ବିହାରର ଲବଗୁରୁ ମଟୁକନାଥ ଏବଂ ତାଙ୍କ ଶିଷ୍ୟ ଜୁଲିର ପ୍ରେମ ସମ୍ପର୍କ କୁ ବାପ ଝିଅ ସମ୍ପର୍କ କହି ଭାଇରାଲ କରାଯାଉଛି।

False Social

9 ଜୁନରେ ଏକ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯେଉଁଥିରେ ବୃଦ୍ଧ ବ୍ୟକ୍ତି ଏକ ଝିଅକୁ ରିକ୍ସାରେ ବସାଇ ନେଉଛନ୍ତି। Puja Puja ନାମକ ଜଣେ ଫେସବୁକ ୟୁଜର ଏହି ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ଦାବି କରାଯାଇଛି ଯେ, ରିକ୍ସାବାଲା ଝିଅ ହେଲା କଲେକ୍ଟର । ରିକ୍ସା ଚଳେଇ ପାଠ ପଢ଼ାଇଲେ ଝିଅ କୁ , ଝିଅ ଆଜି କଲେକ୍ଟର ହେଲା , ଲୋକେ କହୁଥିଲେ ଆଶ୍ରମରେ ଛାଡ଼ି ଦେବାକୁ। ଫୋଟୋକୁ ଅଧିକରୁ ଅଧିକ ସେୟାର କରିବା ପାଇଁ ଆବେଦନ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 68 ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ 5 କମେଣ୍ଟ ଏବଂ 70 ଲାଇକ୍ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଫୋଟୋରେ ରିକ୍ସା ବାଲା ଝିଅ କଲେକ୍ଟର ହେଲା ପରେ ତା ବାପା ତାକୁ ରିକ୍ସାରେ ବୁଲଉଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର ଅନେକ ଲିଙ୍କ ମିଳିଲା। 1 ନଭେମ୍ବର 2018 ରେ patrikaରେ ପ୍ରକାଶିତ ହୋଇଥିବା ଭାଇରାଲ ଫୋଟୋ ପାଇଲୁ। ଯେଉଁଥିରେ ଜଣା ଗଲା ଯେ, ଭାଇରାଲ ଫୋଟୋରେଥିବା ବ୍ୟକ୍ତି ଏବଂ ଝିଅ , ବାପ ଝିଅ ନୁହଁନ୍ତି ବରଂ ପ୍ରେମିକ ଏବଂ ପ୍ରେମିକା ଅଟନ୍ତି।  ଖବର ଅନୁସାରେ 2004 ମସିହାରେ ବିହାର କଲେଜର ପ୍ରଫେସର  ମୁଟୁକ ନାଥ(65)ଙ୍କ ତାଙ୍କ ଠାରୁ 30 ବର୍ଷ ସାନ ଛାତ୍ରୀ ସହ ପ୍ରେମ ସମ୍ବନ୍ଦ ସାମ୍ନାକୁ ଆସିଥିଲା। ଯାହା ପରେ ଦୁହିଙ୍କ ପ୍ରେମ ମିଡ଼ିଆରେ ଚର୍ଚ୍ଚାର ବିଷୟ ବନିଥିଲା। ମୁଟୁକ ନାଥଙ୍କ ପ୍ରେମ ସମ୍ପର୍କ ତାଙ୍କ ପତ୍ନୀ ଜାଣିଲା ପରେ ବିବାଦ ସୃଷ୍ଟି ହୋଇଥିଲା। ମୁଟୁକ ନାଥଙ୍କ ପତ୍ନୀ ତାଙ୍କ ପ୍ରେମିକା ଜୁଲିକୁ  ମିଡ଼ିଆ ସାମ୍ନାରେ ମାଡ଼ ମଧ୍ୟ ମିରିଥିଲେ। ଗୁରୁ ଶିଷ୍ୟର ଏହି ପ୍ରମ କାହାଣି ସୋସିଆଲ ମିଡ଼ିଆରୁ ଆରମ୍ଭ କରି ଟିଭି ନ୍ୟୁଜ ଚ୍ୟାନେଲରେ ଆଲୋଚନା କରାଯାଉଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-patrika ।  Archive

ଏହା ପରେ ଆମକୁ 18 ଫେବୃଆରି 2020 The lallan top ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡ଼ିଓ ପାଇଲୁ। ଯାହାକି ମଟୁକ ନାଥ ଏବଂ ତାଙ୍କ ଶିଷ୍ୟ ଜୁଲିର ପ୍ରେମ କାହାଣି ଏକ ଅଲଗା ପରିସ୍ଥିତିରେ ଦେଖିବାକୁ ପାଇଲୁ। ଖବର ଅନୁସାରେ ଜୁଲି ଏବଂ ଗୁରୁ ମଟୁକ ନାଥ ସହ ରହୁନାହାନ୍ତି। ଜୁଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପଥିବାରୁ ସେ ଅନ୍ୟ ଏକ ଦେଶରେ ଅଛନ୍ତି। ଭୋଜପୁରି ଗାଇକା ଦେବି ଜୁଲିଙ୍କର ମିତ୍ର ଅଟନ୍ତି। ସେ ଦାବି କରିଛନ୍ତି ଯେ, 2007 ରୁ 2014 ପର୍ଯ୍ୟନ୍ତ ମଟୁକ ନାଥ ଏବଂ ଜୁଲି ଏକାଠି ଥିଲେ। ପରେ ଜୁଲିଙ୍କି ସ୍ଥିତି ଖରାପ ହେବାରେ ଲିଗିଲା। ଏହାକୁ ନେଇ ଜୁଲି ମଟୁକ ନାଥଙ୍କୁ ସାହାଯ୍ୟ ମାଗିବାରୁ ମଟୁକ ନାଥ ମନା କରିଥିଲେ। ଏବେ ମଟୁକ ନାଥ ଏହା ରହୁଥିବା ବେଳେ ଜୁଲି ଅନ୍ୟ ଏକ ଦେଶରେ ନିଜ ଜିବନ ମରଣ ସହ ସଂଘର୍ଷ କରୁଛନ୍ତି। ଏହି ଖବରକୁ ନେଇ ବଟୁକନାଥଙ୍କ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ,   ରିକ୍ସାବାଲା ଝିଅ କଲେକ୍ଟର ହେବା ଦାବିରେ ଭାଇରାଲ କରାଯାଉଥିବା ଫୋଟୋ ପ୍ରକୃତରେ ପ୍ରମିକ ଏବଂ ପ୍ରେମିକାର ଅଟେ। ଫୋଟୋରେ ରିସ୍କା ଚଲାଉଥିବା ବ୍ୟକ୍ତି ବିହାର କଲେଜର ପ୍ରଫେସର ମଟୁକ ନାଥ ଅଟନ୍ତି। ଏବଂ ତାଙ୍କ ପଛରେ ବସିଥିବା ଝିଅ ତାଙ୍କ ଶିଷ୍ୟ ଅଟେ। 2004 ମସିହାରେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। 

Avatar

Title:ବିହାରର ଲବଗୁରୁ ମଟୁକନାଥ ଏବଂ ତାଙ୍କ ଶିଷ୍ୟ ଜୁଲିର ପ୍ରେମ ସମ୍ପର୍କ କୁ ବାପ ଝିଅ ସମ୍ପର୍କ କହି ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *