
ଉତ୍ତର ପ୍ରଦେଶର ଗାଜିୟାବାଦରେ ହିନ୍ଦୁ ଯୁବକ ଏକ ମୁସ୍ଲିମ ପିଲାକୁ ମାରୁଥିବାର ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହିନ୍ଦୁ ଯୁବକର ମୁସ୍ଲିମ ପିଲାକୁ ଏପରି ପିଟିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନିଛି। ଭାଇରାଲ ଭିଡିଓ ସହ ଦୁଇଟି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଭିଡିଓରେ ମଡ଼ ଖାଇଥିବା ପିଲାର ଫଟୋ , ଯାହାର ଦେହରେ ଏତେ ଖତ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
15 ମାର୍ଚ୍ଚରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ଏବଂ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ହିନ୍ଦୁରାଷ୍ଟ୍ରର ପୂର୍ବାଭାସ-ମନ୍ଦିରରୁ ପାଣି ପିଇବାରୁ ବାଳକ ଦୁହିଁଙ୍କୁ ଏଭଳି ଦଣ୍ଡ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 947ଥର ସେୟାର କରାଯିବା ସହ ପୋଷ୍ଟକୁ 109ଥର ଲାଇକ ଏବଂ 31 କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ ପୋଷ୍ଟରେ ହିନ୍ଦୁ ମନ୍ଦିରରୁ ପାଣି ପିବାରୁ ମାଡ଼ ଖଇଥିବା ପିଲାର ଏହା ଖତାକ୍ତ ଫଟୋ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। khabaragency ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 4 ଅକ୍ଟୋବର 2020ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ଭାଇରାଲ ଫଟୋ ୟମନର ଅଲ ମହବିତର ବୋଲି ଲେଖାଯାଇଛି। ଫଟୋରେଥିବା ଛୁଆର ନାମ ଶାମାଖ ରଶୀଦ ଅଟେ। ସାବତ ମାଁର ଅଭିଯୋଗ ପରେ ବାପା ପୁଅକୁ ପିଟିଥିଲା, ଯେଉଁଥିରେ ପିଲାର ଏପରି ଅବସ୍ଥା ହୋଇଛି। ଖବରରେ ଏହି ମଧ୍ୟ ଲେଖା ଯାଇଛି ଯେ, କିଛି ସ୍ଥାନିୟ ଲୋକଙ୍କ କହିବା ଅନୁସାରେ ବାପା ପୁଅକୁ ୟମନର ୟୁଥ ଆନ୍ଦୋଳନରେ ମିଶିବାକୁ କହିଥିଲା କିନ୍ତୁ ପୁଅ ତାହା ମନା କରିବାରୁ ପିଲାଟିର ବାପା ତାକୁ ଏପରି ପିଟିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- khabaragency । Archive
al nabba ନାମକ ଆରବିକ ପେଜରେ ମଧ୍ୟ ଭାଇରାଲ ଫଟୋରେଥିବା ପିଲାର ଖବର ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଭାଇରାଲ ଫଟୋ ୟମନର ଅଟେ। ଏଥିରୁ ସ୍ପଷ୍ଟ ହେଉଛି, ଭାଇରାଲ ଫଟୋର ଭାରତ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। cratersky ପେଜରେ ମଧ୍ୟ ଭାଇରାଲ ଫଟୋ ଏବଂ ଏହାର ଖବର ପୋଷ୍ଟ କରାଯାଇଛି।
ଏଠାରେ ଲିଙ୍କ ଦେଖନ୍ତୁ- al nabba । Archive
5 ଅକ୍ଟୋବର 2020ରେ smc.gov ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ୟେମେନ ଅଲ-ମହୱିଟ ଗଭର୍ଣ୍ଣର, 14 ବର୍ଷର ପୁଅକୁ ନିର୍ଯାତନା ଦେଇଥିବା ପିତା ରସିଦ ମହମ୍ମଦ ଅଲ-କାହିଲି (40) କୁ ଗିରଫ କରିଛି। ପୋଲିସ କହିଛି ଯେ, ଅଭିଯୁକ୍ତ ଜଣକ ପିଲାଟିକୁ ଦଉଡ଼ିରେ ବାନ୍ଧି ତାଙ୍କୁ ନିର୍ଯାତନା ଦେଇଥିଲା ଏବଂ ତାର ଓ ଚାବୁକ ଦ୍ୱାରା ହିଂସାତ୍ମକ ଭାବେ ପିଟିପିଟି କ୍ଷତାକ୍ତ କରିଥିଲା ଯାହାଦ୍ୱାରା ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ଗଭୀର ଆଘାତ ଲାଗିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- smc.gov । Archive
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, କ୍ଷତାକ୍ତ ହୋଇଥିବା ପିଲାର ଫଟୋ ଭାରତରେ ହିନ୍ଦୁ ମନ୍ଦିରରୁ ପାଣି ପିଇବାରୁ ହିନ୍ଦୁ ଯୁବକ ଠାରୁ ମାଡ଼ ଖଇଥିବା ମୁସ୍ଲିମ ପିଲାର ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ ହେଉଥିବା ପିଲାର ଫଟୋ ୟମନ ଦେଶର ଅଟେ।

Title:ୟମନ ଦେଶର ଫଟୋକୁ ଭାରତର କହି ସାମ୍ପ୍ରଦାୟିକ ରୂପ ଦିଆଯାଉଛି।
Fact Check By: Saritadevi SamalResult: False