ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ଧରାପଡ଼ିଥିଲେ ପିଲା ଚୋର?

False Social

Archive link 

23 ଅଗଷ୍ଟରେ ବିଶ୍ୱଜିତ ତାଣ୍ଡି   ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଝାରସୁଗୁଡା ଏବଂ ସୁନ୍ଦରଗଡ଼ ରେ ପିଲା ଚୋରି ହେବାର ଏକ ପୋଷ୍ଟ ସେୟାର କରିଥିଲେ। ଆମେ ପୋଷ୍ଟ  ଦେଖିବଯାଏଁ 1000ରୁ ଅଧିକ ଥର ସେୟାର ହୋଇ ସାରିଛି। ବିଶ୍ୱଜିତ  ପୋଷ୍ଟରେ କିଛି ପିଲା କାର ଡିକିରେ ବସିଥିବାର ଦେଖିବା ଯାଉଛି ।ଏହା ସହିତ ଏନ୍ୟ ଏକ ଫୋଟୋରେ ପୁଲିସ ଜଣେ ମହିଳାକୁ ନେଇ ଯାଉଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କାରାଯାଇଛି ଯେ ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ପିଲା ଚୋର ବୁଲୁଛନ୍ତି। ଏହି ପୋଷ୍ଟରେ  ସତର୍କ ରହିବା ପାଇଁ କୁହାଯାଇଛି  ଏବଂ ପୋଷ୍ଟଟିକୁ ଅଧିକରୁ ଅଧିକ ସେୟାର କରିବା ପାଇଁ ଅନୁରୋଧ କରା ଯାଇଛି। ପୋଷ୍ଟ କେତେ ସତ ଓ ମିଛ ତାହା  ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।

ପୋଷ୍ଟ ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ 

ସତ୍ୟତା ଜାଣିବା ପାଇଁ ଆମେ ପୋଷ୍ଟ କରାଯାଇଥିବା ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ସହିତ ଜଡ଼ିତ ଆଉ କିଛି ଫଟୋ ମିଳିଲା। ଏହି ଫୋଟୋ ସହିତ  ଲିଙ୍କଥିବା କିଛି ହିନ୍ଦୀ ନ୍ୟୁଜ ମଧ୍ୟ ଆମ ସାମନାକୁ ଆସିଲା। ପୋଷ୍ଟ କରାଯାଇଥିବା ଫୋଟୋ ହିନ୍ଦୀ ନ୍ୟୁଜ  ପୋର୍ଟାଲ ଦୈନିକ ଭାସ୍କର  ପେଜରେ ଅଗଷ୍ଟ 14  ତାରିଖରେ ଏହାର ଏକ ନ୍ୟୁଜ ପ୍ରସାରିତ ହୋଇଥିଲା। ନ୍ୟୁଜରେ  ଲେଖା ଯାଇଥିଲା ଯେ, ହରିୟାଣା ରାଜ୍ୟରେ ସ୍ଥିତ କୁରୁକ୍ଷେତ୍ରର ର ଲାଡୱା ଅଞ୍ଚଳରେ ଏକ ପିରବାର ଅସ୍ଥି ବିସର୍ଜନ ପାଇଁ ଆସିଥଲେ। ଗାଡ଼ି ରେ ଜାଗା କମଥିବାରୁ ପିରବାର ସହିତ ଆସିଥିବା ଛୋଟ ପିଲାମାନଙ୍କୁ କାରର ପଛ ଡିକି ରେ ବସାଇଥିଲେ। କାରଟିର ଡିକିରୁ ପିଲା ନ ଖସନ୍ତୁ ବୋଲି ଡିକିରେ କପଡ଼ା ବନ୍ଧା ଜାଇଥିଲା। ସ୍ଥାନିୟ ଲୋକ ଡିକିରେ ଛୁଆଙ୍କୁ ଦେଖି ସେହି ପରିବାର ଲୋକଙ୍କୁ ପିଲା ଚୋର ବୋଲି ସନ୍ଦେହ କରିଥିଲେ ଏବଂ ସ୍ଥାନୀୟ ପୁଲିସ ଥାନାରେ ଏ ନେଇ ଏତଲା ମଧ୍ୟ ଦେଇଥିଲେ। କାରରେ ବସିଥିବା ପରିବାର ସଦସ୍ୟ ନିଜକୁ ଜେତେ ନିର୍ଦୋଶ କହିଲେ ମଧ୍ୟ ସ୍ଥାନିୟ ଲୋକ କିଛି ଶୁଣିନଥିଲେ। ପୁଲିସ ପାଖା ପାଖି 2 ଘଣ୍ଟା ଜେରା କଲା ପରେ ପିରବାର ସଦସ୍ୟ ନିଜକୁ ନିର୍ଦୋଶ ସାବ୍ୟସ୍ତ କଲେ।

Archive

ନ୍ୟୁଜ ପୋଷ୍ଟକୁ ପଢ଼ିଲା ପରେ ଏହା ସ୍ପଷ୍ଟ ହୋଉଛି କି ସେୟାର କାରାଯାଇଥିବା ଏହି ପୋଷ୍ଟର ଓଡ଼ିଶାର କୌଣସି ଜିଲା ସହିତ ସମ୍ବନ୍ଧ ନାହିଁ। ଏହା ଛଡ଼ା ପୋଷ୍ଟ ବିଷୟରେ ଅଧିକ ସତ୍ୟତା ଯାଣିବା ପାଇଁ ଆମେ ଗୁଗୁଲରେ Be alert and careful some child trafficking groups active in Jharsuguda and Sambalpur ଲେଖି ସର୍ଚ୍ଚ କରିଲୁ । ସର୍ଚ୍ଚରେ ଆମେ ଅନ୍ୟ କିଛି ଫ୍ୟାକ୍ଟ ଚେକିଙ୍ଗ ୱେବସାଇଟ (factly ଏବଂ  veरिfay ) ପାଇଲୁ ଯେଉଁଥିରେ ଏହି ଗୁଜବକୁ  ମିଥ୍ୟା ବୋଲି କୁହାଯାଇଛି। 

ଏହା ଛଡ଼ା ଏହି ନ୍ୟୁଜ 14 ଅଗଷ୍ଟରେ  ପଞ୍ଜାବ କେସରି ନ୍ୟୁଜ ପେଜରେ ମଧ୍ୟ ପ୍ରକାଶ କରାଯାଇଛି।

Archive

ଶେଷ କଥା :

ପୋଷ୍ଟରେ ସେୟାର କରାଯାଇଥିବା ଝାରସୁଗୁଡ଼ା ଓ ସମ୍ବଲପୁରରେ ପିଲା ଚୋର ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ। ପ୍ରଥମ କଥା ଏହା ଯେ, ପୋଷ୍ଟ କରାଯାଇଥିବା ଫଟୋ ଓଡ଼ିଶାର ନୁହେଁ। ଏହା ସହିତ ଫୋଟୋରେ ଗାଡ଼ି ପଛପଟେ ବସିଥିବା ପିଲାଙ୍କୁ ଚୋରା ଯାଇନଥିଲା ବରଂ କାରରେ ବସିଥିବା ପରିବାର ସଦସ୍ୟଙ୍କର ଅଟନ୍ତି।

Avatar

Title:ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ଧରାପଡ଼ିଥିଲେ ପିଲା ଚୋର?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *