କ’ଣ ଏହି ଫୋଟୋରେ ସଲମାନ ଖାନ ମୁମ୍ବାଇ ପୋଲିସ ସହିତ ବସିଛନ୍ତି? କ’ଣ ଥିଲା ଏହି ଘଟଣା?

False Social

କିଛି ଦିନ ପୂର୍ବରୁ ମୁମ୍ବାଇ ପୋଲିସ ଅର୍ଣବ ଗୋବାମୀଙ୍କୁ ତାଙ୍କ ଘରୁ ଗିରଫ କରିଲା ପରେ ଅର୍ଣବ ମୁମ୍ବାଇ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଲଗାଇଛନ୍ତି। ଏହା ନେଇ ବର୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରା ହେଉଛି। ଲୋକେ ମୁମ୍ବାଇ ପୋଲିସ ଦୁର୍ବ୍ୟବହାରକୁ ନେଇ ନିଜ ମତ ମଧ୍ୟ ରଖିଛନ୍ତି। ଏପରି ଗୋଟିଏ ପୋଷ୍ଟ ମଧ୍ୟ ଆମ ସାମନାକୁ ଆସିଛି ଯେଉଁଥିରେ ସଲମାନ ଖାନ ପୋଲିସ ଥାନାରେ ବସିଥିବା ଦେଖିବାକୁ ମିଳିଛି। 

ପୋଷ୍ଟରେ କରା ଯାଇଥିବା ଦାବିର ଅନୁସନ୍ଧାନ କରି ଫେକ୍ଟ କୃସେଣ୍ଡୋ ଏହାକୁ ମିଥ୍ୟା ବୋଲି ପ୍ରମାଣ କରିଛି। 

କ’ଣ ଦାବି ଏହି ପୋଷ୍ଟର?

୫ ନଭେମ୍ବରରେ ଜଣେ ଟୁଇଟର ୟୁଜର ସଲମାନ ଖାନଙ୍କ ପୋଲିସ ସହିତ ବସିଥିବା ଫୋଟୋ ଟୁଇଟ କରି ଦାବି କରିଛନ୍ତି ଯେ ୭ ଜଣଙ୍କୁ ମଦ ନିଶାରେ ଗାଡି ଚଢାଇ ମାରିଥିବା ଜଣେ ଅପରାଧୀ ସହିତ ବମ୍ବେ ପୋଲିସ। 

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୦ ଏପ୍ରିଲ ୨୦୧୮ ମସିହାରେ ଜି ନ୍ୟୁଜ ଦ୍ଵାରା ପ୍ରକାଶିତ ହେଇଥିବା ଗୋଟିଏ ସମ୍ବାଦ ମିଳିଲା। ଏହି ସମ୍ବାଦରେ କୁହା ଯାଇଅଛି ଯେ ୧୯୯୮ ମସିହାରେ ଦୁଇଟି କଳା ହରିଣ ହତ୍ୟା କରିବା ମାମଲାରେ ସଲମାନ ଖାନଙ୍କୁ ୫ ବର୍ଷ କାରାଦଣ୍ଡ ଦିଆ ଯାଇଥିଲା ଏବଂ ତାଙ୍କୁ ଗୋଟିଏ ରାତି ପାଇଁ ଯୋଧପୁର ଜେଲ୍ ରେ ରଖା ଯାଇଥିଲା। 

zee news.jpg

Zee News | Archive

ଏହା ପାରେ ଆମେ ଏହି ବିଷୟରେ ୟୁଟ୍ୟୁବରେ ଯାଇ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୫ ଏପ୍ରିଲ ୨୦୧୮ ମସିହାରେ ରିପବ୍ଲିକ ୱାର୍ଲ୍ଡ ଦ୍ଵାରା ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ସଲମାନ ଖାନ ଯୋଧପୁର ସେଣ୍ଟ୍ରାଲ ଜେଲ୍ ରେ ବସିଛନ୍ତି। ଏହା ତାଙ୍କୁ ଜେଲ୍ ର ୧ ନମ୍ବର ବ୍ୟାରାକକୁ ନିଯା ଜୀବ ପୂର୍ବର ଦୃଶ୍ୟ ଅଟେ। ସଲମାନ ଖାନଙ୍କ ସହିତ ଅନ୍ୟ ଅଭିନେତା ଏବଂ ଅଭିନେତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଲଗା ଯାଇଅଛି। ଏହି ଘଟଣା ହମ୍ ସାଥ ସାଥ ହେଁ ଫିଲ୍ମ ଶୁଟିଙ୍ଗ ସମୟରେ ଘଟି ଥିଲା। 

ଏହା ପରେ ପୋଷ୍ଟ କରା ଯାଇଥିବା ଫୋଟୋ ଆମକୁ ଇଣ୍ଡିଆ.କମ ପତ୍ରିକାରେ ମଧ୍ୟ ଦେଖିବାକୁ ମିଳିଲା। ଏହି ପତ୍ରିକାରେ ମଧ୍ୟ କୁହା ଯାଇଅଛି ଯେ ଏହି ଫୋଟୋରେ ସଲମାନ ଖାନ ଯୋଧପୁର ପୋଲିସ ଥାନାରେ ବସିଛନ୍ତି। 

india.com.jpg

India.com | Archive

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଫୋଟୋରେ ସଲମାନ ଖାନ ଯୋଧପୁର ସେଣ୍ଟ୍ରାଲ ଜେଲ୍ ରେ ପୋଲିସ ସହିତ ଅଛନ୍ତି। ଏହି ପୋଲିସକର୍ମୀ ମାନେ ମୁମ୍ବାଇ ପୋଲିସ କର୍ମଚାରୀ ହେଇଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Avatar

Title:କ’ଣ ଏହି ଫୋଟୋରେ ସଲମାନ ଖାନ ମୁମ୍ବାଇ ପୋଲିସ ସହିତ ବସିଛନ୍ତି? କ’ଣ ଥିଲା ଏହି ଘଟଣା?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *