କ’ଣ ତେଜସ୍ ଯୁଧ୍ୟ ବିମାନରେ ଯାତ୍ରା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆକାଶରେ ମେଘକୁ ହାତ ହାଳାଉଛନ୍ତି? ଜାଣନ୍ତୁ ସତ୍ୟ। 

Misleading Political

୨୫ ନଭେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀ ତେଜସ୍ ଯୁଧ୍ୟ ବିମାନରେ ୩୦ ମିନିଟ ପର୍ଯ୍ୟନ୍ତ ଆକାଶରେ ଯାତ୍ରା କରିଥିଲେ। ଏପରି କରିଥିବା ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଇଛନ୍ତି। 

ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଆକାଶରେ ତେଜସ୍ ଯୁଧ୍ୟ ବିମାନରେ ଯାତ୍ରା କରୁଥିବା ସମୟରେ ବାହାରକୁ ଦେଖି ହାତ ହଲାଉଥିବା ନଜର ଆସୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏତେ ଉଚ୍ଚତାରେ ମଧ୍ୟ ହାତ ହଲାଉଛନ୍ତି ଯଦିଓ ଚାରିପାଖରେ କେହି ନାହାଁନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା।  

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ଫେସବୁକ ବ୍ୟବହାରକାରୀ ଲେଖିଛନ୍ତି, “ଆକାଶରେ ମେଘ ଉପରେ ୟେ କାହାକୁ ହାତ ହଲାଉଛନ୍ତି.. କଣ ଆକାଶରେ ମେଘ ମାଳରେ ରମ୍ଭା ମେନକା ଉର୍ବଶୀ ଲେଖାଶ୍ରୀ ସ୍ମୃତି କାଙ୍ଗାଳି କଙ୍ଗନା ଛିଡା ହୋଇଛନ୍ତି… ସତରେ ଏ ଲୋକଟା କ୍ୟାମେରା ଦେଖିକି ପାଗଳ ହେଇଯାଇଛନ୍ତି.. ହଳାହଲୀ କରିବାରେ ୟେ ଏତେ ଅଭ୍ୟସ୍ତ ହେଇଯାଇଛନ୍ତି ଜେ ପୃଥିବୀ ଆକାଶ ପତଳା କିଛି ବି ମାନୁ ନାହାନ୍ତି

Facebook | Archive

ଆମ ଅନୁସନ୍ଧାନ: 

 ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଆମକୁ ସମାନ ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ପ୍ରଧାନମନ୍ତ୍ରୀ ମୋଦୀ ଶୂନ୍ୟ ଆକାଶରେ ହାତ ହଲାଉ ନାହାଁନ୍ତି। ସେ ଅନ୍ୟ ଏକ ତେଜସ୍ ବିମାନ ଚଲାଉଥିବା ପାଇଲଟ୍କୁ ଦେଖି ହାତ ହଲାଉଥିଲେ। ଆପଣ ମାନେ ତାହା ୫୩ ସେକେଣ୍ଡ ସମୟରେ ଦେଖି ପାରିବେ। 

ସମାନ ଭିଡିଓ ଅନେକ ଗଣମାଧ୍ୟମରେ ପ୍ରସାରିତ ହେଇଥିଲା। ତାହା ଆପଣ ମାନେ ଏଠାରେ ଦେଖି ପାରିବେ। ଜି ନ୍ଯୁଜ, ଇଣ୍ଡିଆ ଟିଭି, ଇଣ୍ଡିଆ ଟୁଡେ

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ଭ୍ରମାତ୍ମକ ଅଟେ। ପ୍ରଧାନମନ୍ତ୍ରୀ ମୋଦୀ ଶୂନ୍ୟ ଆକାଶରେ ହାତ ହଲାଉ ନାହାଁନ୍ତି। ସେ ତାଙ୍କ ସହିତ ଉଡୁଥିବା ଅନ୍ୟ ତେଜସ୍ ଯୁଧ୍ୟ ବିମାନରେ ଥିବା ପାଇଲଟ୍କୁ ଦେଖି ହାତ ହାଳାଉଛନ୍ତି।

Avatar

Title:କ’ଣ ତେଜସ୍ ଯୁଧ୍ୟ ବିମାନରେ ଯାତ୍ରା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆକାଶରେ ମେଘକୁ ହାତ ହାଳାଉଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *