କ’ଣ ମହିଳାମାନେ ନିଜ ସୁରକ୍ଷ୍ୟା ପାଇଁ ଅଟୋ କିମ୍ବା ଗାଡି ନମ୍ବର ଏହି 9969777888 ନମ୍ବରରେ SMS କଲେ ପୋଲିସ GPRS ଦ୍ୱାରା ତାଙ୍କ ଉପରେ ନଜର ରଖିପାରିବ?

False Social

14 ଜାନୁଆରି Sisir kumar barik ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ନମ୍ବର ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, ଯାନବାହାନରେ ଏକୁଟିଆ ଯାତ୍ରା କରୁଥିବା ମା,ଭଉଣୀମାନଙ୍କ ହିତରେ ଜାରି।ଆପଣ ଏକାକୀ ଯେବେବି ରାତ୍ରିରେ କୌଣିସ ଅଟୋ କିମ୍ବା ଟାକ୍ସିରେ ବସିସେ ତ ସେ ଅଟୋ ବା ସେ ଟାକ୍ସିର ନମ୍ବର କୁ 9969777888 ନମ୍ବର କୁ ଏସଏମଏସ କରିଦେବେ। ଆଉ ସେପଟୁ ଆପଣଙ୍କୁ ତତ୍କାଳ  Acknowlegment  ପାଇଁ sms ଆସିବ କି ଆପଣଙ୍କ ଗାଡି ଉପରେ  GPRS ଦ୍ୱାରା ନଜର ରଖାଯିବ , ଧନ୍ୟବାଦ। ଏହା ସହିତ ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରବା ପାଇଁ ନିବେଦନ କରାଯାଇଛି। ପୋଷ୍ଟରେ ଏକ ପୋଲିସ କର୍ମିର ମଧ୍ୟ ଫୋଟୋ ଦିଆ ଯାଇଛି ଏବଂ ଫୋଟୋ ତଳେ Suresh Arora,IPS ଲେଖା ଯାଇଛି।

ଏଠାରେ ଲିଙ୍କ୍ ଦେଖନ୍ତୁ-FacebookArchive

ତେବେ କଣ ସତରେ 9996777888 ନମ୍ବରରେ ଗାଡି ନମ୍ବର ଏସଏମଏସ କରିଲେ ପୋଲିସ GPRS ଦ୍ୱାରା ଗାଡି ଉପରେ ନଜର ରଖିବ। ଏହି ନମ୍ବର ମହିଳାଙ୍କ ସୁରକ୍ଷ୍ୟା ପାଇଁ ବ୍ୟବହାର କରାଯାଉଛି। ଭାଇରାଲ ନମ୍ବର ପଛର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଗୁଗୁଲରେ 9969777888 ନମ୍ବର ଲେଖି ସର୍ଚ କରିଲୁ। ସର୍ଚରେ ଆମକୁ  8 ମାର୍ଚ 2014ରେ The Indian expressରେ ଏହାକୁ ନେଇ ଏକ ନ୍ୟୁଜ ପ୍ରକାଶିତ କରାଯାଇଥିବାର ପାଇଲୁ। ପ୍ରକାଶିତ ହୋଇଥିବା ନ୍ୟୁଜକୁ ପଢ଼ିଲା ପରେ ଆମେ ପାଇଲୁ ଯେ 9969777888 ନମ୍ବରଟି 2014 ମହିଳା ଦିବସରେ ମୁମ୍ବାଇ ପୋଲିସ ଲଞ୍ଚ କରିଥିଲା। ମୋମ୍ବାଇ ପୋଲିସ ଏହି ହେଲ୍ପଲାଇନ ନମ୍ବର ଲଞ୍ଚ କରିଥିଲେ। ତେବେ ଏହି ନମ୍ବର କେଉଁ ଘଟଣା ପରେ ଆରମ୍ବ ହୋଇଥିଲା ତାହା ଜାଣିବା ପାଇଁ ଆମେ ପୁରା ଅନୁଚ୍ଛେଦ ପଢ଼ିଲୁ। ଏହା ପରେ ଆମକୁ ଆଗକୁ ଜଣା ଗଲା ଯେ, ଏହି ହେଲ୍ପ ଲାଇନକୁ ମାର୍ଚ 2014ରେ ମୁମ୍ବାଇ ପୁଲିସ ମୋବାଇଲ ସର୍ଭିସ ପ୍ରୋୱାଇଡର କମ୍ପାନି MTNL ସହିତ ମିଶିକରି ଆରମ୍ଭ କରିଥିଲେ।  କହିରଖୁଛୁ ଯେ, 2014ରେ ହାଇଦ୍ରାବାଦର ଏକ ଆଇଟି ଇଞ୍ଜିନିୟର ଅନୁୟା ସହ ଗଣଦୁଷ୍କର୍ମ ହୋଇଥିଲା ଏବଂ ପରେ ତାଙ୍କ ହତ୍ୟା କରି ଦିଆଯାଇଥିଲା।

ଏଠାରେ ଲିଙ୍କ୍ ଦେଖନ୍ତୁ-The Indian express  । Archive

ଏହା ପରେ ନେଟରେ ଆମକୁ 2 ମାର୍ଚ 2017 ରେ Mid dayରେ ପ୍ରକାଶିତ ହୋଇଥିବା ଏକ ନ୍ୟୁଜ ପାଇଲୁ । ଯେଉଁଥିରେ ଲାଖା ଯାଇଛି ଯେ, 2014ରେ ମହିଳାଙ୍କ ସୁରକ୍ଷ୍ୟା ପାଇଁ ଲଞ୍ଚ କରାଯାଇଥିବା 9969777888  ନମ୍ବର 2017ରେ ବନ୍ଦ କରି ଦିଆ ଯାଇଛି। ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଏହି ନମ୍ବରକୁ ଭଲ ପ୍ରତିକ୍ରିୟା ନ ମିଳିବାରୁ ଏହାକୁ 2017ରେ ବନ୍ଦ କରିଦିଆ ଯାଇଛି। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।

ଏଠାରେ ଲିଙ୍କ୍ ଦେଖନ୍ତୁ-Mid day ।  Archive

ଏହାଛଡ଼ା ଆମେ ଟ୍ୱିଟର ଆକାଣ୍ଟରେ ଦିଲ୍ଲି ପୋଲିସ   2016ରେ ଏହି ନମ୍ବର ସମ୍ବନ୍ଧିୟ ଏକ ପୋଷ୍ଟ କରିଥିବା ଏକ ଟ୍ୱିଟ ପାଇଲୁ।  ଟ୍ୱିଟରେ ଲେଖା ଯାଇଛି ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ନମ୍ବର 9969777888 ଗୁଜବ ଅଟେ। ଭାଇରାଲ ହେଉଥିବା ଏହି ନମ୍ବର ପୋଲିସ ହେଲ୍ପ ଲାଇନ ନମ୍ବର ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି 9969777888 ନମ୍ବର ଗୁଜବ ସହ 2016ରେ ମଧ୍ୟ ଭାଇରାଲ କରାଯାଇଥିଲା। ଯାହାକୁକି ଦିଲ୍ଲି ପୋଲିସ ଫେକ କହି ଲୋକଙ୍କୁ ସଚେତନ କରିଥିଲେ।

ଏଠାରେ ଲିଙ୍କ୍ ଦେଖନ୍ତୁ-TwitterArchive

ଏହା ଛଡ଼ା 2019 ନଭେମ୍ବରରେ ହାଇଦ୍ରାବାଦ ଗଣ ଦୁଷ୍କର୍ମ ପରେ ମଧ୍ୟ ଏହି ନମ୍ବକୁ ଲୋକେ ପୋଲିସ ହେଲ୍ପ ଲାଇନ କହି ସେୟାର କରୁଥିଲେ। କିନ୍ତୁ ହାଇଦ୍ରାବାଦ ପୋଲିସ ମଧ୍ୟ 3 ଡିସେମ୍ବର 2019ରେ ଏହି ନମ୍ବରକୁ ଫେକ କହି ଟ୍ୱିଟ କରିଥିଲେ। ହାଇଦ୍ରାବାଦ ପୋଲିସ କହିଥିଲେ ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଲିସ ମୋବାଇଲ ଟ୍ରାକିଙ୍ଗ ନମ୍ବର ମିଥ୍ୟା ଅଟେ। ଏହାକୁ ସେୟାର କରନ୍ତୁ ନାହିଁ।

ଏଠାରେ ଲିଙ୍କ୍ ଦେଖନ୍ତୁ-Twitter ।   Archive

ଏହା ଛଡ଼ା ବାଙ୍ଗାଲୋର ପୁଲିସ ମଧ୍ୟ ଏହି ନମ୍ବରକୁ ଫେକ କହି 3 ଡିସେମ୍ବରରେ ଟ୍ୱିଟ କରିଥିଲେ। ତେଳେ ଥିବା ଲିଙ୍କରେ କ୍ଲିକ କରନ୍ତୁ।

ଏଠାରେ ଲିଙ୍କ୍ ଦେଖନ୍ତୁ-Twitter   । Archive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମହିଳାମାନେ ରାତିରେ ଯାଉଥିବା ଅଟୋ କିମ୍ବା ଅନ୍ୟ ଗାଡ଼ିରେ ଗଲେ ଗାଡି ନମ୍ବର 9969777888 ନମ୍ବରରେ ଏସଏମଏସ କରିଲେ ପୋଲିସ ଗାଡିର GPRS ଟ୍ରାକ କରିବା ଦାବି ମିଥ୍ୟା ଅଟେ। ଏହି ନମ୍ବର ମୁମ୍ବାଇ ପୋଲିସ ଦ୍ୱାରା 2014 ରୁ 2017 ପଯ୍ୟନ୍ତୁ ପ୍ରଚଳିତ ଥିଲା। କିନ୍ତୁ ଏହା ଏବେ ମୁମ୍ବାଇ ପୋଲିସ ଏହି ହେଲ୍ପ ଲାଇନ ନମ୍ବର ବନ୍ଧ କରି ଦିଆ ଯାଇଛି। ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। 

Avatar

Title:କ’ଣ ମହିଳାମାନେ ନିଜ ସୁରକ୍ଷ୍ୟା ପାଇଁ ଅଟୋ କିମ୍ବା ଗାଡି ନମ୍ବର ଏହି 9969777888 ନମ୍ବରରେ SMS କଲେ ପୋଲିସ GPRS ଦ୍ୱାରା ତାଙ୍କ ଉପରେ ନଜର ରଖିପାରିବ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *