ଏଡିଟ୍ ଫଟୋ କୁ ନିଶ ନଥିବା ମୁସ୍ଲିମ ଚାଷି ଆନ୍ଦୋଳନରେ ସର୍ଦ୍ଦାର ବନି ପ୍ରଦର୍ଶନ କରୁଥିବା ଦାବିରେ ଭାଇରାଲ ହେଉଛି।

False Social

ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ ବିଷୟରେ ଅନେକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରୁ କିଛି ସତ୍ୟଥିବା ବେଳେ କିଛି ମିଥ୍ୟା ପୋଷ୍ଟ ରହୁଛି। ଫ୍ୟାକ୍ଟ କ୍ରିସେଣ୍ଡୋ ଏପରି ଅନେକ ମିଥ୍ୟା ଖବରର ସମାନ୍ନା କୁ ଆଣିଛି। ଏହି ପରି କୃଷି ଆନ୍ଦୋଳନ ସହ ଯୋଡ଼ି ଅନ୍ୟ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।  ଫଟୋରେ ଦାବି କରାଯାଉଛି ଯେ, ଜଣେ ମୁସଲମାନ ବ୍ୟକ୍ତି ସର୍ଦ୍ଦାର ରୂପେ ଛଦ୍ମବେଶରେ କୃଷକ ଆନ୍ଦୋଳନରେ ଯୋଗ ଦେଇଥିଲେ। ପଗଡି ପିନ୍ଧିଥିବା ଜଣେ ବ୍ୟକ୍ତି ଫଟୋରେ ଦେଖାଯାଉଛନ୍ତି। ବ୍ୟକ୍ତିର ଦାଢ଼ି ଅଛି କିନ୍ତୁ ନିଶ ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ମିଥ୍ୟା ପ୍ରମାଣିତ ହେଲା।

 30 ନଭେମ୍ବରରେ Suresh Panda ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଜଣେ ନିଶ ନଥିବା ସର୍ଦ୍ଦାର କୃଷକ ଆନ୍ଦୋଳନରେ ପ୍ରଦର୍ଶନ କରୁଛି। ଏମାନେ କୃଷକ ନୁହଁନ୍ତି ବରଂ ମୁସ୍ଲିମ ଅଟନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଆପଣ କେବେ ନିଶ ନ ଥିବା ଶିଖ୍ ସର୍ଦ୍ଦାର ଦେଖାଛନ୍ତି ???କୃଷକ ଆନ୍ଦୋଳନ ରେ ଏଭଳି ଅନେକ ନକଲି ସର୍ଦ୍ଦାର ଦେଖିବାକୁ ପାଇ ପାରିବେ । ଏମାନେ ସବୁ ଜିହାଦୀ ଗ୍ୟାଙ୍ଗ୍ ର ଆତଙ୍କବାଦୀ । 

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 11ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟରେ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ଆସିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ମୁସଲମାନ ବ୍ୟକ୍ତି ଜଣକ ବିନା ନିଶରେ ସର୍ଦ୍ଦାର ବନି କୃଷକ ଆନ୍ଦୋଳନରେ ପହଞ୍ଚିଛି । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 28 ନଭେମ୍ବରରେ  Hindustan Live Farhan Yahiya ପେଜରେ ପ୍ରକାଶିତ ହୋଇଥିବା ଏକ ଭିଡିଓ ପାଇଲୁ। ଯେଉଁଥିରେ ଭାଇରାଲ ଫଟୋରେଥିବା ବ୍ୟକ୍ତି କୁ ଦେଖାଯାଇ ପାରିବ। ଭିଡିଓର 2.47 ସେକେଣ୍ଡରେ ବ୍ୟକ୍ତି ଦେଖାଯାଉଛନ୍ତି। ଭିଡିଓରେ ବ୍ୟକ୍ତି ଜଣକର ନିଶ ଥିବାର ଦେଖିପାରିବେ। ଖବର ଅନୁସାରେ ରାତି ଅଧରେ ସିଙ୍ଗୁ ସୀମାରୁ ବୁରାନୀ ପର୍ଯ୍ୟନ୍ତ ଆନ୍ଦୋଳନକାରୀ ଚାଷୀଙ୍କ ପାଇଁ ବହୁ ସଂଖ୍ୟାରେ ମୁସଲମାନ ଖାଦ୍ୟ ଏବଂ ପାଣି ନେଇ ଆସିଥିଲେ ଏବଂ ସେମାନଙ୍କ ସମର୍ଥନ ମଧ୍ୟ କରିଥିଲା। କିନ୍ତୁ ଭାଇରାଲ ଫଟୋରେଥିବା ବ୍ୟକ୍ତି ନିଶ ଅଛି। ତାଙ୍କ ଫଟୋକୁ ଏଡ଼ିଟ୍ କରି ନିଶ ହଟାଇ ମୁସ୍ଲିମ ବ୍ୟକ୍ତି ସର୍ଦ୍ଦାର ଚାଷିଥିବା ଦାବିରେ ଭାଇରାଲ କରାଯାଉଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ Archive ଲିଙ୍କ ଦେଖନ୍ତୁ।

ତଳେ ଭାଇରାଲ ଫଟୋ ଏବଂ ଆମକୁ ମିଳିଥିବା ଫଟୋର ବିଶ୍ଳେଷଣ ଦେଖନ୍ତୁ। ଭାଇରାଲ ଫଟୋରେ ସର୍ଦ୍ଦର ବ୍ୟକ୍ତି ଜଣଙ୍କର ନିଶ ନାହିଁ। କିନ୍ତୁ ଆଣକୁ ମିଳିଥିବା ଫଟୋରେ ବ୍ୟକ୍ତିର ନିଶ ଅଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ପ୍ରକୃତ ଫଟୋ କୁ ଏଡିଟ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ତଳେ ବିଶ୍ଳେଷଣ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋରେଥିବା ବ୍ୟକ୍ତିର ନିଶ ଅଛି ଏବଂ ସେ କୌଣସି ମୁସ୍ଲିମ ବ୍ୟକ୍ତି ନୁହେଁ। ଫଟୋ କୁ ଏଡ଼ିଟ କରି ମିଥ୍ୟା  ଦାବିରେ ଭାଇରାଲ କରାଯାଉଛି।

Avatar

Title:ଏଡିଟ୍ ଫଟୋ କୁ ନିଶ ନଥିବା ମୁସ୍ଲିମ ଚାଷି ଆନ୍ଦୋଳନରେ ସର୍ଦ୍ଦାର ବନି ପ୍ରଦର୍ଶନ କରୁଥିବା ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *