
ରାମଦେବ ବାବା କୋରୋନା ଔଷଧ କୋରୋନିଲ ବନାଇଲା ପରଠାରୁ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଅନେକ ଆଲୋଚନା କରାଯାଉଛି। ସୋସିଆଲ ମିଡ଼ିଆରେ ଦାବି କରାଯାଉଛି ଯେ, ଆୟୁଷ୍ମାନ କେନ୍ଦ୍ର ମନ୍ତ୍ରଣାଳୟ କୋରୋନିଲ କୋରୋନା ଔଷଧ ରୁପରେ ବିକ୍ରି ପାଇଁ ଅନୁମତି ଦେଇଛି। ଭାଇରାଲ ପୋଷ୍ଟରେ ଏକ ଚିଠିର ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି, ଯାହା ଆଧାରରେ କରୋନାଙ୍କ ଚିକିତ୍ସା ପାଇଁ ପତଞ୍ଜଳିଙ୍କୁ ଔଷଧ ବିକ୍ରୟ କରିବାକୁ ଅନୁମତି ଦିଆଯାଇଥିବା ଦାବି କରାଯାଉଛି। ରାଷ୍ଟ୍ରବାଦି ପ୍ରଣସ ଆର୍ଯ୍ୟ ନାମକ ଜଣେ ଫେସବୁକ ୟୁଜର ଏହି ଦାବି ସହ ଏକ ପୋଷ୍ଟ କରିଛନ୍ତି।
ପୋଷ୍ଟରେ ସେ ଲେଖିଛନ୍ତି ଯେ, ଆୟୁଷ ମନ୍ତ୍ରାଳୟରୁ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠ ଦ୍ୱାରା ପ୍ରସ୍ତୁତ କୋରୋନା ପ୍ରତିଷେଧକ ଔଷଧ କୋରୋଲୀନ କୁ ସବୁଜ ସଂଙ୍କେତ ମିଳିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ଏହା ଛଡା ଆମକୁ ଅନ୍ୟ ଏକ ଫେସବୁକ ପୋଷ୍ଟ ମିଳିଲା। ଯୋଉଁଥିରେ ଆୟୁଷ ମନ୍ତ୍ରଣାଳୟ ବାବା ରାମଦେବଙ୍କ ପତଞ୍ଜଳି ଔଷଧ କରୋଲୀନକୁ କୋରୋନା ଔଷଧ ରୁପରେ ବିକ୍ରି କରିବା ନେଇ ଅନୁମତି ଦେଇଥିବା ଦାବିରେ ଭାଇରାଲ କରା ଯାଉଛି। 24 ଜୁନରେ Pranab Prakash nayak ନାମକ ଜଣେ ଫେସବୁକ ୟୁଜର ଭାଇରାଲ ପତ୍ର ସହ ଏହା ପୋଷ୍ଟ କରିଛନ୍ତି। ପୋଷ୍ଟରେ ଆୟୁଷ ମନ୍ତ୍ରାଳ ନାମରେ ଅଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତେଳୋ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ପତ୍ରରେ ଆୟୁଷ ମନ୍ତ୍ରଣାଳୟ ପତଞ୍ଜଳି ଦ୍ୱାରା ବନାଯାଇଥିବା କୋରୋନିଲ ଔଷଧକୁ କୋରୋନା ସଂକ୍ରମଣ ଔଷଧ ରୂପରେ ବିକ୍ରି କରିବା ପାଇଁ ସ୍ୱିକୃତି ଦେଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବରକୁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ପୋଷ୍ଟକୁ ନେଇ ଅନେକ ଖବର ମିଳିଲା। 24 ଜୁନରେ Ajtak ଖବର ପେଜରେ ପତଞ୍ଜଳି ଦ୍ୱାରା ବନାଯାଇଥିଲା କୋରୋନିଲ ଔଷଧ ବିଷୟରେ ଖବର ମିଳିଲା। ଖବର ଅନୁସାରେ ପତଞ୍ଜଳି ଦ୍ୱାରା ନିର୍ମିତ ଔଷଧ କୋରୋନିଲକୁ ଆୟୁଷ ମନ୍ତ୍ରାଳୟ କୋରୋନା ଔଷଧ ରୂପରେ ବ୍ୟବହାର କରିବା ନେଇ ରୋକ ଲାଗାଇଥିଲା। କୋରୋନା ମହାମାରି ପାଇଁ ଏବେ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ତେଣୁ କୋରୋନିଲକୁ କୋରୋନା ଔଷଧ ରୂପରେ ବ୍ୟବହାର କରିବା ଉଚୁତ୍ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ଭାଇରାଲ ହେଉଥିବା ପତ୍ରକୁ ନେଇ ସର୍ଚ୍ଚ କରିଲୁ। 24 ଜୁନରେ ANI ଟ୍ୱିଟର ଆକାଉଣ୍ଟରେ ଉତ୍ତରପ୍ରଦେଶର ଆୟୁଷ ବିଭାଗର ଲାଇସେନ୍ସ ଅଧିକାରୀଙ୍କ ସହ ପୋଷ୍ଟ କରାଯାଇଥିବା ଏକ ଟ୍ୱିଟ୍ ପାଇଲୁ। ଆୟୁଷ ବିଭାଗର ଲାଇସେନ୍ସ ଅଧିକାରୀ କହିଛନ୍ତି ଯେ, ପ୍ରତିରକ୍ଷା ଶକ୍ତି ବୃଦ୍ଧି, କାଶ ଏବଂ ଜ୍ୱର ଔଷଧ ତିଆରି କରିବା ପାଇଁ ପତଞ୍ଜଳିଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ଲାଇସେନ୍ସ ଅଧିକାରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ – ଅନୁମତି ନେବାବେଳେ ପତଞ୍ଜଳି କରୋନା ଜୀବାଣୁ ବିଷୟରେ ଉଲ୍ଲେଖ କରିନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
Zeenewsର ଏକ ଖବର ଅୁସାରେ କୋଭିଡ -19 ର ଏକ ପ୍ରଭାବଶାଳୀ ଔଷଧ ଭାବରେ କରୋନିଲ ପ୍ରବର୍ତ୍ତନକୁ ଆୟୁଷ ମନ୍ତ୍ରଣାଳୟ ଆପତ୍ତି କରିଥିଲା। ଏ ବାବଦରେ PIB ଦ୍ୱାରା ଏକ ପ୍ରେସ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। କୋରୋନିଲ ଔଷଧକୁ କୋରୋନା ମହାମାରି ପାଇଁ ବ୍ୟବହାର କରିବା ପାଇଁ କୌଣସି ଅନୁମତି ଦେଇ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Zeenews । Archive
1 ଜୁନାଇରେ Thehindu ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ପତଞ୍ଜଳି ଦ୍ୱାରା ବନାଯାଇଥିବା କୋରୋନିଲକୁ କୋରୋନା ଔଷଧ ରୂପରେ ବିକ୍ରି କରାଯାବି ନାହିଁ। ଏହା ଏକ ରୋଗପ୍ରତିରୋଧକ ଶକ୍ତି ହିସାବରେ ବିକ୍ରି କରାଯିବ। କୋରୋନିଲକୁ କୋରୋନା ମହାମାରି ପାଇଁ ଔଷଧ ରୂପରେ ବ୍ୟବହାର କରିବା ପାଇଁ ଆୟୁଷ ମନ୍ତ୍ରାଳୟ ଅନୁମତି ଦେଇ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Thehindu
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଆୟୁଷ ମନ୍ତ୍ରାଳୟ ପତଞ୍ଜଳି ଦ୍ୱାରା ନିର୍ମିତ କୋରୋନିଲକୁ କୋରୋନା ଔଷଧ ରୂପରେ ବ୍ୟବହାର କରିବା ପାଇଁ ଅନୁମତି ଦେଇଥିବା ଦାବି ମିଥ୍ୟା ଅଟେ। କୋରୋନିଲକୁ କେବଳ ରୋଗପ୍ରତିରୋଧକ ଶକ୍ତି ହିସାବରେ ବ୍ୟବହାର କରାଯିବା ପାଇଁ ଆୟୁଷ ମନ୍ତ୍ରାଳୟ ଅନୁମତି ଦେଇଛି।

Title:ପତଞ୍ଜଳିର କୋରୋନା ଔଷଧ କୋରୋନିଲ୍ କୁ ଆୟୁଷ ମନ୍ତ୍ରଆଳୟଠାରୁ ସବୁଜ ସଂଙ୍କେତ ମିଳିନଥିଲା।
Fact Check By: Saritadevi SamalResult: False