
12 ମେ ରେ OdiaNews 24 ନାମକ ଏକ ନ୍ୟୁଜ ପେଜରେ ଏକ ଖବର ପ୍ରକାଶିତ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ, ମଣିଷ ଚେହେରା ନେଇ ଜନ୍ମ ହୋଇଛି ବିଲେଇ ଛୁଆ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 43 ଥର ସେୟାର କରାଯାଇଚି। ଏହା ସହ 370 ଲାଇକ ମଧ୍ୟ ମିଳିଛ। ଖବରରେ ଲେଖା ଯାଇଛି ଯେ, ମଣିଷ ରୂପରେ ଦେଖା ଯାଉଥିବା ଏହି ବିଲେଇ ଛୁଆ ମାଲେସିୟାରେ ଜନ୍ମ ଗ୍ରହଣ କରିଛି । ତାକୁ ଗୋଟେ ଲ୍ୟାବ ରେ ରଖା ଯାଇଛି। ଭାଇରାଲ ଫେଟେରେ ଛୁଆଟିର ଲାଞ୍ଜ ଅଛି। ଏହାଛଡ଼ା ମୁଣ୍ଡରେ ଚୁଟି, କାନ ପାଟି ବିଲେଇ ପରି ଏବଂ ହାତ ଗୋଡ ବିଲେଇ ପରି ହୋଇଛି। ମୁହଁ ମଣିଷ ପରି ଦେଖା ଯାଉଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- OdiaNews 24। Archive
ତେବେ କ’ଣ ଭାଇରାଲ ଫୋଟୋରେ ମଣିଷ ଚେହେରା ନେଇ ଜନ୍ମ ହୋଇଛି ବିଲେଇ ଛୁଆ ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର ଅନେକ ଲିଙ୍କ ମିଳିଲା। Soulpost ନାମକ ପଜରେ ଭାଇରାଲ ଫୋଟୋର ଲିଙ୍କ ମିଳିଲା। ଖବର ଅନୁସାରେ ମାଲେସିଆ ପୁଲିସ ସ୍ପଷ୍ଟ କରିଛି ଯେ, ଭାଇରାଲ ଫୋଟୋରେଥିବା ବିଲେଇ ଛୁଆ ମଲେଲିଆରେ ଜନ୍ମ ହୋଇ ନାହିଁ। ଏହା ଏକ ମିଥ୍ୟା ପ୍ରଚାର। ପୋଲିସ ଜାଞ୍ଚ କରିଲା ପରେ ଏହା ସ୍ପଷ୍ଟ କରିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Soulpost । Archive
24 ଅକ୍ଟୋବର 2017ରେ Punjabkesar ନାମକ ପେଜରେ ଭାଇରାଲ ଫୋଟୋର ଲିଙ୍କ ପାଇଲୁ ଯେଉଁଥିରେ ଲେଖାଯାଇଛି ଯେ, ଫୋଟୋରେ ମଣିଷ ପରି ଦେଖା ଯାଉଥିବା ବିଲେଇ ଛୁଆ Baby werewolf ହୋଇଥାଇ ପାରେ । ଜାହାକି ପ୍ଲାଷ୍ଟିକର କଣ୍ଢେଇ ଅଟେ। ମଲେସିଆ ପୁଲିସ ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି ପରି ବିଲେଇ ଛୁଆ ମଲେସିଆରେ ଜନ୍ମ ନେଇ ନାହିଁ। ଏହା ଏକ ମିଥ୍ୟା ପ୍ରଚାର ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Punjabkesar । Archive
ଆମକୁ Right this minute ନାମକ ପେଜରେ ଭାଇରାଲ ଫୋଟୋର ଲିଙ୍କ ମିଳିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଫୋଟୋରେ ମଣିଷ ରୂପରେ ଜନ୍ମ ନେଇଥଇବା ପଶୁ ପ୍ରକୃତରେ ଏକ କଣ୍ଡେଇ ଅଟେ। ଯାହାକୁ Etsy ନାମକ ଏକ କଣ୍ଡେଇ ଅନଲାଇନ ସୋପିଙ୍କ ପେଜରେ ବିକ୍ରି କରାଯାଏ। ଏହା ଏକ କଣ୍ଡେଇ ଯାହାକୁ ମଲେସିଆରେ ଲେକେ ସତ୍ୟ ମାନି ନେଇଥିଲେ ଯେ, ମଣିଷ ରୂପରେ ଏକ ବିଲେଇ ଛୁଆ ଜନ୍ମ ନେଇଛି। ଅଧିକ ସୂଚନା ପାଇଁ ତଳେ ଭିଡିଓ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ମଲେସିଆରେ ମଣିଷ ରୂପରେ ଏକ ବିଲେଇ ଛୁଆ ଜନ୍ମ ହୋଇଥବା ଦାବିରେ ଭାଇରାଲ କରାଯାଉଥିବା ଫୋଟୋ ପ୍ରକୃତରେ ଏକ କଣ୍ଢେଇ ଅଟେ।

Title:ଏକ କଣ୍ଢେଇ ଫୋଟୋକୁ ମାଲେସିଆରେ ମଣିଷ ଚେହେରା ନେଇ ବିଲେଇ ଛୁଆ ଜନ୍ମ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False