
26 ଫେବୃଆରିରେ ଦେବବ୍ରତ ମହାନ୍ତି ପପୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ମୁସ୍ଲିମ ମହିଳା ଏବଂ ଏକ ମୁସ୍ଲିମ ଛୋଟୋ ପିଲା ସାଙ୍ଗରେ ଠିଆ ହୋଇଛନ୍ତି। ପୋଷ୍ଟରେ ମହିଳା ଏବଂ ସାଙ୍ଗରେ ଥିବା ଛୋଟ ପିଲା ବିବାହ ହୋଇଥିବା ଭଳି ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ସ୍ୱାମିର ମୃତ୍ୟୁ ପରେ ନିଜ ପୁଆ ସହ ବିବାହ କରିଛନ୍ତି ଏହି ମୁସ୍ଲିମ ମହିଳା। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏଗୁଡ଼ାଙ୍କୁ କଣ କହିବ ଅରେ ଅଣ୍ଡିରା ମାନେ ଛେଳି କୁକୁର କିଖି ମାନିଲେନି ଆଉ ୟାଙ୍କ ହାବୁଡ଼ରେ ଜାହା ମିଳିଲା ସେଇଥିରେ କାମ ଚଳେଇବେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟର ତିନି ଘଣ୍ଟା ମଧ୍ୟରେ ପୋଷ୍ଟକୁ ଦୁଇଥିର ସେୟାର କରାଯାଇଛି ଏହା ସହ 7 କମେଣ୍ଟ ମଧ୍ୟ ଆସିଛି। ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। କଣ ସତରେ ଜଣେ ମୁସ୍ଲିମ ମହିଳା ସ୍ୱାମି ମରିଗଲା ପରେ ତାଙ୍କ ନିଜ ପୁଅ କୁ ବିବାହ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଫେସବୁକର ଏକ ଲିଙ୍କ ମିଳିଲା। Poshto Song S ନାମକ ଫେସବୁକ ୟୁଜର ପେଜରେ ଭାଇରାଲ ଫୋଟୋ ପାଇଲୁ। ପାଷ୍ଟରେ ଲେଖା ଯାଇଛି ଯେ,ଆଜି ମୋ ପୁଅ ଖାତମର ଆଇ-କୋରାନ ଅଛି ( Today was my son’s khatam AI-Quran)। ମୋ ପୁଅକୁ ଆଶ୍ରିବାଦ ଦେଇ ପୋଷ୍ଟକୁ ସେୟାର କର। ଏଥିରୁ ଜଣା ଗଲା ଯେ ଭାଇରାଲ ଫୋଟୋରେ ଥିବା ମହିଳା ତାଙ୍କ ପୁଅ ସହ ବିବାହ କରି ନାହାନ୍ତି।ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Poshto Song S । Archive
ଏହା ପରେ ଆମେ Today was my son’s khatam AI-Quran ଲେଖି ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆମକୁ ଟ୍ୱିଟରରେ ଏକ ପୋଷ୍ଟ ପାଇଲୁ। Alt news ର ପ୍ରତିଷ୍ଠାତା Mohammed Zubair ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭାଇରାଲ ଫୋଟୋକୁ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି ଯେ, ଏହି ଭାଇରାଲ ଫୋଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋରେ ଥିବା ମହିଳା ଏବଂ ପୁଅ ବିବାହ କରିନାହାନ୍ତି। ଭାଇରାଲ ଫୋଟୋ 31 ଜାନୁଆରିରେ ଫେସବୁକରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଲେଖା ଯାଇଥିଲା ଯେ, ମୋ ପୁଅର ପ୍ରଥମ ଆଇ-କୋରାନ ଅଛି। ଏହାର ପ୍ରକୃତ ଅର୍ଥ ସ୍ପଷ୍ଟ ହୋଇ ପାରିଲୁ ନାହିଁ କିନ୍ତୁ ଏଥିରୁ ଏହା ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫୋଟୋରେ ମୁସ୍ଲିମ ମହିଳା ତାଙ୍କ ପୁଅ ସହ ବିବାହ କରିନିହିନ୍ତି। ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Twitter। Archive
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ ଏକ ମୁସ୍ଲିମ ମହିଳାର ସ୍ୱାମି ମରିଗଲା ପରେ ତାଙ୍କ ନିଜ ପୁଅକୁ ବିବାହ କରିଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋରେ ଥିବା ମହିଳା ତାଙ୍କ ପୁଅର ପ୍ରଥମ ଆଇ-କୋରାନ କାର୍ଯ୍ୟକ୍ରମର ଅଟେ।

Title:କ’ଣ ଭାଇରାଲ ଫୋଟୋରେଥିବା ମୁସ୍ଲିମ ମହିଳା ସ୍ୱାମି ମରିଗଲା ପରେ ତାଙ୍କ ନିଜ ପୁଅକୁ ବିବାହ କରିଛନ୍ତି?
Fact Check By: Saritadevi SamalResult: False