
ସେପ୍ଟେମ୍ବର 26, 2021 ରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନର ନିର୍ମାଣ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ତିନି ଦିନିଆ ସରକାରୀ ଗସ୍ତରୁ ଫେରିବା ପରେ ପ୍ରସ୍ତାବିତ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ସ୍ଥଳରେ ପ୍ରାୟ ଏକ ଘଣ୍ଟା ବିତାଇଥିଲେ। କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପର ନିର୍ମାଣ ସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ,ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଉଠାଇବା ପାଇଁ ଜଣେ ଫଟୋଗ୍ରାଫର ଭୂମିରେ ପଡ଼ି ମୋଦିଙ୍କ ଫଟୋ ଉଠାଉଥିବାର ଦେଖାଯାଉଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ଏଡିଟୁ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
29 ସେପ୍ଟେମ୍ବରରେ BJd Kolnara Rayagada ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି- କ୍ୟାମେରା ମ୍ୟାନକୁ ଫୋଟୋ ଉଠାଇବା କାଇଦା କୌଶଳ ଭଲ ଜଣାଅଛି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଥିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ କ୍ୟାମେରାମ୍ୟାନ ଭୂମିରେ ଶୁଆଇ ମୋଦିଙ୍କ ଫଟୋ ସୁଟ୍ ଚାଲିଥିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। news18.26 ସେପ୍ଟେମ୍ବର 2021 ରେ ପ୍ରକାଶିତ ଆର୍ଟିକିଲରେ ଭାଇରାଲ ଫଟୋ ପାଇଥିଲୁ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ସେହି ଦିନ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ପୋଷ୍ଟ କରିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ଏଡିଟ୍ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- news18. । Archive
Pxfuel ପେଜରେ ଭାଇରାଲ ଫଟୋରେଥିବା ଫଟୋଗ୍ରାଫର ଫଟୋ ମିଳିଲା। ଫଟୋଗ୍ରାଫର କଟ୍-ଆଉଟ୍ ଭାଇରାଲ୍ ଇମେଜରେ ଡିଜିଟାଲ୍ ଭାବରେ ଯୋଡା ଯାଇଛି। ତଳେ ଭାଇରାଲ ଫଟୋର ଅନ୍ୟ ଏକ ମୂଳ ଫଟୋ ଦେଖିପାରିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Pxfuel । Archive
ଭାଇରାଲ ଫଟୋ ଏବଂ ଆମକୁ ମିଳିଥିବା ଫଟୋର ବିଶ୍ଲେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ ହେଉଛି , ଭାଇରାଲ ଫଟୋ ଏଡିଟ୍ କରାଯାଇଛି। ତଳେ ବିଶ୍ଲେଷଣ ଦେଖନ୍ତୁ।

ଶେଷକଥା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ମୋଦି ଏବଂ କ୍ୟାମେରାମ୍ୟାନର ମୂଳ ଫଟୋକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:ମୋଦି ଏବଂ କ୍ୟାମେରାମ୍ୟାନର ମୂଳ ଫଟୋକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
