2013 କୁମ୍ଭମେଳାର ଫଟୋକୁ ବର୍ତ୍ତମାନ କୃଷି ଆନ୍ଦୋଳନ ଦାବିରେ ଭାଇରାଲ କରାଯାଉଛି।

False Social

କୃଷି ଆନ୍ଦୋଳନ ପାଇଁ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ କିଛି ଫଟୋ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ଏକ ଖୋଲା ଅଞ୍ଚଳରେ ଶହ ଶହ ତମ୍ବୁର ଲଗା ହୋଇଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ,  କୃଷି  ଆନ୍ଦୋଳନରେ କୃଷକମାନେ ସିଙ୍ଗୁ ସୀମାରେ  ତମ୍ବୁକୁ ଲଗାଇଥିବାର ଦୃଶ୍ୟ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ମିଥ୍ୟା ମିଥ୍ୟା ପ୍ରମାଣିତ ହେଲା। 

5 ଜାନୁଆରିରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ସିଙ୍ଘୁ ବଡରରେ  କିଷାନ ସହର। ପୋଷ୍ଟର ଶିର୍ଷକରେ ଲେଖାଯାଇଛି , କିଷାନ ସହର ସିଙ୍ଘୁ ବଡର। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 62ଥର ସେୟାର କରାଯାଇଛିବା ସହ ପୋଷ୍ଟକୁ 225 ଲାଇକ ଏବଂ ଅନେକ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଫଟୋ ସିଙ୍ଘୁ ବଡରରେ ଚାଷିମାନେ ତମ୍ବୁ ଟାଣିଥିବାର ଦୃଶ୍ୟ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Kerranelamassa ପେଜରେ ଆମକୁ ଭାଇରାଲ ଫଟୋ ମିଳିଲା। ଖବର ଅନୁସାରେ ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ 2013 କୁମ୍ବମେଳାର ଅଟେ। ଯାହାକି ପ୍ରୟାଗରାଜରେ 2013 ମସିହାରେ ହୋଇଥିବା କୁମ୍ଭମେଳାର ଅଟେ। ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ବର୍ତ୍ତମାନ ସମୟର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- KerranelamassaArchive

ଏହପରେ 2013 ମସିହାରେ ହୋଇଥିବା କୁମ୍ବମେଳାର କିଛି ଫଟୋ ଆମକୁ ଗେଟଇମେଜରେ ଦେଖିବାକୁ ମିଳିଲା। Getty image ପେଜରେ ଭାଇରାଲ ଫଟୋର ଅନ୍ୟ କିଛି ଫଟୋ ମଧ୍ୟ ପୋଷ୍ଟ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି, ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ। ଭାଇରାଲ ଫଟୋର ବର୍ତ୍ତମାନ କୃଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Getty imageArchive

ଶେଷକଥା

ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋ ବର୍ତ୍ତମାନ କୃଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ ଫଟୋ 2013 ପ୍ରୟାଗରାଜ କୁମ୍ଭମେଳାର ଅଟେ।

Avatar

Title:2013 କୁମ୍ଭମେଳାର ଫଟୋକୁ ବର୍ତ୍ତମାନ କୃଷି ଆନ୍ଦୋଳନ ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *