
କୃଷକଙ୍କ ଆନ୍ଦୋଳନ ସହ ଜଡିତ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଜଣେ ଯୁବକ ଶିଖ୍ ସୈନିକଙ୍କ ଗାଲକୁ ଧରିଥିବାର ନଜର ଆସିଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ଛୁଟିରେ ଆସିଥିବା ସୈନିକମାନେ ଗତ 75 ଦିନ ଧରି କୃଷି ଆନ୍ଦୋଳନରେ ବସିଥିବା ତାଙ୍କ ଚାଷି ପିତାଙ୍କୁ ଦିଲ୍ଲୀ ସୀମାରେ ଦେଖା କରିବା ପାଇଁ ଆସିଛନ୍ତି।
6 ଫେବୃଆରିରେ Ranju Pani ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, କୃଷି ଆନ୍ଦୋଳନରେ ବସିଥିବା ଚାଷିଙ୍କ ସୌନିକ ପୁଅ ତାଙ୍କୁ ସିଂଘୁ ବର୍ଡରରେ ଦେଖାକରିବା ପାଇଁ ଆସିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟୁକୁ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ – Facebook । Archive
ତେବେ କଣ କୃଷି ଆନ୍ଦୋଳନରେ ବସିଥିବା ଚାଷିଙ୍କ ସୈନିକ ପୁଅମାନେ ତାଙ୍କୁ ଦେଖାକରିବା ପାଇଁ ଆସିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଫଟୋଗୁଡ଼ିକର ଆଞ୍ଚଳିକତାକୁ ଦେଖି ଆମେ ଆମର ଅନୁସନ୍ଧାନ ଆରମ୍ଭ କଲୁ ଯେଉଁଠାରେ ଆମେ ପୁରୁଷଙ୍କ ପଛରେ ସିପିଂ କମ୍ପାନୀ “ଫେଡେକ୍ସ” ଏବଂ ଅନ୍ୟଟି ଉପରେ “ପାର୍କିଂ ବସ୍ ଷ୍ଟାଣ୍ଡ” ଲେଖା ଯାଇଥିବାର ପାଇଲୁ। ଇବିଡ ବ୍ୟବହାର କରି ଆମେ ଜାଣିଲୁ ଯେ “ପାର୍କିଂ ବସ୍ ଷ୍ଟାଣ୍ଡ” ସହିତ ଦ୍ୱିତୀୟ ବୋର୍ଡରେ ଲୁଧିୟାନା ଲେଖାଯାଇଥିବାର ଦେଖିଲୁ।


ଏହା ପରେ, Factcrescendo ଧିଆନାରେ ଥିବା “ଫେଡେକ୍ସ” ଦୋକାନ ଖୋଜିବା ଆରମ୍ଭ କଲୁ ଏବଂ ଲୁଧିଆନା ବସ ସ୍ଟାଣ୍ଡ ନିକଟରେ ଥିବା ଦୋକାନକୁ ଖୋଜି ପାଇଲୁ। ପରେ ଆମେ ଫେଡେକ୍ସ ଆଉଟଲେଟର ମାଲିକ ସୁରିନ୍ଦର ବନସାଲଙ୍କ ସହ ଯୋଗାଯୋଗ କରିଲୁ, ସେ ଆମକୁ ନିଶ୍ଚିତ କରିଛନ୍ତି ଯେ ଭିଡିଓରେ ଦେଖାଯାଇଥିବା ସ୍ଥାନ ପଞ୍ଜାବର ଲୁଧିଆନାର ଅଟେ ଦିଲ୍ଲୀର ନୁହେଁ। ସେ କହିଛନ୍ତି, “ଚିତ୍ରଟି ଲୁଧିଆନା ବସଷ୍ଟାଣ୍ଡ ନିକଟରେ ଥିବା ତାଙ୍କ ଦୋକାନ ବାହାରେ।” କିନ୍ତୁ ସେ ଆମକୁ ପ୍ରତିଛବିରେ ଦେଖାଯାଇଥିବା ସେନାବାହିନୀ ବିଷୟରେ ସେ ଆମକୁ କିଛି ନିଶ୍ଚିତ କରିପାରିଲେ ନାହିଁ।
ବାନସାଲ ଫ୍ୟାକ୍ଟ କ୍ରେସେଣ୍ଡୋକୁ ସେହି ଅଞ୍ଚଳର କିଛି ପ୍ରତିଛବି ପଠାଇଥିଲେ, ଯେଉଁଥିରେ ଭାଇରାଲ ଫଟୋ ଲୁଧିଆନାରୁ ବୋଲି ସ୍ପଷ୍ଟ ହେଉଛି। ଭାଇରାଲ୍ ଇମେଜ୍ ଏବଂ ନିମ୍ନରେ ଥିବା ପ୍ରତିଛବି ତୁଳନାରେ ଆମକୁ ପଠାଯାଇଥିବା ପ୍ରତିଛବିଗୁଡ଼ିକ ମଧ୍ୟରେ ସମାନତା ଦେଖନ୍ତୁ।



ଏହା ପରେ ବିଭିନ୍ନ କି ଶବ୍ଦ ମାଧ୍ୟରେ ଲୁଧିଆନା ବସ ସ୍ଚାଣ୍ଡର ଭିଡିଓ ମିଳିଲା। ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ଦିଲ୍ଲୀର ନୁହେଁ ଲୁଧିଆନାର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, କୃଷି ଆନ୍ଦୋଳନରେ ବସିଥିବା ଚାଷିଙ୍କ ସୈନିକ ପୁଅମାନେ ତାଙ୍କୁ ଦେଖାକରିବା ପାଇଁ ଆସିଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଫଟୋ ଦିଲ୍ଲୀ ସିଂଧୁ ବୋର୍ଡର ନୁହେଁ ବରଂ ଲୁଧିଆନାର ଅଟେ।

Title:କୃଷି ଆନ୍ଦୋଳନରେ ବସିଥିବା ଚାଷିଙ୍କ ସୈନିକ ପୁଅମାନେ ତାଙ୍କୁ ଦେଖାକରିବା ପାଇଁ ଆସିଛନ୍ତି ?
Fact Check By: Saritadevi SamalResult: False