
14 ଅଗଷ୍ଟରେ Karta Digal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ରାସ୍ତା ମଝିରେ ଏକ ବଡ଼ ଗାତ ହୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବନାରସରେ ଭାରତର ପ୍ରଥମ ଅଣ୍ଡରଗ୍ରାଉଣ୍ଡ କ୍ରିକେଟ ଷ୍ଟାଡିଅମ ବନିବାକୁ ଯାଉଛି।
ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ବିଶ୍ବର ପ୍ରଥମ ଅଣ୍ଡରଗ୍ରାଉଣ୍ଡ କ୍ରିକେଟ ଷ୍ଟାଡିଅମ ଭାରତର ବନାରସ ସହରରେ ! ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 14ଥର ସେୟାର କରାଯାଇଛି ଏବଂ 153ଥର ଲାଇକ ସହ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ବନାରସରେ ବନୁଛି ବିଶ୍ୱର ପ୍ରଥମ ଅଣ୍ଡରଗ୍ରାଉଣ୍ଡ କ୍ରିକେଟ ଷ୍ଟାଡିୟମ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କା ପାଇଲୁ। 27 ଜୁଲାଇ 2017ରେ Sanjiv Bhatt ଆଇପିଏସ ଅଫିସର ଏହି ଫୋଟୋ ପୋଷ୍ଟ କରିଥିଲେ। ଏବଂ ପୋଷ୍ଟରେ ଲେଖାଯାଇଛି ଯେ, ଭାଇରାଲ ଫୋଟୋ ଅହମଦାବାଦର ଅଟେ। ଭାଇରାଲ ଫୋଟୋ ସହ ଅନ୍ୟ କିଛି ପୋଷ୍ଟ ମଧ୍ୟ ପୋଷ୍ଟ କରାଯାଇି। ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ଯେ, ଏହା ରାସ୍ତା ଗାତ ହୋଇଥିବାର ଫୋଟୋ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
29 ଜୁଲାଇ 2017ରେ ଆମ ଆଦମି ପାର୍ଟିର ନେତା Sanjay singh AAP ମଧ୍ୟ ଭାଇରାଲ ଫୋଟୋକୁ ଟ୍ୱିଟକରିଛନ୍ତି। ରାସ୍ତା ଗାତ ହୋଇ ଯାଉଥିବାର ଅନ୍ୟ କିଛି ଫୋଟୋ ସହ ଭାଇରାଲ ଫୋଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ବଡ଼ ବଡ଼ ଗଭିର ଖାଲ ହୋଇଛି। ନେତା ଜଣକ ମୋଦି ସରକାରକୁ ପରିହାସ କରି ଲେଖିଛନ୍ତି, ବିକାଶ ଉପରୁ ତଳ ପର୍ଯ୍ୟନ୍ତ ପହଁଞ୍ଚି ସାରିଲାଣି , ଆପଣକୁ ଦେଖା ଯାଉନାହିଁ ତ ଏଥିରେ ମୋଦି ସରକାରଙ୍କର କଣ ଭୁଲ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter। Archive
ସେହିପରି 7 ଅଗଷ୍ଟ 2017ରେ Dibya spandan ମଧ୍ୟ ଭାଇରାଲ ଫୋଟୋ ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି , ଭାଇରାଲ ଫୋଟୋ ଅହମଦାବାଦର ଭଙ୍ଗା ରାସ୍ତା ଅଟେ। AMC (Ahmedabad Municipal Corporation) ଅର୍ଥାତ୍ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ସ୍ପଷ୍ଟ କରିଛି , ଭାଇରାଲ ଫୋଟୋ ଏକ ଭଙ୍ଗା ରାସ୍ତାର ଫୋଟୋ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ ବନାରସର ନୁହେଁ ଅହମ୍ମଦାବାଦର ଅଟେ। ଏହା ଛଡ଼ା ଏହି ଫୋଟୋ ଅଣ୍ଡରଗ୍ରାଉଣ୍ଡ କ୍ରିକେଟ ଷ୍ଟାଡିୟମ ବନାଯାଉଥିବା ଦାବିରେ ଭାଇରାଲ କରାଯାଉଥିବା ପୋଷ୍ଟ ମିଥ୍ୟା ଅଟେ।

Title:ଅହମଦାବାଦର ଭଙ୍ଗା ରାସ୍ତାର ଫୋଟୋକୁ ବନାରସର କହି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False