ଜାଣନ୍ତୁ ଭାଇରାଲ ଫୋଟୋର ସତ୍ୟତା।

False Social

31 ଡିସେମ୍ବରରେ Mamata Behera ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଜଣେ ଝିଅ ଆଖିରେ ବ୍ୟାଣ୍ଡେଜ୍ କରାଯାଇଛି ଏବଂ ଝିଅଟି ନିଜ ହାତରେ CAA ବିରୋଧରେ ଏକ କାର୍ଡଲେଖି ଧରିଛି। ଯେଉଁଥିରେ ଲେଖା ଯାଇଛି ଯେ, ହମ ନହିଁ ଡରେଙ୍ଗେ ଅର୍ଥାତ ଆମେ ଡରିବୁ ନାହଁ। ଏହା ଛଡ଼ା ଝିଅଟିର ଆଖିରେ ବନ୍ଧା ଯାଇଥିବା ବ୍ୟାଣ୍ଡେଜରେ ରକ୍ତ ଲାଗିଥିଲା ଭିଳି ଦେଖା ଯାଉଛି। କେବଳ ସେତିକି ନୁହେଁ ଫୋଟୋରେ ପ୍ରଦର୍ଶନରେ ବସିଥିବା ଅନ୍ୟ ଏକ ଝିଅର ମଧ୍ୟ ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧିଥିବାର ଦେଖା ଯାଉଛି। ତେବେ ଭାଇରାଲ ପୋଷ୍ଟରେ ଲେଖା ଯାଇଛି ଯେ, ଏମିତି ଡ୍ରେସିଂ କେଉଁ ଡକ୍ଟର କରିଥିଲା। ଏହା ସହିତ ଲେଖା ଯାଇଛି ଯେ, ତମେ ନ ଡର ଭଲକଥା କିନ୍ତୁ ଆଗ ସେ ଡକ୍ଟର ନାଁ କୁହ ଯେ ହିଜାବ ଉପରେ ଡ୍ରେସିଂ କରିଛି। 

ଏଠାରେ ଲିଙ୍କ୍ ଦେଖନ୍ତୁ- Facebook  Archive

ଏହା ଛଡ଼ା 30 ଡିସେମ୍ବରରେ Tapan Parida  ନାମକ ଜଣେ ଫେସବୁକ ୟୁଜର ମଧ୍ୟ ନିଜ ଆକାଉଣ୍ଟରେ ଏହି ଫୋଟୋକୁ ପୋଷ୍ଟ କରିଛନ୍ତି। Tapan Parida   ନିଜ ଆକାଉଣ୍ଟରେ ଦାବି କରି ଲେଖିଛନ୍ତି ଯେ, ଆଜି ଯାଏ କଉ ରୋଗିର ହିଜାବ କିମ୍ବା ମଫ୍ଲର ଉପରେ ଡ୍ରେସିଂ ହୋଇଥିବାର ଦେଖିଛନ୍ତି କି? ଏବେ ମୋଦି ଅଛନ୍ତିତ ସମ୍ଭବ ଅଟେ।  ଏହା ସହିତ ଲେଖିଛନ୍ତି ଯେ, ସେହି ମହାନ ଡାକ୍ତରକୁ ଭି ସଲ୍ୟୁଟ ଯେ ଏହି ଡ୍ରେସିଂ କରିଛନ୍ତି। 

 ଏଠାରେ ଲିଙ୍କ୍ ଦେଖନ୍ତୁ-Facebook ।  Archive

ଭାଇରାଲ ପୋଷ୍ଟରେ ଦାବି କରାଯାଉଛି ଯେ, ଫୋଟୋରେ ଦେଖା ଯାଉଥିବା ମହିଳା ମିଛରେ ଡ୍ରେସିଂ ହୋଇ ପ୍ରଦର୍ଶନ କରୁଛନ୍ତି ଏବଂ ଭ୍ରମ ସୃଷ୍ଟି କରୁଛନ୍ତି।  ତେବେ କ’ଣ ଭାଇରାଲ ଫୋଟୋରେ ଥିବା ମହିଳାଙ୍କର ଆଖିରେ ଆଘାତ ହୋଇଛି?  ନା ମହିଳା ଜଣକ ମିଛରେ ଡ୍ରେସିଂକରି ପ୍ରଦର୍ଶନ କୁଛନ୍ତି। ଭାଇରାଲ ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଏହାର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ 29 ଡିସେମ୍ବରରେ  NEWS 18 ନ୍ୟୁଜ ପେଜରେ  ପ୍ରକାଶିତ ହୋଇଥିବା ଏକ ଅନୁଚ୍ଛେଦରେ ଭାଇରାଲ ଫୋଟୋର କିଛି ଲିଙ୍କ୍ ପାଇଲୁ। ଯେଉଁଥିରେ ଲେଖା ଯାଇଛି ଯେ, 15 ଡିସେମ୍ବରରେ ପୋଲିସ ଲାଠିଚାର୍ଜ ଦ୍ୱାରା ଯେଉଁ ଛାତ୍ରଙ୍କର ଆଖିରେ ଆଘାତ ହେବା ସହ ରକ୍ତାକ୍ତ ହୋଇଛନ୍ତି ତାଙ୍କ ସମର୍ଥନରେ ଜାମିଆ ବିଶ୍ୱବିଦ୍ୟାଳୟ ସାମ୍ନାରେ CAAର ବିରୋଧ ପ୍ରଦର୍ଶନକାରିମାନେ ଆଖିରେ ଡ୍ରେସିଂର ପ୍ରତିକ ଲଗାଇ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନକାରିମାନଙ୍କର କୌଣସି ଆଖିରେ ଆଘାତ ହୋଇନଥିଲା ବରଂ ଏହା ପ୍ରଦର୍ଶନ କରିବାର ଏକ ପ୍ରକ୍ରିୟା ଥିଲା। 

ଏଠାରେ ଲିଙ୍କ୍ ଦେଖନ୍ତୁ-NEWS 18  Archive

ଏହା ଛଡ଼ା ଆମେ ଭାଇରାଲ ଫୋଟୋର ଅନ୍ୟ ଏକ ଲିଙ୍କ୍ NDTV   ନ୍ୟୁଜ ପେଜରୁ ପାଇଲୁ ଯାହାକି 29 ଡିସେମ୍ବରରେ ପ୍ରକାଶିତ ହୋଇଥିଲା।  ପ୍ରକାଶିତ ନ୍ୟୁଜ ପେଜର ଅନୁଚ୍ଛେଦରେ ଲେଖା ଯାଇଛି ଯେ, CAA ବିରୋଧ ପ୍ରଦର୍ଶନକାରିମାନେ ନିଜ ଗୋଟେ ଆଖିରେ ବ୍ୟାଣ୍ଡେଜ୍ ଲଗାଇ 15 ଡିସେମ୍ବରରେ  ଯେଉଁ ଜାମିଆ ଛାତ୍ରମାନଙ୍କର ଆଖି ଆଘାତ ହୋଇଛି ସେମାନଙ୍କ ସମର୍ଥନରେ ପ୍ରଦର୍ଶନ କୁଥିଲେ।  ପ୍ରକାଶିତ ଅନୁଚ୍ଛେଦରେ ଜଣେ CAA ବାରୋଧ ପ୍ରଦର୍ଶନକାରି ଅସଲାମ କହିଛନ୍ତି ଯେ, ଗୋଟେ ଆଖିରେ ଡ୍ରେସିଂ କରି ପ୍ରଦର୍ଶନ କରିବା ପଛରେ କିଛି ଉଦେଷ୍ୟ ଅଛି। 15 ଡିସେମ୍ବରରେ ପୋଲିସ ଲାଠି ଚାର୍ଜରେ ଜାମିଆ ବିଶ୍ୱବିଦ୍ୟାଳୟର  Mohammad Minhajudin ନାମକ ଜଣେ ଛାତ୍ରର ଆଖି ଚାଲିଯାଇଛି। ଏହାର ବିରୋଧ ପ୍ରଦର୍ଶନରେ ଆମେ ନିଜ ଆଖିରେ ଡ୍ରେସିଂ କରି ବିରୋଧ ପ୍ରଦର୍ଶନ କରିଛୁ।

ଏଠାରେ ଲିଙ୍କ୍ ଦେଖନ୍ତୁ- NDTV ।   Archive

ଶେଷକଥା-

ଆମ ଅନୁସନ୍ଧାନରେ ଆମେ ପାଇଲୁ ଯେ,  ଭାଇରାଲ ଫୋଟୋରେ ଝିଅଟିର ଆଖିରେ ଆଘାତ ହୋଇ ନାହିଁ କି କୌଣସି ଡାକ୍ତର ଝିଅଟି ମୁଣ୍ଡରେ ବ୍ୟାଣ୍ଡେଜ୍ କରି ନାହଁ। 15 ଡିସେମ୍ବରରେ ପୋଲିସ ଲାଠି ଚାର୍ଜରେ ଜାମିଆ ବିଶ୍ୱବିଦ୍ୟାଳୟର  Mohammad Minhajudin ନାମକ ଜଣେ ଛାତ୍ରର ଆଖି ଚାଲିଯାଇଥିଲା । ଏହାର ବିରୋଧ ପ୍ରଦର୍ଶନରେ 29 ଡିସେମ୍ବରରେ CAA ବିରୋଧ ପ୍ରଦର୍ଶନକାରିମାନେ ନିଜ ଆଖିରେ ଡ୍ରେସିଂ କରି ପ୍ରଦର୍ଶନ କରିଥିଲେ। ଭାଇରାଲ ଫୋଟୋ ସେହି ପ୍ରଦର୍ଶନର ଅଟେ। 

Avatar

Title:ଜାଣନ୍ତୁ ଭାଇରାଲ ଫୋଟୋର ସତ୍ୟତା।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *