
25 ଡିସେମ୍ବରରେ Sanjeev Sharma Sanjeev Sharma ନାମକ ଜଣେ ଫେସବୁକ ୟୁଜର ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ କିଛି ଫୋଟୋ ଏବଂ ଏକ ଭିଡିଓ ସେୟାର କରି ଲେଖା ଯାଇଛି ଯେ. ଏହି ନକଲି ଆରଏସଏସ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନା ନାହିଁ। ସର୍ବମୋଟରେ ସୋୟାର କରାଯାଇଥିବା ପୋଷ୍ଟରେ ଥିବା ପୋଲିସକୁ RSS ବ୍ୟକ୍ତି ବୋଲି ଦାବି କରାଯାଇଛି। ପୋଷ୍ଟରେଥିବା ବ୍ୟକ୍ତି ଏକ ବୋଲି ଦାବି କରାଯାଉଛି। ପୋଷ୍ଟରେ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି। ସେଥିରେ ମଧ୍ୟ ଦାବି କରାଯାଇଛି ଯେ, ଆରଏସଏସର ଲୋକ ପୋଲିସ ଡ୍ରେସ ପିନ୍ଧି ବୁଲୁଛନ୍ତି।

ଏଠାରେ ଲିଙ୍କ୍ ଦେଖନ୍ତୁ-Facebook । Archive
ତେବେ ପୋଷ୍ଟରେ କରାଯାଇଥିବା ଦାବି ସତ ନା ମିଛ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସେୟାର କରାଯାଇଥିବା ଫୋଟୋରେଥିବା ପୋଲିସ କ’ଣ RSSର ବ୍ୟକ୍ତି ଅଟନ୍ତି? ଏବଂ ପୋଲିସ ପୋଷାକ ପିନ୍ଧି ବୁଲୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଫେସବୁକରେ ପୋଷ୍ଟ କରାଯାଇଥିବା ଭିଡିଓକୁ ଇନଭିଡରେ ପକାଇ ଇମେଜରେ ଭାଙ୍ଗିଲୁ। ଭାଙ୍ଗିଥିବା ଇମେଜରେ ଦେଖିବାକୁ ପାଇଲୁ ଯେ, ପୁଲିସ କର୍ମିର କାନ୍ଧରେ ଲାଗିଥିବା ପଟିରେ ତିନଟି ସ୍ଟାର ଏବଂ ଦୁଇଟି ରଙ୍ଗର ଲାଇନ ଅଛି। ଏହା ସହିତ ଇମେଜରେ D.P ଲେଖା ଯାଇଛି।

ଏହାପରେ ଆମେ ଏଥିରେ ସମ୍ପୃକ୍ତଥିବା ପୋଲିସ ପଦ ବିଷୟରେ ତଥ୍ୟ ଖୋଜିଲୁ। ସର୍ଚରେ Quora ନାମକ ଏକ ୱେବସାଇଟରେ ଆମକୁ ପୋଲିସର ଏହି ପଦବି ବିଷୟରେ ତଥ୍ୟ ମିଳିଲା। ପୋଲିସ ଖାକି ବର୍ଦିରେ ତିନି ସ୍ଟାର ସହିତ ନାଲି ଏବଂ ନିଳ ରଙ୍ଗର ପଟି ଲାଗିଥିଲେ ତାଙ୍କୁ ପୋଲିସ ନିରିକ୍ଷ୍ୟକ ଏବଂ ଥାନା ପ୍ରମୁଖ ବୋଲି କୁହାଯାଏ।

ହିନ୍ଦି ଫ୍ୟାକ୍ଟ କ୍ରିସକେନଡୋ ଟିମ ଦିଲ୍ଲି ପୋଲିସର ସାଉଥ କ୍ୟାମ୍ପସ୍ ଥାନା ଇନଚାର୍ଜ ସହିତ ଭାଇରାଲ ଫୋଟୋ ବିଷୟରେ ପଚାରିବାରୁ ସମ୍ପୃକ୍ତ ପୋଲିସ ବିଷୟରେ ସୂଚନା ମିଳିଲା। ଥାନା ଇନଚାର୍ଜ ସୂଚନା ଦେଲେ ଯେ, ଭାଇରାଲ ଫୋଟୋରେ ଥିବା ପୋଲିସ କନୌଟ ପ୍ଲସର SHO ବିନୋଦ ନାରଙ୍ଗ ଅଟନ୍ତି।
ଏହାପରେ ଟିମ କନୌଟ ପ୍ଲସର SHO ବିନୋଦ ନାରଙ୍ଗ ସହ ସମ୍ପର୍କ କରାଯାଇଥିଲେ। SHO ବିନୋଦ ନାରଙ୍ଗ ସ୍ପଷ୍ଟ କରିଛନ୍ତି ଯେ, ପୋଲିସ ଡ୍ରେସରେ ଥିବା ବ୍ୟକ୍ତିର ଫୋଟୋ ତାଙ୍କର ଅଟେ, କିନ୍ତୁ ଅନ୍ୟ ଫୋଟୋରେଥିବା RSS ପୋଷାକ ପିନ୍ଧିଥିବା ବ୍ୟକ୍ତିର ଫୋଟୋ ତାଙ୍କର ନୁହଁ। ଏହା ସହିତ ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର RSS ଅଥବା କୌଣସି ଦଳ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଏହା ଛଡ଼ା ସେ ହିନ୍ଦି ଫ୍ୟାକ୍ଟ କ୍ରିସକେନଡୋ ଟିମକୁ ନିଜର ଏକ ଫୋଟୋ ମଧ୍ୟ ଦେଲେ। ଯେତେବେଳେ ଆମେ ଭାଇରାଲ ଫୋଟୋ ଏବଂ ବିନୋଦ ନାରଙ୍ଗ ଦେଇଥିବା ଫୋଟୋକୁ ତୁଲନା କଲାର ଆମକୁ ଦୁଇଟି ଯାକ ଫୋଟୋ ଏକ ଲାଗିଲା।

ଏହାପରେ ଆମକୁ RSS ୟୁନିଫୋର୍ମରେ ଠିଆ ହୋଇଥିବା ଦ୍ୱିତିୟ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରି ସର୍ଚ କରିଲୁ। ସର୍ଚରେ MLA Ashok Dograର ଫେସବୁକ ପେଜ ପାଇଲୁ। ତେବେ ଭାଇରାଲ ଫୋଟୋରେଥିବା ବ୍ୟକ୍ତି MLA Ashok Dogra ଅଟନ୍ତି। ଅସୋକ ଦରୋଗା ରୋଜସ୍ଥାନ ସ୍ଥିତ ବୁନ୍ଦି ଅଞ୍ଚଳର ଏମଏଲଏ ଅଟନ୍ତି।


Viral photo |
ଭାଇରାଲ ଫୋଟୋ ଏବଂ ଅସୋକ ଡୋଗରା ଫେସବୁକ ଫୋଟୋକୁ ତୁଳନା କରିଲାପରେ ଆମେ ପାଇଲୁ ଯେ, ଦୁଇଟି ଫୋଟୋରେ ଥିବା ବ୍ୟକ୍ତି ଜଣେ ଅଟନ୍ତି। ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି ରୋଜସ୍ଥାନ ସ୍ଥିତ ବୁନ୍ଦି ଅଞ୍ଚଳର ଏମଏଲଏ ଅସୋକ ଡୋଗରା ଅଟନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ପୋଷ୍ଟଥିବା ପୋଲିସ ଏବଂ RSS ପୋଷାକରେ ଥିବ ଦୁଇଜଣ ବ୍ୟକ୍ତି ଅଲଗା ଅଲଗା ଅଟନ୍ତି। ଏହା ସହିତ ପୋଲିସ ପୋସାକରେ ଥିବା ବ୍ୟକ୍ତି SHO ବିନୋଦ ନାରଙ୍ଗ ଅଟନ୍ତି ଏବଂ ସେ ସ୍ପଷ୍ଟ କରିଛନ୍ତି ଯେ,ତାଙ୍କର RSS ସହି କୌଣସି ସମ୍ବନ୍ଧ ନାହିଁ।
ଶେଷକଥା–
ଅନୁସନ୍ଧାନରୁ ଆମେ ପାଇଲୁ ଯେ, ଭାଇରାଲ ପୋଷ୍ଟରେ ପ୍ରଦର୍ଶନ ସମୟରେ RSS ଲୋକ ପୋଲିସ ପୋଷାକ ପିନ୍ଧି ବୁଲୁଥିବାର ଦାବି ଗୁଜବ ଅଟେ। ଭାଇରାଲ ପୋଷ୍ଟରେ ଥିବା ବ୍ୟକ୍ତି ଅଲଗା ଅଲଗା ଅଟନ୍ତି। ପୋଲିସ ପୋଷାକରେ ଥିବା ବ୍ୟକ୍ତି କନୌଟ ପ୍ଲସର SHO ବିନୋଦ ନାରଙ୍ଗ ଅଟନ୍ତି ଏବଂ ସେ ସ୍ପଷ୍ଟ କରିଛନ୍ତି ଯେ,ତାଙ୍କର RSS ସହି କୌଣସି ସମ୍ବନ୍ଧ ନାହିଁ। ସେହିପରି ଦ୍ୱିତିୟ ଫୋଟୋରେଥିବା RSS ପୋଷାକରେଥିବା ବ୍ୟକ୍ତି ରୋଜସ୍ଥାନ ସ୍ଥିତ ବୁନ୍ଦି ଅଞ୍ଚଳର ଏମଏଲଏ ଅଶୋକ ଡୋଗରା ଅଟନ୍ତି।