
ନେପାଳ ଦେଇ ପାକିସ୍ତାନରୁ ଆସିଥିବା ସୀମା ହାୟଦାରଙ୍କ କାହାଣୀ ହେଡଲାଇନରେ ରହିଛି। ଏହାର ଅନେକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଆଜିକାଲି ସୀମା ହାଇଦରଙ୍କ ସହ ପାକିସ୍ତାନୀ ସେନା ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁନିଫର୍ମରେ ଥିବା ମହିଳା ହେଉଛନ୍ତି ସୀମା ହାୟଦାର ବୋଲି ଦାବି ମଧ୍ୟ କରାଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଆର୍ମୀ ୟୁନିଫର୍ମ ପିନ୍ଧିଥିବା ମହିଳା ସାମ୍ୟା ରେହମାନ ଅଟନ୍ତି ଏବଂ ତାଙ୍କର ସୀମା ହାଇଡାଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ସୋସିଆଲ ମିଡିଆରେ ଦାବି କରା ଯାଉଛି ଯେ ସୀମା ହାଇଦର ପ୍ରକୃତରେ ଜଣେ ପାକିସ୍ତାନ ଆର୍ମୀ ମେଜର ସାମ୍ୟ ରେହମାନ ଅଟନ୍ତି। ଏହା ପରେ ସେଠାରୁ ସେ ପ୍ରମୋଟ ହୋଇ ISI ରେ ଭର୍ତ୍ତି ହୋଇଥିଲେ । ସୂଚନା ଅନୁଯାୟୀ ନିଜକୁ ସୀମା ହାଇଦର ପରିଚୟ ଦେଇ ଭାରତ ଆର୍ମି ରେ ଭର୍ତ୍ତି ହେବାକୁ ଭାରତ ଆସିଛନ୍ତି।

Facebook | Archive | Website | Archive
ଜଣେ ଟୁଇଟର ବ୍ଯ୍ବହାରକାରୀ ଲେଖିଛନ୍ତି ଯେ, ଏହି ମହିଳା କେବଳ 4 ଶିଶୁଙ୍କ ମାଁ, ପବଜି ଖେଳାଳି ଏବଂ ପାକିସ୍ତାନୀ ଗୁପ୍ତଚର ନୁହଁନ୍ତି, ସେ ଜଣେ ଅଭିନେତ୍ରୀ ମଧ୍ୟ ଅଟନ୍ତି। ଆର୍ମୀ ୟୁନିଫର୍ମ ପିନ୍ଧିଥିବା ଫୋଟୋ ଗୋଟିଏ ପାକିସ୍ତାନୀ ଟିଭି ସିରିଏଲ୍ ସିଂଫ-ଏ-ଆହାନ ର ଏକ ଫୋଟୋ ଅଟେ।
ଆମ ଅନୁସନ୍ଧାନ:
ସର୍ବପ୍ରଥମେ, ଆମେ ଯାଞ୍ଚ କରିଲୁ ଯେ ଆର୍ମୀ ପୋଷାକରେ ଥିବା ମହିଳା କିଏ? ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ୧୧ ମାର୍ଚ୍ଚ ୨୦୨୦ ରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ରେ ମିଳିତ ଜାତିସଂଘର ସଂଗଠନ ସ୍ଥିରୀକରଣ ମିଶନର (MONUSCO) ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ପାଇଲୁ। ଆପଣ ନିମ୍ନରେ ସେହି ଫୋଟୋ ଦେଖିପାରିବେ।
ଏହା ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ଏହି ଫଟୋରେ ଦେଖାଯାଇଥିବା ମହିଳାଙ୍କ ନାମ ହେଉଛି ମେଜର ସାମିଆ ରେହମାନ | ପାକିସ୍ତାନର ମେଜର ସାମିଆ ରେହମାନ ୨୦୧୮ ରୁ ୨୦୧୯ ପର୍ଯ୍ୟନ୍ତ ମିଳିତ ଜାତିସଂଘର ଶାନ୍ତି ରକ୍ଷାକାରୀ ଭାବରେ କାର୍ଯ୍ୟ କରିଛନ୍ତି। ସେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ମୋନୋସ୍କୋ) ରେ ମିଳିତ ଜାତିସଂଘର ସ୍ଥିରତା ମିଶନ୍ ସହିତ ଏକ ଅପରେସନ୍ ପ୍ଲାନିଂ ଅଫିସର ଭାବରେ କାର୍ଯ୍ୟ କରିଛନ୍ତି |

ଏହି ଫୋଟୋରେ ଦେଖାଯାଇଥିବା ସାର୍ଟିଫିକେଟ୍ ରେ ଆପଣ ମଧ୍ୟ ଦେଖିପାରିବେ ଯେ ଏହି ମହିଳାଙ୍କ ନାମ ସେଠାରେ ସାମିଆ ରେହମାନ ଭାବରେ ଲେଖାଯାଇଛି। ଏଠାରେ ସୀମା ହାଇଦର ନାମର କୌଣସି ଉଲ୍ଲେଖ କରା ଯାଇନାହିଁ।
ଯୁକ୍ତରାଷ୍ଟ୍ର (United Nations) ର ଅଫିସିଆଲ ଟୁଇଟର ଏକାଉଣ୍ଟରେ ୨୦୨୦ ରେ ସାମ୍ୟା ରେହମାନଙ୍କ ଏକ ଫୋଟୋ ଟୁଇଟ କରା ଯାଇଥିଲା। ଏହି ଟୁଇଟରେ କୁହା ଯାଇଛି ଯେ ସାମ୍ୟା ରେହମାନ କହିଛନ୍ତି ଯେ ସେ ଜଣେ ମହିଳା ହେଇ ନିଜ ଦେଶର ସୀମା ବାହାରେ ସେବା କରିଥିବାରୁ ସେ ଅନ୍ୟ ମହିଳାଙ୍କୁ ଯୁକ୍ତରାଷ୍ଟ୍ରର ଶାନ୍ତି ରକ୍ଷା ବଳରେ ଯୋଗଦାନ ଦେବାକୁ ଉତ୍ସାହିତ କରିବାକୁ ଚାହୁଁଛନ୍ତି।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଏମଏମ ନ୍ଯୁଜ ଏବଂ ସିଆସତ ୱେବସାଇଟରେ ସାମ୍ୟା ରେହମାନଙ୍କ ବିଷୟରେ କିଛି ତଥ୍ୟ ଜାଣିବାକୁ ପାଇଲୁ। ଏହି ୱେବସାଇଟ ଅନୁଯାୟୀ, ୨୦୧୯ ରେ ମିଳିତ ଜାତିସଂଘରରେ ସ୍ୱତନ୍ତ୍ର ପ୍ରତିନିଧୀ ସେକ୍ରେଟେରୀ ଜେନେରାଲ୍ (SRSG) ପଦବୀରେ ମେଜର ସାମ୍ୟାଙ୍କୁ ମନୋନୀତ କରାଯାଇଥିଲା। ଜାତିସଂଘ ଶାନ୍ତି ରକ୍ଷା ବାହିନୀର ସେ ଜଣେ ପୁରସ୍କାର ପ୍ରାପ୍ତ ପ୍ରଥମ ପାକିସ୍ତାନୀ ମହିଳା ଅଟନ୍ତି। ଏହା ସହିତ ସେ ଗୋଟିଏ ପାକିସ୍ତାନୀ ସିରିଏଲ୍ ସିଂଫ-ଏ-ଆହାନ ରେ ଅଭିନୟ ମଧ୍ୟ କରିଛନ୍ତି।

ଏହା ପରେ ୧୩ ଜୁଲାଇର ଦୈନିକ ଭାସ୍କର ପତ୍ରିକାର ଏକ ରିପୋର୍ଟ ରେ ସୀମା ହାଇଦରଙ୍କ ବିଷୟରେ ସୂଚନା ପ୍ରକାଶିତ ହେଇଥିବା ମିଳିଲା। ଏହି ରିପୋର୍ଟରେ ସୀମା ହାଇଦର ଏବଂ ତାଙ୍କ ସ୍ଵାମୀ ଗୁଲାମ ହାଇଦରଙ୍କ ବିବାହ ପ୍ରମାଣପତ୍ର ପ୍ରକାଶିତ ହେଇଛି। ଏଥିରେ ସୀମା କହିଛନ୍ତି ଯେ ତାଙ୍କ ପିତାମାତା ତାଙ୍କ ବିନା ଅନୁମତିରେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେ ବିନା ଚାପରେ ଗୁଲାମ ହାଇଦରଙ୍କୁ ନିଜ ଇଚ୍ଛାରେ ବିବାହ କରୁଛନ୍ତି।

ନିମ୍ନରେ ଆପଣ ମାନେ ସୀମା, ତାଙ୍କ ସ୍ଵାମୀ ଗୁଲାମ ଏବଂ ସେମାନଙ୍କ ଚାରି ସନ୍ତାନଙ୍କ ପାଇଁ ପାକିସ୍ତାନରେ ପ୍ରସ୍ତୁତ ଏହି ପରିବାର ପଞ୍ଜିକରଣ ଡକ୍ୟୁମେଣ୍ଟ ଦେଖି ପାରିବେ। ଏଥିରେ ତାଙ୍କ ନାମ ସୀମା ହାଇଦର ବୋଲି ଉଲ୍ଲେଖ କରା ଯାଇଛି।

୭ ଜୁଲାଇରେ ବିବିସି ହିନ୍ଦୀ ପ୍ରସାରଣ ରିପୋର୍ଟରେ ସୀମା ହାଇଦରଙ୍କର ପୁରା କାହାଣୀ କୁହାଯାଇଛି। କିନ୍ତୁ ସୀମା ମଧ୍ୟ ଜଣେ ଅଭିନେତ୍ରୀ ବୋଲି କୌଣସି ସ୍ଥାନରେ ଉଲ୍ଲେଖ କରାଯାଇ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ସୀମା ହାଇଦର ଏବଂ ସାମ୍ୟା ରେହମାନ ସମାନ ମହିଳା ନୁହଁନ୍ତି। ଆର୍ମୀ ୟୁନିଫର୍ମ ପିନ୍ଧିଥିବା ମହିଳାଙ୍କ ନାମ ହେଉଛି ସାମ୍ୟା ରେହମାନ ଏବଂ ତାଙ୍କର ସୀମା ହାଇଦରଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ।

Title:ପାକିସ୍ତାନୀ ସେନାର ମେଜର ସାମିଆ ରେହମାନଙ୍କ ଫୋଟୋକୁ ସୀମା ହାଇଦରଙ୍କ ନାମରେ ମିଥ୍ୟା ଦାବି ସହ ସେୟାର କରାଯାଉଛି।
Written By: Siddharth SahuResult: Misleading
