
କୋରୋନା ଭାଇରସ ବିଶ୍ୱରେ ଏକ ମହାମାରି ରୂପ ନେଇ ସାରିଛି। ଚିନ ପରେ ଏବେ ଇଟାଲୀରେ କୋରୋନା ଭାଇରସ ବ୍ୟାପି ସାରିଛି। ଏଥିପାଇଁ ଭାରତରେ ମଧ୍ୟ ଆତଙ୍କର ବାତାବରଣ ଦେଖୀବାକୁ ମିଳୁଛି। ଭାରତରେ ପ୍ରଥମେ କୋରୋନା ଭାଇରସକୁ ରୋକିବା ପାଇଁ 31 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ , ଅଫିସ ଏବଂ ଅନ୍ୟାନ୍ୟ ସପିଙ୍ଗ ମଲ ବନ୍ଧ କରାଯାଇଥିଲା। କିନ୍ତୁ ସ୍ଥିତି ବିଗିବା ପର ଠାରୁ 24 ମାର୍ଚ୍ଚରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମି 21 ଦିନ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଘୋଷଣା କରିଛନ୍ତି। ଏଥି ମଧ୍ୟରେ ଇଟାଲିରେ ଲୋକଙ୍କ କୋରୋନା ଭାଇରସ ସ୍ଥିତିର ଫୋଟୋ ସେସିଆଲ ମିଡିଆରେ ଭାଇରାଲ ହେଉଛି। Namita Jena ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ କିଛି ଫୋଟୋ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଭାଇରାଲ ଫୋଟୋ ଇଟାଲୀର ଅଟେ। ଭାଇରାଲ ଫୋଟୋରେ ଲୋକମାନେ ମୁହଁରେ ମାସ୍କ ଲଗାଇ ମାଳ ମାଳ ହୋଇ ଗଛ ତଳେ ତ କିଏ ରାସ୍ତାରେ ଛିଡା ହୋଇଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କୋରୋନା ସଂକ୍ରମଣ ପିଡ଼ିତ ଏତେ ମାତ୍ରାତେ ଇଟାଲୀରେ ହୋଇ ସାରିଲେଣି ଯେ, ହୋସ୍ପିଟାଲରେ କୋରୋନା ପିଡ଼ିତଙ୍କୁ ଜାଗା ମିଳିଳୁନି।ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 39 ଥର ସେୟାର କରାଯାଇଛି। ତେଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ଏହା ଛଡ଼ା ଉତ୍କଳ ଭାଇରାଲ ନାମକ ପେଜରେ ମଧ୍ୟ ଏହି ଫୋଟୋ ଭାଇରାଲ କରା ଯାଇଛି। ପୋଷ୍ଟରେ ମଧ୍ୟ ଫୋଟୋ ସବୁ ଇଟାଲୀରେ କୋରୋନା ପଡ଼ିତଙ୍କ କହି ଭାଇରାଲ କରାଯାଉଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ବର୍ତ୍ତମାନ ଏଇଭଳି ପରିସ୍ଥିତି ଇଟାଲୀରେ, ଏହି ଫୋଟ କୁ ସମସ୍ତଙ୍କ ପାଖରେ ପହଞ୍ଚାଇ ଜଣେଇ ଦିଅ ଯଦି ଇଟାଲୀ ଭଳି ଉନ୍ନତ ମାନ ଦେଶ ର ସ୍ତିତି ଏଇଭଳି ତାହାଲେ ଆମ ଭାରତରେ ଯେଉଁଠି ସାଧାରଣ ରୋଗିଙ୍କ ପାଇଁ ଡାକ୍ତରଖାନା ର ଅଭାବ ସେଠି ଯଦି କରୋନା କାୟା ବିସ୍ତାର କରିଦିଏ ଅବସ୍ଥା ଅତି ଉଦବେଗଜନକ ହୋଇଯିବ। ସେଥି ପାଇଁ ମାନ୍ୟବର ପ୍ରଧାମନ୍ତ୍ରୀଙ୍କର କଥାକୁ ସମ୍ମାନ ଜଣେଇ ନିଜ ଓ ନିଜ ପରିବାର ର ସୁରକ୍ଷା କୁ ଦୃଷ୍ଟିରେ ରଖି ୨୧ ଦିନ ପାଇଁ ନିଜକୁ ଘରେ LUCK DOWN କରିଦିଅନ୍ତୁ। ତେଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତୋବେ ଭାଇରାଲ ଫୋଟୋ ଇଟାଲୀର କୋରୋନା ପଡ଼ିତଙ୍କର ନା ନାହିଁ ତାହା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଫୋଟୋ ଏକ ଟ୍ୱିଟର ଆକାଉଣ୍ଟରେ ମିଳିଲା। ଯେଉଁଥିରେ ଲେଖା ଯାଇଛି ଯେ, 22 ମାର୍ଚ୍ଚ ସକାଳେ କ୍ରୋଏସିଆର (Croatia) ଜାଗ୍ରେବରେ ( Zagerb) ଅଞ୍ଚଳେରେ ଏକ ବିନାଶକାରୀ 5.4 ମ୍ୟାଗ୍ନିଚ୍ୟୁଡ୍ ର ଭୂକମ୍ପ ଅନୁଭୂତ ହୋଇଛି । ଏହା 140 ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଥିଲା। କୋରୋନା ଭାଇରସ ମସୟରେ ମା’ଙ୍କ ସହିତ ନବଜାତ ଶିଶୁ, ରୋଗୀ ଏବଂ ଡାକ୍ତରଖାନାଗୁଡ଼ିକ ଏହିପରି ସ୍ଥାନାନ୍ତରିତ ହେବା ଦେଖି ମୋତେ ଅନ୍ତନ୍ତ ଦଖ ଲାଗୁଛି। ତେଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Twitter । Archive
ଆମେ ଏପରି କିଛି ଭୁମିକମ୍ପ କ୍ରୋଏସିଆର (Croatia) ଜାଗ୍ରେବରେ ( Zagerb) ଅଞ୍ଚଳେରେ ହୋଇଛି ନା ନାହିଁ ତାହା ଜାଣିବା ପାଇଁ ଗୁଗୁଲରେ କି ୱାର୍ଡରେ ସର୍ଚ କରିଲୁ। ସର୍ଚରେ ଆମକୁ କିଛି ଲିଙ୍କ ମିଳିଲା। ପ୍ରଥମ ଫୋଟୋ ଆଣକୁ ABC news ପେରଜୋ ମିଳିଲା। ପେଜରେ ଲେଖା ଯାଇଥିବା ଅନୁଚ୍ଛେଦ ଅନୁସାରେ 22 ମାର୍ଚ୍ଚରେ କ୍ରୋଏସିଆର ରାଜଧାନୀ ଜାଗ୍ରେବରେ ଭୟଙ୍କର ଭୂକମ୍ପ ହୋଇଥିଲା। କୋରୋନା ଭୁତାଣୁ ଲାଗୀ ପୁରା ଦେଶ ଲକଡାଉନ ଥିବା ବେଳେ ଏପରି ଭୟାବହ ଘଟଣା ଘଟିଥିଲା ବେଳେ ସହରର ଡାକ୍ତରଖାନାଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଭୂକମ୍ପ ସହରରେ ବହୁ କ୍ଷୟକ୍ଷତି କରିଥିଲା ଏବଂ ଜଣେ ବାଳକ 15 ବର୍ଷ ଆହତ ହୋଇଥିବା ଜଣାଯାଇଛି। ରିଚ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା 5.3 ବୋଲି ଜଣାଯାଇଛି। ତେବେ ଏଥିରେ ମେଟରନିଟି ହୋସ୍ପିଟାଲ ଅର୍ଥାତ୍ ମାତୃତ୍ୱ ଡାକ୍ତରଖାନା ମଧ୍ୟ ବିନାଶର ଶିକାର ହୋଇଥିଲା। ଡାକ୍ତରଖାନାର ଛାତ ଏବଂ କାନ୍ଥ ଭୁସୁଡି ପଡ଼ିଥିଲା। ଏହା ପରେ ଡାକ୍ତରଖାନାରୁ ସବୁ ମାଁ ଏବଂ ନବଜାତ ଶିଶୁଙ୍କୁ ବାହାର କରି ଦିଆ ଯାଇଥିଲା। ଭାଇରାଲ ଫୋଟୋ ସେହି ସମୟର ଅଟେ। ଯେତେବେଳେ ମାଂ ମାନେ ଡାକ୍ତରଖାନାରୁ ବାହାରି ନିଜ ନିଜ ଶିଶୁମାନଙ୍କୁ ଧରି ଡାକ୍ତରଖାନା ବାହାରେ ଛିଡ଼ା ହୋଇଥିଲେ।ସେନା ସହାୟତାରେ ଏହି ମହିଳାମାନଙ୍କୁ ନିଜ ପିଲାମାନଙ୍କ ସହିତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-ABC news । Archive
ଏହା ପରେ ଆମକୁ ଦ୍ୱିତିୟ ଫୋଟୋ Kenyan news ରେ ପାଇଲୁ । ଯେଉଁଥିରେ ଖବର ପ୍ରକାଶ କରାଯାଇଛି ଯେ, ଜାଗ୍ରେବରେ ଭୁମିକମ୍ପ ହେଲା ପରେ ସମସ୍ତ ହସ୍ପିଟାଲର କ୍ଷୟକ୍ଷତି ହୋଇଥିଲା। ଏହାକୁ ନଜରରେ ରଖି ହୋସ୍ପଟାଲର ସମସ୍ତ ରୋଗୀଙ୍କୁ ହସ୍ପଟୋଲରୁ ବାହରକୁ ଅଣା ଜାଇଥିଲା। ଭାଇରାଲ ଫୋଟୋ ସେହି ଦୃଶ୍ୟର ଅଟେ। ଭୂମିକମ୍ପ କାରଣରୁ ସମସ୍ତ ହୋସ୍ପିଟାଲକୁ ଖାଲି କରି ଦିଆ ଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Kenyan news । Archive
ଏହା ପରେ ତ଼ୃତିୟ ଫୋଟୋ ଆମକୁ Intelligent living ପେଜରେ ମିଳିଲା। ଖବର ଅନୁସାରେ ଭୂମିକମ୍ପ କାରଣରୁ ଡାକ୍ତରଖାନାରେ ଥିବା କୋରୋନା ପିଡ଼ିତଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରସ୍ତୁତ କରିଯାଉଥିଲା। ଭାଇରାଲ ଫୋଟୋ ସେହି ସମୟର ଅଟେ। ଖବର ଅନୁସାରେ ଭୂକମ୍ପ ସାମ୍ନାରେ କରୋନା ଭୟରୁ ଦୂରେଇ ରହିବାକୁ ଲୋକମାନେ ଅସହାୟ ଅନୁଭବ କରିଥିଲେ। କ୍ରୋଏସିଆରେ ଏପର୍ଯ୍ୟନ୍ତ 206 ଟି କରୋନା ଜୀବାଣୁ ରିପୋର୍ଟ ହୋଇଛି ଏବଂ 1 ଜଣଙ୍କର ମୃତ୍ୟୁ ହୋଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Intelligent living । Archive
ଖବର ଅନୁସାରେ ଏହି ଭୂକମ୍ପ ଜାଗ୍ରେବ୍ର ଆଇକନିକ୍ କ୍ୟାଥେଡ୍ରାଲରେ ମଧ୍ୟ ବ୍ୟାପକ କ୍ଷତି ଘଟାଇଛି। ଏଥିସହ ଅନେକ ସ୍ଥାନରେ ନିଆଁ ଲାଗିବାର ଖବର ମଧ୍ୟ ଆସିଥିଲା। ଗୋଟିଏ ବଡ଼ କମ୍ପନ ପରେ ଦୁଇଟି ଛୋଟ କମ୍ପନ ମଧ୍ୟ ଅନୁଭୂତ ହୋଇଥିଲା। 140 ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଭୂକମ୍ପ ହୋଇଛି। 22 ମାର୍ଚ୍ଚ ସକାଳେ ଜାଗ୍ରେବ ଦେଶ ରାଜଧାନୀର ପ୍ରାାୟ 7 କିଲୋମିଟର ଉତ୍ତରରେ ଏବଂ ଭୂମିଠାରୁ 10 କିଲୋମିଟର ତଳେ ଏହି ଭୂକମ୍ପ ଘଟିଛି। ପ୍ରଧାନମନ୍ତ୍ରୀ ଆଣ୍ଡ୍ରେ ପ୍ଲାନକୋଭିକ୍ କହିଛନ୍ତି ଯେ 140 ବର୍ଷ ମଧ୍ୟରେ ଜାଗ୍ରେବରେ ଏହା ସବୁଠାରୁ ଭୟଙ୍କର ଭୂକମ୍ପ ଥିଲା। ଏଥିରେ ସହରର ଅନେକ କୋଠା ଭୁଶୁଡି ପଡିଥିଲା। କାନ୍ଥ ଖସି ପଡିଲା ଏବଂ ଆବର୍ଜନା ସବୁଆଡେ ବିଛାଡି ହୋଇଗଲା | କଂକ୍ରିଟ କାର୍ଗୁଡ଼ିକ ଉପରେ ପଡ଼ିଯିବାରୁ ବହୁ କ୍ଷୟକ୍ଷତି ହୋଇଛି। ଏହାର ଖବର ସୁଣିବା ପାଇଁ ତଳେ ଭିଡିଓ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଳ ମିଡିଆରେ ଭାଇରାଲ ଫୋଟୋ ଇଟାଲୀର କୋରୋନା ଭାଇରସରେ ପିଡ଼ିତଙ୍କ ହୋଇଥିବାର ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋ କ୍ରୋଏସିଆର (Croatia) ଜାଗ୍ରେବରେ ( Zagerb) ଅଞ୍ଚଳେର ଅଟେ। 22 ମାର୍ଚ୍ଚରେ ଜାଗ୍ରେବ ସହରରେ ଭୁମିକମ୍ପ ହେବାରୁ ସହରର ହସ୍ପିଟାଲ ଗୁଡ଼ିକର କ୍ଷୟକ୍ଷତି ହୋଇଥିଲା। ଏହା କୁ ନଜରରେ ରଖି ସମସ୍ତ ହସ୍ପିଟାଲରୁ ରୋଗିମାନଙ୍କୁ ବାହର କରି ସୁକଖିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବାର ଦୃଶ୍ୟ ଅଟେ।

Title:କ୍ରୋଏସିଆର ରାଜଧାନୀ ଜାଗ୍ରେବରେ ଭୟଙ୍କର ଭୂମିକମ୍ପ- କ୍ଷୟକ୍ଷତି ହୋଇଥିବା ହସ୍ପିଟାଲରୁ ରୋଗୀମାନଙ୍କୁ ବାହରକୁ ଆଣିବାର ଦୃଶ୍ୟକୁ ଇଟାଲୀର କୋରୋନା ଭାଇରସ ସଂକ୍ରମଣର ଫୋଟୋ କହି ଭାଇରାଲ କରାଯାଇଛି।
Fact Check By: Saritadevi SamalResult: False