
ସୋସିଆଲ ମିଡିଆରେ ଏଖ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ରାସ୍ତାରେ ଅନେକ ଖାଲଥିବାର ଦେଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, ଭାଇରାଲ ଫଟୋରେଥିବା ରାସ୍ତା ଲକ୍ଷୌର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହଉଛି।
25 ଅଗଷ୍ଟରେ Ramachandra Swain ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଲକ୍ଷ୍ନୌର ଏହି ରୋଡ଼ର ଅବସ୍ଥା ନେଇ ଅଖିଲେଶ ଯାଦବ ଟ୍ୱିଟ କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁୋ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଖାଲ ଢ଼ିପ ହୋଇଥିବା ଏହି ରାସ୍ତା ଲକ୍ଷ୍ନୌର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଫଟୋ ଆମକୁ Srinivas BV ଟ୍ୱିଟର ଆକାଉଣ୍ଟରେ ପାଇଲୁ। ଯାଉଁଥିରେ ଲେଖାଯାଇଛି ଯେ, ଭାଇରାଲ ଫଟୋ 52 କିମି, 427 ବଡ ଖାଲ, ରାସ୍ତା ନିଖୋଜ। ଏହି ଅଜବ ଜାତୀୟ ରାଜପଥ ମଧ୍ୟପ୍ରଦେଶରେ ଅଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ମିଳିଥିବା ସୂଚନାକୁ ନେଇ ଆମେ ଅଧିକ ସର୍ଚ୍ଚ କରିଲୁ। Dainik Bhaskar ଫେସବୁକ ପେଜରେ ଭାଇରାଲ ଫଟୋ ପାଇଲୁ। ଯେଉଁଥିରେ ଲେଖାଯାଇଛି ଯେ, ଖାଳ ଢିପ ହୋଇଥିବା ରାସ୍ତା ଗାଡହୋନର ଜାତୀୟ ରାଜପଥ … 52 କିଲୋମିଟରରେ 427 ବଡ ଗର୍ତ୍ତ, ରାସ୍ତା ନିଖୋଜ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ଲକ୍ଷ୍ନୌର ନାହିଁ ବରଂ ମଧ୍ୟପ୍ରଦେଶର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତ- Dainik Bhaskar । Archive
Bhaskar ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଏହି ଫଟୋ ମଧ୍ୟପ୍ରଦେଶର ଉଜୌନ ଜିଲ୍ଲାର ଘୋସଲା ବସ୍ଷ୍ଟାଣ୍ଡ ନିକଟର ଅଟେ। ଉଜୈନ ଠାରୁ ତାନୋଡିଆ ପର୍ଯ୍ୟନ୍ତ 52 କିଲୋମିଟର ରାସ୍ତା ପ୍ରାୟ 427 ଟି ଛୋଟ ଏବଂ ବଡ ଖାଲରେ ଭରି ରହିଥିଲା। ଉଜୈନ-ଆଗ୍ରା-କୋଟା ରାଜପଥରେ ଗାତଗୁଡିକର ସ୍ଥିତି ବିଷୟରେ naidunia ୱେବସାଇଟ୍ 20 ଅଗଷ୍ଟ 2021 ରେ ଏକ ଆର୍ଟିକିଲ୍ ପ୍ରକାଶ କରିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Bhaskar । Archive
ଏହାପରେ ଆମକୁ ମିଳିଥିବା ଫଟୋ ଏବଂ ଭାଇରାଲ ଫଟୋରେ ବିଶ୍ଳେଷଣ କରିଲୁ। ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ଉତ୍ତରପ୍ରଦେଶର ନୁହେଁ ମଧ୍ୟପ୍ରଦେଶର ଅଟେ। ଅଧିକ ସୂଚନା ପାଇଁ ତଳେ ବିଶ୍ଲେଷଣ ଦେଖନ୍ତୁ।

ଶେଷକଥା–
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଖାଲଢିପ ହୋଇଥିବା ରାସ୍ତା ଲକ୍ଷ୍ନୌର ନୁହେଁ ମଧ୍ୟପ୍ରଦେଶ ଉଜ୍ଜେନର ଅଟେ।

Title:ଖାଲଢିପ ହୋଇଥିବା ରାସ୍ତା ଲକ୍ଷ୍ନୌର ନୁହେଁ ମଧ୍ୟପ୍ରଦେଶ ଉଜ୍ଜେନର ଅଟେ।
Fact Check By: Saritadevi SamalResult: False
