
ଚୀନ ଭାରତ ବିବାଦକୁ ନେଇ ସହିଦ ହୋଇଥିବା ସବାନଙ୍କ ଶ୍ରଦ୍ଧାଞ୍ଜଳିର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 20 ଜବାନ ସହିଦଙ୍କ ଖବର ପରେ ଦେଶରେ ଚୀନ୍ ବିରୋଧ ପ୍ରଦର୍ଶନ ଚାଲିଛି। ଏଥି ମଧ୍ୟରେ Asok Rout ନାମକ ଜଣେ ଫେସବୁକ ୟୁଜର 21 ଜୁନରେ ତାଙ୍କ ଆକାଉଣ୍ଟରେ ଜଣେ ସହିଦ ଜବାନଙ୍କ ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ସହିଦ ଜବାନଙ୍କ ପାଖରେ ତାଙ୍କ ପୁଅ ଏବଂ ସ୍ତ୍ରୀ କାନ୍ଦୁଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ହେଉଥିବା ଏହି ଫୋଟୋ ଭାରତ ଚୀନ୍ ମଧ୍ୟରେ ଗଲୱାନ ଭାଲିରେ ସହିଦ ହୋଇଥିବା ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଥିବାର ଅଟେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ କମେଣ୍ଟ ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କ’ଣ ଭାଇରାଲ ହେଉଥିବା ଫୋଟୋ ଚୀନ୍ ବର୍ଡରେ ସହିଦ ହୋଇଥିବା ଯବାନଙ୍କୁ ତାଙ୍କ ପରିବାର ଶ୍ରଦ୍ଧାଞ୍ଜଳି ଦିଆଯାଉଥିବାର ଅଟେ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କିରଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ Indian military Academy ନାମକ ଫେସବୁକ ପେଜରେ ଫୋଟୋ ପାଇଲୁ। ଯେଉଁଥିରେ ଆମେ ପାଇଲୁ ଯେ, ଭାଇରାଲ ଫୋଟୋ 2019 ମସିହା ଜୁନ୍ ମାସର ଅଟେ। ଅର୍ଥାତ୍ ଏକ ମାସ ପୁରୁଣା। ପୋଷ୍ଟରେ ଅନୁସାରେ ଭାଇରାଲ ହେଉଥିବା ଫୋଟୋ ଲେଫ୍ଟେନ କର୍ଣ୍ଣଲ ଆନନ୍ଧ ସୁବ୍ରମଣ୍ୟମଙ୍କ ଅନ୍ତିମ ସଂସ୍କାରର ଫୋଟୋ ଅଟେ। ଅଧିକ ସୁଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook
ଫୋଟୋ ସମ୍ପର୍କରେ ଅଧିକ ସୂଚନା ପାଇଁ ଆମେ ସର୍ଚ୍ଚ କରିଲୁ। ଯେଉଁଥିରେ ଆମକୁ Defencestories ନାମକ ଏକ ପେଜରେ ଭାଇରାଲ ଫୋଟୋ ପାଇଲୁ। ଏହି ପେଜରେ ଭାଇରାଲ ଫୋଟୋ 1 ଜୁଲାଇ 2019ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ କର୍ଣ୍ଣଲ ଆନନ୍ଦ ସୁବ୍ରମଣ୍ୟମଙ୍କର 29 ଜୁନ 2019ରେ ମୃତ୍ୟୁ ହୋଇଥିଲା। ସେ 34 ବର୍ଷରେ ମୃତ୍ୟୁବରଣ କରିଥିଲେ। ଖବର ଅନୁସାରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଭାଇରାଲ ଫୋଟୋରେ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ନାୟର ଏବଂ ପୁଅ କାର୍ତିକ ପିଲ୍ଲଇ ଅଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Defencestories । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ , ଭାଇରାଲ ଫୋଟୋ ଚୀନ ଏବଂ ଭାରତ ବର୍ଡରେ ସହିଦ ହୋଇଥିବା ଜବାନଙ୍କ ଶ୍ରଦ୍ଧାଞ୍ଜଳି ଫୋଟୋ ନୁହେଁ। ଭାଇରାଲ ଫୋଟୋ 30 ଜୁନ 2019ର ଅଟେ ଅର୍ଥାତ୍ ଗୋଟେ ବର୍ଷ ପୁରୁଣା ଫୋଟୋକୁ ଏବେର କହି ଭାଇରାଲ କରାଯାଉଛି।

Title:ବର୍ଷେ ପୁରୁଣା ଫୋଟୋକୁ ଚାଇନା ବର୍ଡରେ ସହିଦ ଜବାନଙ୍କୁ ତାଙ୍କ ପୁଅ ଏବଂ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଉଥିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False