ ଜଣେ ଫେସବୁକ ୟେୁଜର ଯୁବ କଂଗ୍ରେସ ସଂଗଠନ (Youth congress Organaisation) ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବିଜେପି ଦଳର କାରନାମା ଦେଖନ୍ତୁ, ଦିଲ୍ଲିରେ 700 ଟଙ୍କା ଦେଇ ଲୋକମାନଙ୍କଠାରୁ ଭୋଟ କିଣୁଛି। ଆମ ଅନୁସନ୍ଧାନ ପୂର୍ବ ପର୍ଯ୍ୟନ୍ତ ଭିଡିଓକୁ 7,496 ଜଣ ଦେଖି ସାରିଥିଲେ। ତେଳେ ପୋଷ୍ଟ ଦେଖନ୍ତୁ।
ତେବେ ପୋଷ୍ଟର ସତ୍ୟତ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଭଲରେ ଦେଖିଲୁ। ଭାଇରାଲ ଭିଡିଓରେ ମହିଳା ଜଣକ ଧରିଥିବା ପାମ୍ପଲେଟକୁ ଭଲରେ ଦେଖିଲୁ। ଯେଉଁଥିରେ ଶ୍ରୀମତି କୌଶଲ୍ୟା ଦେବି ବଂସଲ ଲେଖା ଯାଇଥିଲା ।ଏହା ପରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଇମେଜରେ ଭାଙ୍ଗିଲୁ ଏବଂ ପରେ ସେହି ଇମେଜ ମଧ୍ୟରୁ ଗୋଟେ ଏମେଜକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। 22 ଡିସେମ୍ବର 2019ରେ Dainik Bhaskar ପେଜରେ ପ୍ରକାଶିତ ହୋଇଥିବା ଏକ ଅନୁଚ୍ଛେଦ ମିଳିଲା। ଅନୁଚ୍ଛେଦ ଅନୁସାରେ ଭାଇରାଲ ଭଇଡିଓ ଛତିସଗଡ଼ର ଅଟେ। ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଛତିସଗଡ଼ ରାଏପୁରର ଭିଡିଓରେ ନଗର ପାଳିକା ତଥା ବୋର୍ଡ-19ର ବିଜେପି କର୍ମି କୌଶଲ୍ୟା ଦେବି ବଂସଲ ଏବଂ ତାଙ୍କ ସମ୍ପର୍କିୟ ଲଲିତା ଅଗ୍ରବାଲ ତଥା ବିଜେପିର ଜିଲ୍ଲା ଅଧ୍ୟକ୍ଷ୍ୟ ଅଟନ୍ତି। ଭିଡିରେ ଦୁଇ ଜଣ ରାତିରେ ଜଣକ ଘର କବାଟ ପାଖରେ ଠିଆ ହୋଇ ଘରେ ଥିବା ଲୋକଙ୍କୁ ପ୍ରଥମେ ନିର୍ବାଚନର ପାମ୍ପଲେଟ ଦେଉଛନ୍ତି, ଏହା ପରେ ସାଧା ଧଳା କାଗଜରେ କିଛି ଦେଉଛନ୍ତି ଏବଂ କହୁଛନ୍ତି ଖାମରେ ଦିଦିଙ୍କ ତରଫରୁ ଗିଫ୍ଟ ଅଛି। ଗୋଟେ ଭୋଟର 700-700 ଟଙ୍କା ଦାଆ ଯାଇଛି। ଅଧିକ ସୂଚନା ପାଇଁ ତଳେ ଦିଆ ଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Dainik Bhaskar । Archive
ଆମେ ଭାଇରାଲ ଭିଡିଓକୁ ଭଲରେ ଦେଖିଲୁ। ଭାଇରାଲ ଭିଡିଓରେ ମହିଳା ଜଣକ ଧରିଥିବା ପାମ୍ପଲେଟକୁ ଭଲରେ ଦେଖିଲୁ। ଯେଉଁଥିରେ ଶ୍ରୀମତି କୌଶଲ୍ୟା ଦେବି ବଂସଲ ଲେଖା ଯାଇଥିଲା

ଏହା ପରେ ଆମେ କୌଶଲ୍ୟା ଦେବି ବଂସଲର ଫେସବୁକ ପେଜ ଦେଖିଲୁ । ଏଥିରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ ପାମ୍ପପ୍ଲେଟ ଦେଉଥିବା ମହିଳା ପଛରେ ଠିଆ ହୋଇଥିବା ମହିଳା କୌଶଲ୍ୟା ଦେବି ବଂସଲ ଅଟନ୍ତି। ତେଳେ ଆମେ ଭାଇରାଲ ଦେଉଥିବା ଭିଡିରେଥିବା ମହିଳା ଏବଂ ଆମକୁ ମିଳିଥିବା ଫେସବୁକ ପେଜର ମହିଳାର ଫୋଟୋକୁ ବିଶ୍ଲେଷଣ କରିଲୁ। ତଳେ ଦେଖନ୍ତୁ।

ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ ଥିବା ମହିଳା ବିଜେପି କର୍ମି ଅଟନ୍ତି ସତ କିନ୍ତୁ ଏହି କର୍ମି ଦିଲ୍ଲୀ ନୁହଁ ବରଂ ଛତିସଗଡ଼ ରାଜ୍ୟ ରାଏପୁରର ଅଟନ୍ତି। ଏହା ସହିତ ଏହି ଭିଡିଓ ଡିସେମ୍ବର 2019ର ଅଟେ। ଏହି ଭିଡିଓର ଦିଲ୍ଲୀ ନିର୍ବାଚନ ଅଥବା ଦିଲ୍ଲି ବିଜେପି କର୍ମି ସହ କୌଣସି ସମ୍ପର୍କ ନାହିଁ।
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓରେ ଦିଲ୍ଲୀ ବିଜେପି କର୍ମି ଦିଲ୍ଲୀ ନିର୍ବାଚନ ପାଇଁ 700 ଟଙ୍କା ଦେଇ ଭୋଟ କିଣୁଥିବା ଦାବି ମିଥ୍ୟା ଅଟେ। ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ ଥିବା ମହିଳା ବିଜେପି କର୍ମି ଅଟନ୍ତି ସତ କିନ୍ତୁ ଏହି କର୍ମି ଦିଲ୍ଲୀ ନୁହଁ ବରଂ ଛତିସଗଡ଼ ରାଜ୍ୟ ରାଏପୁରର ଅଟନ୍ତି। ଏହା ସହିତ ଏହି ଭିଡିଓ ଡିସେମ୍ବର 2019ର ଅଟେ। ଏହି ଭିଡିଓର ଦିଲ୍ଲୀ ନିର୍ବାଚନ ଅଥବା ଦିଲ୍ଲୀ ବିଜେପି କର୍ମି ସହ କୌଣସି ସମ୍ପର୍କ ନାହିଁ।

Title:ଛତିସଗଡ଼ର ପୁରୁଣା ଭିଡିଓକୁ ଦିଲ୍ଲୀ ବିଜେପି କର୍ମି 700 ଟଙ୍କା ଦେଇ ଭୋଟ କିଣିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False