
କୋରୋନା ଭାଇରସ ପାଇଁ ବିଶ୍ୱର ଡାକ୍ତରମାନେ ତାଙ୍କ ପରିବାରଠରୁ ଦୁରରେ ରହୁଛନ୍ତି। ଏହା ଏକ କଠିନ ଦାୟକ ସମୟ ଅଟେ। ଲକମାନଙ୍କୁ ଘରେ ରହିବା ପାଇଁ ବାରବାର ସରକାର ନିର୍ଦ୍ଦେଶ ଦେଲେ ମଧ୍ୟ ଲୋକମାନେ ମାନୁନଥିବାର ଖବର ବାରମ୍ବାର ସାମ୍ନାକୁ ଆସୁଛି। 26 ମାର୍ଚରେ Mu Odia ନାମକ ପେଜରେ ଏକ ଫୋଟୋ ପୋଷ୍ଟ କରିଥିଲେ। ପୋଷ୍ଟ କରାଯାଇଥିବା ଫୋଟୋରେ ଜଣେ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ ଘର ବାହାରେ ଠିଆ ହୋଇ ତା ଦୁଇ ଛୁଆକୁ ଦେଖୁଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋରେଥିବା ବ୍ୟକ୍ତି ଡଃ ହାଦିଓ ଅଟନ୍ତି। ଇଣ୍ଡୋନେସିଆରେ କୋରୋନା ପୀଡ଼ିତଙ୍କ ସେବା କରୁକରୁ ତାଙ୍କ ମୃତ୍ୟୁ ହୋଇଥିଲା। ଭାଇରାଲ ଫୋଟୋ ମୃତ୍ୟୁ ପୂର୍ବରୁ ତାଙ୍କ ପରିବାର ସହ ଦେଖା କରିବାର ଶେଷ ଫୋଟୋ ଅଟେ।
ପୋଷ୍ଟର ଶିର୍ଷକରେ ଲେଖା ଯଆଇଛି ଯେ, ଡଃ ହେଇଦି ନିଜ ପରିବାର କୁ ଶେଷ ଥର ଦେଖିବା ପାଇଁ ଏହିଭଳି ଗେଟ୍ ପାଖରେ ଅଜଣା ବ୍ୟକ୍ତି ଭଳି ଦେଖି ଚାଲିଗଲେ। ତାଙ୍କ ସହଧର୍ମିଣୀ ଏହି ହୃଦୟସ୍ପର୍ଶୀ ଫୋଟୋ ଟି ଉଠେଇଥିଲେ ।ସେ ଚାହୁଁ ନଥିଲେ ତାଙ୍କ ପରିବାର ଏହି ସଂକ୍ରମଣ ର ଶିକାର ହେଉ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 19ଥର ସେୟାର କରାଯାଇଛି। ଏହା ଛଡ଼ା 25 କମେଣ୍ଟ ଏବଂ 256 ଲାଇକ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କ’ଣ ଭାଇରାଲ ଫୋଟୋ ଇଣ୍ଡୋନେସିଆରେ କୋରୋନା ଆକ୍ରାତଙ୍କ ଚିକିତ୍ସା କରି ମୃତ୍ୟୁ ବରଣ କରିଥିବ ଡଃ ହେଇଦ ତାଙ୍କ ପରିବାର ସହ ଦେଖା କରିବାର ଶେଷ ଫୋଟୋ ଅଟେ । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁଲନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ Pama Magazine ନାମକ ପେଜରେ ଭାଇରାଲ ଫୋଟୋର ଲିଙ୍କ ମିଳିଲା। ପୋଷ୍ଟରେ ଲେଖା ଯାଇଥିଲା ଯେ, ଡାକ୍ତର ଜଣକ କୋରୋନା ରୋଗିଙ୍କୁ ଚିକିତ୍ସା କରୁଥିବାରୁ ନିଜ ପିଲାଙ୍କୁ ଘର ବାହାରେ ଠଆ ହୋଇ ଦେଖୁଛନ୍ତି। ଏହି ଫୋଟୋ Ahmad effendy zailanudin ନାମକ ଜଣେ ବ୍ୟକ୍ତି ଫେସବୁକରେ ପୋଷ୍ଟ କରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Pama Magazine । Archive
ଏହା ପରେ ଆମେ Ahmad effendy zailanudin ନାମକ ୟୁଜରର ଫେସବୁକ ଆକାଉଣ୍ଟ ଖୋଜିଲୁ। ଆମକୁ ଫେସବୁକ ଆକାଉଣ୍ଟରେ ଭାଇରାଲ ଫୋଟୋ ମିଲିଲା। 21 ମାର୍ଚ୍ଚରେ Ahmad effendy zailanudin ନାମକ ୟୁଜର ଭାଇରାଲ ଫୋଟୋକୁ ନିଜ ଫେସବୁକରେ ପୋଷ୍ଟ କରିଥିଲେ। ପୋଷ୍ଟରେ ସେ ଲେଖିଥିଲେ ଯେ, ତାଙ୍କ ଭାଇ ଜଣେ ଡାକ୍ତର ଅଟନ୍ତି। ସେ କୋରୋନା ରୋଗୀମାନଙ୍କ ଚିକିତ୍ସା କରୁଥିବାରୁ ତାଙ୍କ ପିଲାମାନଙ୍କ ପାଖକୁ ନ ଆସି ଘର ବାହାରୁ ହୀଁ ଦେଖି ଚାଲିଗଲେ। ଏହା ଏକ ଦୁଖ ଦାୟକ ଫୋଟୋ ଅଟେ। ତେଣୁ ସେ ମାଲେସିଆର ଲୋକମାନଙ୍କୁ କୋରୋନା ବିପଦ କାଳିନା ପରିସ୍ଥିତିରେ ଘରେ ରହି ବାକୁ ଅନୁରୋଧ କରିଛନ୍ତି। କହିରଖୁଛୁ ଯେ, Ahmad effendy zailanudin ମାଲେସିଆର ବାସିନ୍ଦା ଅଟନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ପରେ ଆମକୁ 25 ମାର୍ଚ୍ଚରେ Ahmad effendy zailanudin ପୋଷ୍ଟ କରିଥିବା ଅନ୍ୟ ଏକ ପେଜ ମିଲିଲା। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ପୋଷ୍ଟ କରିଥିବା ଫୋଟୋ ତାଙ୍କ ଭାଇର ଅଟନ୍ତି। ଇଣ୍ଡୋନେସିଆର କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଡଃ ହାଦିଓଙ୍କର ନୁହେଁ। ଏହାକୁ ଭୁଲରେ ସେୟାର କରାଯାଉଛି। ମୋ ଭାଇ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି। ଇଣ୍ଡୋନେସିଆର ଡଃ ହୋଦିଓଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଶେଷକଥା-
ଆମ ଅନୁସନ୍ଧାନକୁ ପାଇଲୁ ଯେ, ମାଲେସିଆ ଡାକ୍ତରଙ୍କ ଫୋଟୋକୁ ଇଣ୍ଡୋନେସିଆରେ କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଡଃ ହାଦିଓ ତାଙ୍କ ଘରକୁ ଶେଷଥର ଯାଇଥିବା ସମୟର ଫୋଟୋ କହି ଭାଇରାଲ କରାଯାଉଛି।

Title:ମାଲେସିଆ ଡାକ୍ତରଙ୍କ ଫୋଟୋକୁ ଇଣ୍ଡୋନେସିଆରେ କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଡଃ ହାଦିଓଙ୍କ ନାମରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False