
କୋରୋନା ସଂକ୍ରମଣ ପାଇଁ ପୁରା ଦେଶ ଲକଡାଉନ ପିରସ୍ଥିତିରେ ଥିବା ସମୟେ ନିଜାମୁଦ୍ଦିନ ଜମାତ୍ରେ ମୁସ୍ଲିମ ଲୋକଙ୍କୁ ଏକାଠି କରିବା ଅଭିଯୋଗରେ ମୌଲାନା ମହମ୍ମଦ ସାଦଙ୍କୁ ଗିରଫ କରିବା ପାଇଁ ତାଙ୍କୁ ଛୋଜା ଚାଲିଛି। ଘଟଣା ପରେ ମୌଲାନା ମହମ୍ମଦ ସାଦ ପୋଲିସ ଠାରୁ ଡରି ଲୁଚି ଯାଇଛନ୍ତି। କିନ୍ତୁ ତାଙ୍କର ଦୁଇଟି ଅଡ଼ିଓ ସାମ୍ନାକୁ ଆସିଛି। ଯାହା ପରେ ସୋସିଆଲ ମିଡ଼ିଆ ଏବଂ ନ୍ୟୁଜ ଚ୍ୟାନେଲରେ ଖବର ପ୍ରକାଶିତ ହେଉଛି। ମର୍କାଜ ମୁଖ୍ୟ ମୌଲାନା ମହମ୍ମଦ ସାଦ ନିଜ ଦ୍ୱିତିୟ ଭିଡିଓରେ ମୁସ୍ଲିମମାନଙ୍କୁ ପୋଲିସ ସହ ସହଯୋଗ କରିବା ପାଇଁ କହିଛନ୍ତି। ଉତ୍ତରପ୍ରଦେଶ ବା ଦିଲ୍ଲୀରେ ଥିବା ଅନୁମାନ କରି ବିଭିନ୍ନ ପୁଲିସ ଦଳ ଖୋଜିବାରେ ଲାଗିଛନ୍ତି। ଏଥି ମଧ୍ୟରେ ଆମକୁ Odisha link ରେ ପ୍ରକାକାଷ ପାଇଥିବା ଏହି ନ୍ୟୁଜ ମିଳିଲା। ଯେଉଁଥିରେ ମର୍କାଜ ମୁଖ୍ୟର ଫୋଟୋ ପୋଷ୍ଟ କରାଯାଇଛି। ତେବେ ପୋଷ୍ଟ କରାଯାଇଥିବା ଫୋଟୋ କଣ ମର୍କାଦ ମୁଖ୍ୟ ମୌଲାନା ମହମ୍ମଦ ସାଦଙ୍କର ଅଟେ। ତେଳେ ପୋଷ୍ଟର ଆର୍କାଇଭ ଲିଙ୍କ୍ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Odisha link । Archive
ପୋଷ୍ଟର ସତ୍ୟତା ଜଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ପୋଷ୍ଟ କରାଯାଇଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। ସର୍ଚରେ ଆମକୁ 24 ମାର୍ଚ୍ଚରେ The economic Timesରେ ପ୍ରକାଶିତ ହୋଇଥିବା ଏକ ଖବର ମିଳିଲା। ଯେଉଁଥିରେ ମୌଲାନା ମହମ୍ମଦ ସାଦ୍ ଫୋଟୋ ଦାବିରେ ପୋଷ୍ଟ କରାଯାଇଛି। ପ୍ରକାଶିତ ଖବର ଅନୁସାରେ ଭଇରାଲ ଫୋଟୋରେଥିବା ବ୍ୟକ୍ତିର ନାଁ ମୌଲାନା ଶେଖ ଖଲିଲ-ଉର-ରହମାନ ସାଜଜାଦ ନୋମାନି (Shaykh Khalil-ur-Rahman Sajjad Nomani) ଅଟେ। ସେ ଜଣେ ଜଣାଶୁଣା ଇସଲାମ ପଣ୍ଡିତ ତଥା ଅଗ୍ରଣୀ ଧର୍ମଶାସ୍ତ୍ରୀ ଅଟନ୍ତି। ମୌଲାନା ଶେଖ ଖଲିଲ-ଉର-ରହମାନ ସାଜଜାଦ ନୋମାନି 24 ମାର୍ଚ୍ଚରେ ମୁସଲିମ ସମ୍ପ୍ରଦାୟକୁ COVID-19 ମହାମାରୀ ଆତଙ୍କ ନ ସରିବା ପର୍ଯ୍ୟନ୍ତ ମସଜିଦରେ ପ୍ରାର୍ଥନା ନକରିବାକୁ ଅନୁରୋଧ କରିଛନ୍ତି।ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-The economic Times । Archive
ଏହା ପରେ ଆମେ ମୌଲାନା ଶେଖ ଖଲିଲ-ଉର-ରହମାନ ସାଜଜାଦ ନୋମାନିଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆମକୁ Wikipedia ଲିଙ୍କ ମିଳିଲା। ଶେଖ ଖଲିଲ-ଉର-ରହମାନ ସାଜଜାଦ ନୋମାନି ଜଣେ ଭାରତୀୟ ଇସଲାମ ପଣ୍ଡିତ, ଅଲ ଇଣ୍ଡିଆ ମୁସଲିମ ବ୍ୟକ୍ତିଗତ ଆଇନ ବୋର୍ଡର ମୁଖପାତ୍ର, ଶିକ୍ଷାବିତ୍ ଏବଂ ଅନେକ ଇସଲାମ ପୁସ୍ତକ ର ଲେଖକ ଅଟନ୍ତି। ସେ BAMCEF ଏବଂ Waman Meshram ସହିତ, ନୋମାନି ବିଭିନ୍ନ ସକ୍ରିୟତା ପଦକ୍ଷେପ ଆରମ୍ଭ କରିଥିଲେ। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Wikipedia
ଏହା ପରେ ଆମେ ନେଟରେ ମୌଲାନା ମହମ୍ମଦ ସେୟାର କରିଥିବା ଦ୍ୱିତିୟ ଅ଼ଡ଼ିଓ ସହ ତାଙ୍କ ଫୋଟୋ ସର୍ଚ କରିଲୁ। ସର୍ଚରେ ଆମକୁ Ajtak ପେଜରେ 4 ଏପ୍ରିଲରେ ପ୍ରକାଶିତ ନ୍ୟୁଜ ମିଳିଲା। ଏହା ସହ ମୌଲାନା ମହମ୍ମଦଙ୍କ ଫୋଟୋ ମଧ୍ୟ ଥିଲା। ପ୍ରକାଶିତ ଖବର ଅନୁସାରେ କ୍ରାଇମ ବ୍ରାଞ୍ଚ ମୌଲାନା ସାଦଙ୍କୁ 26 ଟି ପ୍ରଶ୍ନ ପଚାରିଥିଲା। ମୌଲାନା ସାଦ ଏହି ପ୍ରଶ୍ନର ଉତ୍ତର ପଠାଇଥିଲେ। ମୌଲାନା ସାଦ୍ କହିଛନ୍ତି ଯେ ସେ ବର୍ତ୍ତମାନ ଆତ୍ମ-କ୍ୟାଣ୍ଟିନରେ ଅଛନ୍ତି ଏବଂ ମାର୍କାଜ୍ ବନ୍ଦ ଅଛି। ତେଣୁ ଯେତେବେଳେ ମାର୍କାଜ୍ ଖୋଲିବେ, ସେ ଅବଶିଷ୍ଟ ପ୍ରଶ୍ନର ଉତ୍ତର ଦେବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Ajtak। Archive
ଆମକୁ ମୌଲାନା ସାଦର ଦ୍ୱିତିୟ ଅଡ଼ିଓ ପ୍ରକାଶିତ ହୋଇଥିବାର ନ୍ୟୁଜ ABP NEWS ୟୁଟ୍ୟୁବ ପେଜରେ ଏହି ନ୍ୟୁଜ ପ୍ରକାଶିତ କରାଯାଇଛି। ମୌଲାନା ସାଦର ଫୋଟୋ ସହ। ଯେଉଁଥିରେ ବର୍ତ୍ତାମନ ବିଶ୍ବବ୍ୟାପୀ ପ୍ରାୟ ୧୧ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏଥିପାଇଁ ମଣିଷ ସମାଜର ପାପ ଦାୟୀ ବୋଲି ମୌଲାନା କହିଛନ୍ତି। ଏଥିପାଇଁ ଆଲ୍ଲା ରାଗିଛନ୍ତି ବୋଲି ସେ କହିଛନ୍ତି। ସେ ଅଡ଼ିଓରେ ମୁସଲମାନମାନଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରି କୋରୋନାକୁ ଦେଶରୁ ଭାଗାଇବାରେ ସାହାଯ୍ୟ କରିବା ପାଇଁ ଆଗ୍ରହ କରିଛନ୍ତି। ତଳେ ଭିଡିଓ ଦେଖନ୍ତୁ।
ଆମେ ଭାଇରାଲ ଫୋଟୋ ଏବଂ ନ୍ୟୁଜରେ ମିଳିଥିବା ଫୋଟୋକୁ ଏକାଠି କରି ବିଷ୍ଳେଶଣ କରିଲୁ। ଦୁଇଟିଯାକ ଫୋଟୋ ଅଲଗା ଅଲଗା ଅଟେ। ପ୍ରଥମ ଫୋଟୋ ମୌଲାନା ସାଦ୍ର ଅଟେ। ଯାହାଙ୍କୁ ଦିଲ୍ଲି ପୋଲିସ ନିଜାମ୍ମୁଦ୍ଦିନରେ ମୁସ୍ଲିମମାନଙ୍କୁ ଏକାଠି କରିବା ଆରୋପରେ ପୋଲିସ ଖୋଜୁଛି। ଦ୍ୱିତିୟ ଫୋଟୋ ମୌଲାନା ଶେଖ ଖଲିଲ-ଉର-ରହମାନ ସାଜଜାଦ ନୋମାନିଙ୍କର ଅଟେ। ସେ ଜଣେ ଜଣାଶୁଣା ଇସଲାମ ପଣ୍ଡିତ ତଥା ଅଗ୍ରଣୀ ଧର୍ମଶାସ୍ତ୍ରୀ ଅଟନ୍ତି। ତଳେ ଫୋଟୋ ଦେଖନ୍ତୁ।

ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଜଣାଶୁଣା ଇସଲାମ ପଣ୍ଡିତ ତଥା ଅଗ୍ରଣୀ ଧର୍ମଶାସ୍ତ୍ରୀ ମୌଲାନା ଶେଖ ଖଲିଲ-ଉର-ରହମାନ ସାଜଜାଦ ନୋମାନିଙ୍କର ଫୋଟୋକୁ ଫେରାର ମୌଲାନା ସାଦ ନାମରେ ଭାଇରାଲ କରିଯାଉଛି। ନିଜାମୁଦ୍ଦିନ ଜମାତ୍ରେ ମୁସ୍ଲିମ ଲୋକଙ୍କୁ ଏକାଠି କରିବା ଅଭିଯୋଗରେ ମୌଲାନା ମହମ୍ମଦ ସାଦଙ୍କୁ ଦିଲ୍ଲୀ ପୋଲିସ ଖୋଜୁଛି।

Title:ମୌଲାନା ଶେଖ ଖଲିଲ-ଉର-ରହମାନ ସାଜଜାଦ ନୋମାନିଙ୍କ ଫୋଟୋକୁ ମର୍କାଜ ମୁଖ୍ୟ ମୌଲାନା ସାଦଙ୍କ ନାମରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False