4 ମାସ ପୁରୁଣା ଭିଡିଓକୁ କାବୁଲ୍ ଅକ୍ତିଆର୍ ପରେ ତାଲିବାନୀ ଖୁସିରେ ନାଚୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

False International

ଆଫଗାନିସ୍ତାନରେ ତାଲିବାନ କବଜା ପରେ ସୋସିଆଲ ମିଡିଆ ଏବଂ ନ୍ୟୁଜ ଚ୍ୟାନେଲରେ ଖବର ପ୍ରକାଶିତ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ,ଯେଉଁଥିରେ କିଛି ଲୋକ ନାଚୁଥିବାର ଦେଖାଯାଉଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, କାବୁଲ୍ ଅକ୍ତିଆର୍ ପରେ ଖୁସିରେ ନାଚୁଛନ୍ତି ତାଲିବାନୀ । ହାତରେ ବନ୍ଧୁକ ଧରି କି’କି ଗୀତରେ ନାଚୁଛନ୍ତି । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଭାଇରାଲ ଭିଡିଓ 4 ମାସ ପୁରୁଣା ଅଟେ। ଭିଡିଓର ବର୍ତ୍ତମାନ ତାଲିବାନ ହିଂସା ସହ କୌଣସି ସମ୍ପର୍କ ନାହିଁ। 

18 ଅଗଷ୍ଟରେ ଓଡ଼ିଶାର Kanak News ଭାଇରାଲ ଭିଡିଓ ପୋଷ୍ଟ କରି ଦାବି କରିଛି ଯେ, କାବୁଲ୍ ଅକ୍ତିଆର୍ ପରେ ଖୁସିରେ ନାଚୁଛନ୍ତି ତାଲିବାନୀ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି – ତାଲିବାନୀଙ୍କ_କି_କି_ନାଚ,କାବୁଲ୍ ଅକ୍ତିଆର୍ ପରେ ଖୁସିରେ ନାଚୁଛନ୍ତି ତାଲିବାନୀ। ହାତରେ ବନ୍ଧୁକ ଧରି କି’କି ଗୀତରେ ନାଚୁଛନ୍ତି। ଦଳ ଦଳ ହୋଇ ବାଇକରେ ବୁଲୁଛନ୍ତି #Taliban #Afghanistan । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 198ଥର ସେୟାର କରାଯିବା ସହ ପୋଷ୍ଟରେ 109 କମେଣ୍ଟ ଏବଂ 1000ରୁ ଅଧିକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ପୋଷ୍ଟର ଆର୍କାଇଭ ଲିଙ୍କ ଦେଖନ୍ତୁ।

ତେବେ କଣ କାବୁଲ୍ ଅକ୍ତିଆର୍ ପରେ ତାଲିବାନୀ ଖୁସିରେ ନାଚୁଥିବା ଭିଡିଓ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।  Qaiser Khan ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 10 ଏପ୍ରିଲ 2021ରେ ପ୍ରକାଶିତ କରାଯାଇଛି। ଏଥ୍ରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ତାଲିବାନ କାବୁଲ ଅକ୍ତିଆର କରିଥିବା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Youtube । Archive

ୟୁଟ୍ୟୁବ କ୍ୟାପସନରେ ଲେଖାଯାଇଥିବା ସୂଚନା ଅନୁସାରେ ଏହା ତାଲିବାନମାନେ ଏକ ବିବାହ ଉତ୍ସବରେ ନାଚୁଛନ୍ତି। ତେବେ ଭିଡିଓ କେଉଁଠିକାର ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ, କାବୁଲ୍ ଅକ୍ତିଆର୍ ପରେ ତାଲିବାନୀ ଖୁସିରେ ନାଚୁଥିବା ଦାବିରେ ଭାଇରାଲ ଭିଡିଓ 4 ମାସ ପୁରୁଣା ଅଟେ। ଏହି ପୋଷ୍ଟକୁ english.factcrescendo ମଧ୍ୟ ଅନୁସନ୍ଧାନ କରିଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। ଏବଂ ତଳେ ଭାଇରାଲ ଭିଡିଓର ମୂଳ ଭିଡିଓ ଦେଖନ୍ତୁ।

https://www.youtube.com/watch?v=q_ffA7mQCr8

ଏଥିସହ ପାକିସ୍ତାନୀ ସାମ୍ବାଦିକ ଇଫ୍ଟିଖର ଫିରଡସ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟିଭି ଇଣ୍ଡିଆ ଅଫ୍ ଦି ଇୟର ବୁଲେଟିନ୍ ସେୟାର କରି କହିଛନ୍ତି ଯେ ଏକ ଅବିଶ୍ୱସନୀୟ ଭାରତୀୟ ଚ୍ୟାନେଲ ପାକିସ୍ତାନର ଏକ ବିବାହର ଭାଇରାଲ ଭିଡିଓକୁ ମିଥ୍ୟା ଦାବିରେ ପୋଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହି ସୂଚନା ଉପରେ ଆଧାର କରି ଫେସବୁକରେ ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କୁ Alt news ଟ୍ରାକ୍ କରିଥିଲ।। ଯାହାର ନାମ ୱାହାବ ପୁଖଟୁନ୍।  ଏହା ପରେ ଫ୍ୟକ୍ଟକ୍ରିସକେଣ୍ଡୋ ତାଙ୍କ ସହ ସମ୍ପର୍କ କରିଥିଲେ। ଆମକୁ ୱାହାବ କହିଛନ୍ତି, “ସେ ଏବଂ ତାଙ୍କ ସାଙ୍ଗମାନେ ଏହି ଭିଡିଓରେ ଅଛନ୍ତି। ଏହି ଭିଡିଓଟି 19 ମାର୍ଚ୍ଚ 2021 ରେ ନିର୍ମିତ ହୋଇଛି। । ”ୱାହବ ବିବାହ ସମୟରେ ଆମ ସାଙ୍ଗର ଗୋଷ୍ଠୀର ଏକ ଫଟୋ ମଧ୍ୟ ପଠାଇଥିଲେ। ଯାହା ସ୍ପଷ୍ଟ ଭାବରେ ଦେଖାଯାଇପାରେ। ଭାଇରାଲ୍ ଭିଡିଓରେ ଥିବା ଯୁବକମାନେ ଏହି ଭିଡିଓରେ ଅଛନ୍ତି ବୋଲି ସେ କହିଛନ୍ତି।

ଶେଷକଥା

ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, କାବୁଲ୍ ଅକ୍ତିଆର୍ ପରେ ତାଲିବାନୀ ଖୁସିରେ ନାଚୁଥିବା ଦାବିରେ ଭାଇରାଲ ଭିଡିଓ 4 ମାସ ପୁରୁଣା ଅଟେ। ଭିଡିଓର ବର୍ତ୍ତମାନ ତାଲିବାନ ହିଂସା ସହ କୌଣସି ସମ୍ପର୍କ ନାହିଁ। 

Avatar

Title:4 ମାସ ପୁରୁଣା ଭିଡିଓକୁ କାବୁଲ୍ ଅକ୍ତିଆର୍ ପରେ ତାଲିବାନୀ ଖୁସିରେ ନାଚୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *