ବିଦାୟ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି କୋବିନ୍ଦଙ୍କୁ ଅଣଦେଖା କରିଛନ୍ତି ?

False Political

ଦେଶର ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ ବନିଲା ପରେ ସୋସିଆଲ ମିଡିଆରେ ପୂର୍ବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ମୋଦିଙ୍କ ସହ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାତ ଜୋଡ଼ୁଥିବା ବେଳେ ମୋଦି ତାଙ୍କୁ ଉପମାନ କରି ଫୋଟୋ ଉଠାଇବାରେ ବ୍ୟସ୍ତ ଥିବା ଭଳି ଦେଖାଯାଉଛନ୍ତି। ଭାଇରାଲ ଭିଡିଓ ସହିତ ସୋଲିଆଲ ମିଡିଆ ୟୂଜର୍ସ ଏହାର ମଜାକ ବନାଉଛନ୍ତି।

Simanta Kumar Patra ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, କୋବିନ୍ଦ ଭାଇ ତମକୁ ମୁଁ ପାଞ୍ଚ ବର୍ଷ ହେଲା କହିଥିଲି ମହାତ୍ମା ଗାନ୍ଧୀଙ୍କ ସପକ୍ଷରେ କିଛି କହିବ ନାହିଁ ଯଦି କିଛି କହିବାର ଥିଲା ତାହେଲେ ମତେ ସିଧାସଳଖ ପ୍ରଶଂସା କରିଥାନ୍ତ କିନ୍ତୁ ତମେ ମହାତ୍ମା ଗାନ୍ଧୀଙ୍କୁ ପ୍ରଶଂସା କଲ,ମୁଁ ମାନୁଛି ଯେ ତମେ ଗତ ପାଞ୍ଚ ବର୍ଷରେ ଦଳିତ ମାନଙ୍କ ପାଇଁ କିଛି ଆଖି ଦୁର୍ଶୀଆ କାମ କରିନା ବା ମୁଁ ତୁମକୁ କରେଇ ଦେଇନି,ଆଗକୁ ଆଦିବାସୀ ମାନଙ୍କର ବି କିଛି ସେମିତି ଉନ୍ନତି ହବାରେ ନାହିଁ, ହଉ ଯାହା ହେଲେ କିଛି କଥା ନାହିଁ ,ଦିଲ୍ଲୀର ଏତେ ବଙ୍ଗଳା ଥାଉଥାଉ ତମେ ସୋନିଆ ଗାନ୍ଧୀଙ୍କ ବଙ୍ଗଳା ପାଖରେ ଥିବା ବଙ୍ଗଳାରେ ରହିବାକୁ କାହିଁକି ରାଜି ହେଲ,ସୋନିଆ ଗାନ୍ଧୀଙ୍କ ପଡୋଶୀ ହବାକୁ ଏତେ ବ୍ୟାକୁଳ କାହିଁକି ?ଆଜି ଠୁ ତମର ମୋର କଟି.

ଫେସବୁକଆର୍କାଇଭ

ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 19ରୁ ଅଧିକ ସେୟାର କରାଯାବା ସହ ପୋଷ୍ଟକୁ 1000ରୁ ଅଧିକ ଲୋକ ଦେଖି ସାରିଛନ୍ତି। ତେବେ ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫୋଟୋରେ ଭାଙ୍ଗିଲୁ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମାରୋହର ମୂଳ ଭିଡିଓ 23 ଜୁଲାଇରେ ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ ପାଇଲୁ।  ଭାଇରାଲ ଭିଡିଓ କିଛି ଅଂଶ ୟୁଟ୍ୟୁବ୍ ଚ୍ୟାନେଲ 41 ମିନିଟରେ ଦେଖିବାକୁ ମିଳିବ। ମୂଳ ଭିଡିଓରେ ରାମନାଥ କୋବିନ୍ଦ ଅତିଥିମାନଙ୍କୁ ଅଭିବାଦନ ଜଣାଇଥିବାର ନଜର ଆସୁଛନ୍ତି। ଯେତେବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ସମାନ ଅଭିବାଦନ ଜଣାଇଲେ, ନରେନ୍ଦ୍ର ମୋଦୀ ସମାନ ଅଙ୍ଗଭଙ୍ଗୀ ଏବଂ ହସ ସହିତ ସମ୍ମାନର ସହ ଜବାବ ଦେଇଥିଲେ। କୋବିନ୍ଦ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଅଭିବାଦନ ଏବଂ ଯୋଗାଯୋଗ କରିବାକୁ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଅନ୍ୟ ଆଡକୁ ଚାହିଁଥିଲେ।

Sansad TV ୟୁଟ୍ୟୁବ୍ ଚ୍ୟାନେଲରେ ଏହି ସମ୍ପୂର୍ଣ୍ଣ ଭିଡିଓ ପ୍ରକାଶିତ କରାଯାଇଛି। କୋବିନ୍ଦ ଏବଂ ପିଏମଙ୍କୁ 00:58 ସେକେଣ୍ଡରେ ଦିଖବାକୁ ମିଳୁଛ। ଯେଉଁଥିରେ ପୂର୍ବ ରାଷ୍ଟ୍ରପତି ରାମନାଥ କୋବିନ୍ଦୁ ମୋଦିଙ୍କୁ ଅଭିବାଦନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ସମ୍ମାନ ଜଣାଇଥିଲେ। ମୂଳ ଭିଡିଓକୁ ଭୁଲ ପ୍ରସଙ୍ଗ ସହିତ ଭାଇରାଲ କରାଯାଉଛି। 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କୋବିନ୍ଦଙ୍କୁ ଶୁଭେଚ୍ଛା ଜଣାଇଥିବା ଏକ ଫଟୋ ମଧ୍ୟ ଭାରତର ରାଷ୍ଟ୍ରପତିଙ୍କ ଅଫିସିଆଲ୍ ହ୍ୟାଣ୍ଡେଲରୁ ଟ୍ୱିଟ୍ କରାଯାଇଛି।

ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓକୁ ଆମେ ବିଶ୍ଲେଷଣ କରିଲୁ। 

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଆକୁ ଏଡିଟ୍ କରି କିଛି କ୍ଲିପ ନେଇ ପ୍ରଧାନମନ୍ତ୍ରୀ ମୋଦି ପୂର୍ବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଣଦେଖା କରୁଥିବା ଦାବିରେ ଭାଇରାଲ କରାଯାଉଛି। 

Avatar

Title:ବିଦାୟ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି କୋବିନ୍ଦଙ୍କୁ ଅଣଦେଖା କରିଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *