2019 କର୍ଣ୍ଣାଟକ ଭିଡିଓକୁ ଉଜ୍ଜେନର ମସଜିଦଠାରେ ପାକିସ୍ତାନ ଜିନ୍ଦାବାଦ କହିଥିବା ଲୋକଙ୍କୁ ହିନ୍ଦୁବାମାନେ ବିରୋଧ କରିଥିବା ଦାବିରେ ଭାଇରାଲ।

False Social

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ପାକିସ୍ତାନକୁ ନିନ୍ଦାକରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ସଂଖ୍ୟାଧିକ ଲୋକଙ୍କ ଭିଡ଼ ଲାଗିଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଉଜ୍ଜୟିନୀ ସହର ସ୍ଥିତ ଏକ ମସଜିଦ ନିକଟରେ କିଛି ଦେଶଦ୍ରୋହୀ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ। ଏହାକୁ ବିରୋଧ କରି ଶହ ଶହ ହିନ୍ଦୁ ଠିକ ସେଇ ମସଜିଦ ନିକଟରେ ଏକତ୍ରିତ ହୋଇଥିଲେ ଏବଂ ତାହାର ଜବାବ ଦେଇଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

26 ଅଗଷ୍ଟରେ Ashish Ranjan Swain ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଉଜ୍ଜୟନ ସହର ସ୍ଥିତ ଏକ ମସଜିଦ ନିକଟରେ କିଛି ଦେଶଦ୍ରୋହୀ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ। ଏହାକୁ ବିରୋଧ କରି ଶହ ଶହ ହିନ୍ଦୁ ଠିକ ସେଇ ମସଜିଦ ନିକଟରେ ଏକତ୍ରିତ ହୋଇଥିଲେ ଏବଂ ତାହାର ଜବାବ ଦେଇଥିଲେ। ହିନ୍ଦୁମାନେ ଜାଗ୍ରତ ଓ ସଂଘବଦ୍ଧ ହେବା ଦେଶ ପାଇଁ ଶୁଭ ସଂକେତ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ତେବେ କଣ ଭାଇରାଲ ଭିଡିଓ ଉଜ୍ଜୟନ ସହର ସ୍ଥିତ ଏକ ମସଜିଦ ନିକଟରେ ପାକିସ୍ତାନ ବିରୋଧ କରୁଥିବାର ଦେଖାଯାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧଆନ କରିଲୁ।ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଭିଡିଓ ଆମକୁ Hiremath Varun ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଥିବାର ମିଳିଲା। ଭାଇରାଲ ଭିଡିଓ 13 ଏପ୍ରିଲ 2019ରେ ପୋଷ୍ଟ ହୋଇଥିବାର ଦେଖାଯାଉଛି। ପୋଷ୍ଟର ଶିର୍ଷକରେ Ram Navami biggest celebration in the world at Gulbarga Shobha Yatra 2019 ଲେଖା ହୋଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

NCB Creation  ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ପାଇଲୁ। ଯାହାକି 26 ମାର୍ଚ୍ଚ 2018ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଗୁଲାବର୍ଗରେ ରାମ ନବମୀ ଉତ୍ସବ 2018, କର୍ଣ୍ଣାଟକ ଗୁଲବର୍ଗରେ ରାମ ନାଭାମି ପୂର୍ଣ୍ଣ ଭିଡ଼ିଓ 2018 (Ram Navami Utsav 2018 in Gulabarga,Ram Navami Full Crowd In Karnataka Gulbarga 2018) ଲେଖାଅଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମକୁ ମିଳିଥିବା ଭିଡିଓ ଏବଂ ଭାଇରାଲ ଭିଡିଓକୁ ବିଶ୍ଲେଷଣ କରିଲୁ। ତଳେ ଭିଡିଓର ବିଶ୍ଳେଷଣ ଦେଖନ୍ତୁ। 

ଏହା ପରେ ଆମେ ମିଳିଥିବା ସୂଚନା ଅନୁସାରେ ଗୁଗୁଲର Ram Navami shobha yatra Gulbarg. ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Google ରେ ଏହାକୁ ନେଇ ଅନେକ ଭିଡିଓ ଏବଂ ଖବର ମିଳଲା। ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ନୁହେଁ ବରଂ 2018ର ଅଟେ। ଏହା ପରେ ଆମେ ଗୁଗୁଲରେ ଭାଇରାଲ ଭିଡିଓରେଥିବା ସ୍ଥାନ Gulbarga ଲେଖି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମେ ଜାଣିବାକୁ ପାଇଲୁ ଯେ, ଭିଡିଓରେଥିବା ସ୍ଥାନ ଉଜ୍ଜେନ ନୁହେଁ ବରଂ କର୍ଣ୍ଣାଟକର ଅଟେ। ଅଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହା ଛଡ଼ା ଆମକୁ ମିଳିଥିବା  ଭିଡିଓରେ Basavaganga Medical and Enterprises ଏବଂ Noorani Café  ଦେଖାଯାଇଛି। ଏହାକୁ ଆମେ ଗୁଗୁଲରେ ସର୍ଚ୍ଚ କରିଲୁ। google mapରେ ଆମେ ସମାନ ରାସ୍ତାରେ ବାସାଭାଗଙ୍ଗା ମେଡିକାଲ୍ ଏବଂ ଏଣ୍ଟରପ୍ରାଇଜେସ୍, ନୁରାନି କାଫେ ଏବଂ SHQ ବାର୍ଗା-ଇ-କ୍ୱାଡ୍ରି ଚାମନ୍ ନାମକ ଏକ ମସଜିଦକୁ ଲକ୍ଷ୍ୟ କରିଥିଲୁ। 

ଏଠାରେ google map ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, କର୍ମଣ୍ଣାଟକର 2019 ଭିଡିଓକୁ ଉଜ୍ଜେନ ମସଜିଦ ନିକଟରେ ପାକିସ୍ତାନ ଜିନ୍ଦାବାଦ ନାରା ଲୋକଙ୍କୁ ବିରୋଧ କରି ଶହ ଶହ ହିନ୍ଦୁ ଏକତ୍ରିତ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

Avatar

Title:2019 କର୍ଣ୍ଣାଟକ ଭିଡିଓକୁ ଉଜ୍ଜେନର ମସଜିଦଠାରେ ପାକିସ୍ତାନ ଜିନ୍ଦାବାଦ କହିଥିବା ଲୋକଙ୍କୁ ହିନ୍ଦୁବାମାନେ ବିରୋଧ କରିଥିବା ଦାବିରେ ଭାଇରାଲ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *