
ଦେଶରେ COVID-19 ପୁଣି ବ୍ୟାପିବାରେ ଲାଗିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦଆଙ୍କ ସହ ଏକ ଛୋଟ ପିଲାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅରବିନ୍ଦ କେଜ୍ରିୱାଲ ପିଲାଟିର ମୁହଁରେ ମାସ୍କ ପିନ୍ଧାଉଥିବାର ଦେଖାଯାଉଛନ୍ତି। ଫଟୋକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି ଯେ, ତିନି ନେତା ମାସ୍କ ନ ପିନ୍ଧି ପିଲାକୁ ମାସ୍କର ପିନ୍ଧେଇ ଫଟୋ ଉଠାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି।
4 ଏପ୍ରିଲରେ Bajrang Satpathy ଏବଂ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଅରବିନ୍ଦ କେଜରିୱାଲ ନିଜେ ମାସ୍କ ନ ପିନ୍ଧି ପିଲାକୁ ମାସ୍କ ପିନ୍ଧେଇ ଫଟେ ଉଠାଉଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 42ଥର ସେୟାର କରାଯିବା ସହ ପୋଷ୍ଟକୁ 400ରୁ ଅଧିକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ କୋରୋନା ମହାମାରି ସମୟରେ କେଜରିୱାଲ ଏବଂ ଅନ୍ୟ ଦୁଇ ଜଣ ନେତା ନିଜେ ମାସ୍କ ନ ପିନ୍ଧି ପିଲାକୁ ମାସ୍କ ପିନ୍ଧେଇ ଫଟୋ ଉଠାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 1 ନଭେମ୍ବର, 2019ରେ Aam Aadmi Party ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଥିବାର ପାଇଲୁ। ଟ୍ୱିଟକ କ୍ୟାପସନରେ ଲେଖାଯାଇଛି ଯେ,ପ୍ରଦୂଷଣ ହେତୁ ଦିଲ୍ଲୀ ଏକ ଗ୍ୟାସ ଚାମ୍ବରରେ ପରିଣତ ହୋଇଛି। ପଡୋଶୀ ରାଜ୍ୟରେ ଫସଲ ଜଳୁଛି। ଏହି କାରଣରୁ ଆମେ ଆଜି ସରକାରୀ ଏବଂ ବେସରକାରି ବିଦ୍ୟାଳୟରେ 50lakh ମାସ୍କ ବଣ୍ଟନ କରୁଛୁ।। ମୁଁ ସମସ୍ତ ଦିଲ୍ଲୀବାସୀଙ୍କୁ ଅନୁରୋଧ କରେ ସେମାନଙ୍କୁ ଆବଶ୍ୟକ ସମୟରେ ବ୍ୟବହାର କରନ୍ତୁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
1 ନଭେମ୍ବର 2019ରେ Delhi CM.ମଧ୍ୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। indiatvnews ପେଜରେ ମଧ୍ୟ ଭାଇରାଲ ଫଟୋର ଖବର ପ୍ରକାଶିତ କରାଯାଇଛି। ଖବରରେ ଲେଖାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଦ୍ୟାଳୟରେ ମାସ୍କ ବଣ୍ଟନ କରନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋର ବର୍ତ୍ତମାନ କୋରୋନା କଟକଣା ସହ କୌଣସି ସମ୍ପର୍କ ନାହିଁ।

ଏଠାରେ ଲିଙ୍କ ଦେଖନ୍ତୁ-indiatvnews । Archive
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ପିଲାକୁ ମାସ୍କ ପିନ୍ଧାଇ ନିଜେ ଅରବିନ୍ଦ କେଜ୍ରିୱାଲ ମାସ୍କ ନ ପିନ୍ଧିଥିବା ଭାଇରାଲ ଫଟୋ କରୋନା ଯୁଗର ନୁହେଁ ବରଂ 2019ର ଅଟେ। ଯେତେବେଳେ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ସ୍କୁଲରେ ପିଲାମାନଙ୍କୁ ପ୍ରଦୂଷଣ ମାସ୍କ ବଣ୍ଟନ କରିବାକୁ ଯାଇଥିଲେ।

Title:କୋରୋନା କାଳରେ କେଜରିୱାଲ ନିଜେ ମାସ୍କ ନ ପିନ୍ଧି ପିଲାକୁ ମାସ୍କ ପିନ୍ଧାଉଛନ୍ତି ?
Fact Check By: Saritadevi SamalResult: False
