
Chitta Ranjan ransingh ନାମକ ଜଣେ ଫେସବୁକ ୟୁଜର 15 ଡିସେମ୍ବରେ ନିଜ ଆକାଉଣ୍ଟରେ Pushpendrra kulshretha ନାମକ ୟୁଜରର ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଏକ ଭିଡିଓରେ କିଛି ପୋଲିସ ଏବଂ ଓକିଲ ଏକ ଝିଅକୁ ପିଟୁଥିବାର ଦେଖା ଯାଉଛି। ସେୟାର ପୋଷ୍ଟରେ ଦାବି କରାଯାଇଛି ଯେ,ଭିଡିଓରେ ମାଡ଼ ଖାଉଥିବା ଝିଅ ହିନ୍ଦୁ ଅଟେ ଏବଂ ପାକିସ୍ତାନରେ ହିନ୍ଦୁ ଝିଅମାନଙ୍କ ସହିତ ଏପରି ବ୍ୟବହାର କରାଯାଏ। ପାକିସ୍ତାନରେ ହିନ୍ଦୁ ସାମ୍ପ୍ରଦାୟର ଝିଅମାନଙ୍କ ସହ ଦୁର୍ବ୍ୟବହାର କରାଯାଉଥିବାର ଦାବି କରାଯାଇଛି। ଭିଡିଓରେ ଗୋଟେ ଝିଅ ବାର ବାର ପୋଲିସ ଏବଂ ଓକିଲ ପାଖକୁ ଜିବା ବାଳେ ପୋଲିସ ଏବଂ ଓକିଲ ଝିଅଟିକୁ ଗୋଇଠା ମାରୁଥିବାର ଦେଖା ଯାଉଛି। ଝିଅଟି ବାର ବାର ତଳେ ପଡ଼ି ଯାଉଥିବାର ଦେଖା ଯାଉଛି। ଆର୍ଶ୍ଚଯ୍ୟର କଥା ଏହା ଯେ, ପାଖରେ ଠିଆ ହୋଇଥିବା ଲୋକ ମଧ୍ୟ ଏହି ଦୃଶ୍ୟ ଦେଖି ଚୁପଚାପ ଠିଆ ହୋଇଛନ୍ତି।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 20 ହଜାରରୁ ଅଧିକଥର ସେୟାକ କରାଯିବା ସହ 8 ହଜାରରୁ ଅଧିକ ଲାଇକ ଏବଂ 2 ହଜାରରୁ ଅଧିକ କମେଣ୍ଟ ମିଳିସାରିଛି।
ଏଠାରେ ଫେସବୁକରେ ଭାଇରାଲ କରିଯାଇଥିବା ପୋଷ୍ଟର ଆରକାଇଭ ଲିଙ୍କ୍ ଦେଖନ୍ତୁ-
ଭାଇରାଲ ପୋଷ୍ଟରେ ଦୁର୍ବ୍ୟବହାର କରାଯାଉଥିବା ଝିଅ କ’ଣ ହିନ୍ଦୁ ଅଟେ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ବରେ ଆମେ ପ୍ରଥମେ ଭିଡିଓଟିକୁ ଇନଭିଡରେ ପକାଇ ଭିଡିଓଟିକୁ ଫୋଟୋରେ ଭାଙ୍ଗିଲୁ। ଏହାପରେ ଇନଭିଡ ହୋଇଥିବା ଏହି ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ଗୁଗୁଲ ରିଭର୍ସ ଇମେଜ ସର୍ଚରେ ଆମକୁ ଏହି ଭିଡିଓର କିଛି ଲିଙ୍କ୍ ମିଳିଲା। ଏହି ଘଟଣା 30 ଓକ୍ଟବରରେ ହୋଇଥିଲା ଏବଂ ଗୁଗୁଲ ସର୍ଚ ପେଜରେ ସାକରଘା ଓକିଲ ଏକ ମହିଳାକୁ ମାରୁଥିବାର କିଛି ଅନୁଚ୍ଛେଦ ପାଇଲୁ। SAMAA TV ନ୍ୟୁଜ ପେଜରେ ଏହି ଘଟଣା ସମ୍ବନ୍ଧରେ ଲେଖା ଯାଇଥିଲା। ପୋଷ୍ଟର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଅମରତ ନାମକ ଏକ ମହିଳାକୁ ପାକିସ୍ତାନ ପଞ୍ଜାବ ସ୍ଥିତ ନୋରହୱାଲ ସାକରଘା ଅଞ୍ଚଳର କୋର୍ଟ ସାମନାରେ କିଛି ଓକିଲ ପିଟୁଥିଲେ। ମହିଳା ଜାଣକ କୋର୍ଟରେ ସୁଣାଣି ପାଇଁ ଆସିଥିଲେ କିନ୍ତୁ ଭିଡିଓରେ ଦେଖା ଯାଉଥିବା ପୋଲିସ ଏବଂ ଓକିଲ ତାକୁ ଭିତରକୁ ଛାଡୁ ନଥିଲେ। ମହିଳା କୋର୍ଟ ଭିତରକୁ ପସିବା ପାଇଁ ଚେଷ୍ଟା କଲେ ମଧ୍ୟ ଓକିଲ ତାକୁ ଧକ୍କା ମାରୁଥିବାର ନ୍ୟୁଜ ଅନୁଚ୍ଛେଦରେ ଲେଖା ଯାଇଛି।

ଏଠାରେ ଲିଙ୍କ୍ ଦେଖନ୍ତୁ- SAMAA TV । Archive
ମହିଳାର ପୁରା ନାଁ ଜାଣିବା ପାଇଁ ଆମେ ପ୍ରୟାଶ କରିଲୁ। ଏହା ପରେ ଆମକୁ ICEPAK ନାମକ ଏକ ନ୍ୟୁଜରୁ ମହିଳାର ନାଁ ଜଣା ପଡ଼ିଲା। 30 ଓକ୍ଟବରରେ ପୋଷ୍ଟ କରାଯାଇଥିବା ଏହି ନ୍ୟୁଜର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଓକିଲ ଓ ପୋଲିସ ଦ୍ୱାରା ଦୁର୍ବ୍ୟବହାର ହୋଇଥିବା ମହିଳାର ନାଁ ଅମରତ ସହଜାଦି( Amrat Shahzadi) ଅଟେ। ହିନ୍ଦୁ ଧର୍ମରେ ଝିଅମାନଙ୍କ ନାଁ ସହଜାଦି ରଖା ଯାଏ ନାହିଁ। ଏହି ପରି ନାଁ କେବଳ ମୁସ୍ଲିମ ଧର୍ମରେ ଝିଅମାନଙ୍କର ରଖା ଯାଇଥାଏ।

ଏଠାରେ ଲିଙ୍କ୍ ଦେଖନ୍ତୁ-ICEPACK । Archive
ଏହି ଘଟଣାପରେ ଭିଡିଓରେ ଉପସ୍ଥିତଥିବା ଓକିଲମାନଙ୍କ ଉପରେ ମାମଲା ରୁଜୁ କରାଯାଇଛି। ଏହି ନ୍ୟୁଜକୁ ଆପଣ DAWN ନ୍ୟୁଜ ପେଜରେ ପଢ଼ିପାରିବେ। ଏହା ଛଡ଼ା ପୋଲିସ ଥାନାରେ ଅପରାଧିମାନଙ୍କର ମାମଲା ରୁଜୁ କରାଯାଇଥିବା ପତ୍ରର ଏକ ଫୋଟୋ Tahir Imran Mian ନାମକ ଜଣେ ପାକିସ୍ଥାନି ରିପୋର୍ଟର ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଅପରାଧି ଓକିଲ ଏବଂ ପିଡ଼ିତ ମହିଳା ଓକିଲମାନଙ୍କ ନାଁରେ ପୋଲିସ ଥାନାରେ କରିଥିବା ମାମଲା ରୁଜୁର ଏକ ପତ୍ର ପୋଷ୍ଟ କରିଛନ୍ତି। ମାମଲା ରୁଜୁ କରାଯାଇଥିବା ପୋଷ୍ଚକେ ପିଡ଼ିତ ମହିଳାର ବାପା ନାଁ ଉର୍ଦ୍ଦୁରେ ମହମ୍ମଦ ସୁଲେମାନ ଲେଖା ଯାଇଛି। ଏହା ଅର୍ଥ ଭିଡିଓରେ ଥିବା ମହିଳାଟି ମୁସ୍ଲିମ କମ୍ୟୁନିଟିର ଅଟେ।

ଏଠାରେ ଲିଙ୍କ୍ ଦେଖନ୍ତୁ- Twitter । Archive
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ ପାକିସ୍ତାନ ଓକିଲ ଏବଂ ପୋଲିସ ଦ୍ୱାର ମାଡ଼ ଖାଉଥିବା ମହିଳା ହିନ୍ଦୁ ବାଲି କରାଯାଇଥିବା ଦାବି ମିଥ୍ୟା ଅଟେ। ଭିଡିଓରେ ଥିବା ମହିଳା ମୁସ୍ଲିମ କମ୍ୟୁନିଟିର ଅଟେ।

Title:କ’ଣ ପାକିସ୍ତାନରେ ହିନ୍ଦୁ ମହିଳାକୁ ଓକିଲ ଏବଂ ପୋଲିସ ପିଟି ଥିଲେ ?
Fact Check By: Saritadevi SamalResult: False