କତାରର ଭିଡିଓକୁ କେରଳର ଲୋକମାନେ ପ୍ରୋ-ପାଲେଷ୍ଟାଇନ ସ୍ଲୋଗାନ ଦେଉଥିବା ଦାବିରେ ଭାଇରାଲ ହେଉଛି।

False Social

ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଲୋକମାନେ ପାଲେଷ୍ଟାଇନ ପତାକା ସହିତ ପ୍ରଦର୍ଶନ କରିବା ସହ ମାଲାୟାଲାମରେ ପ୍ରୋ-ପାଲେଷ୍ଟାଇନ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳୁଛି। ଭିଡିଓଟିର କ୍ୟାପସନରେ ଲେଖାଯାଇଛି ଯେ, ଏହି ଭିଡିଓ କେରଳର ୱେନାଡରୁ ଆସିଛି, ଯେଉଁଠାରେ ଲୋକମାନେ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। “ଏହା ଗାଜା କିମ୍ବା ବାଗଦାଦ କିମ୍ବା ତେହେରାନ ନୁହେଁ, ପାଲେଷ୍ଟାଇନକୁ ସମର୍ଥନ କରୁଥିବା ଏହି ହାମାସ୍ ଜେହାଦୀମାନେ ରାହୁଲ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ କେରଳର ୱେନାଡରେ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

20 ମେରେ Facebook ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓରେ ଦାବି କରାଯାଇଛି ଯେ, ଏହା ପାଲେଷ୍ଟାଇନ କିମ୍ବା ପାକିସ୍ତାନ ନୁହେଁ, କେରଳର ମଲାଲାପୁରମରେ ହାମାସ କାର୍ଯ୍ୟାଳୟର ଉଦଘାଟନ କରାଯାଉଛି ଏବଂ ବିଶ୍ 160 160 ରୁ ଅଧିକ ଦେଶ ହାମାସକୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଛନ୍ତି, କିନ୍ତୁ ଭାରତରେ ବସିଥିବା ଜିହାଡି ହାମାସକୁ ସେମାନଙ୍କ ପିତା ବୋଲି ବିବେଚନା କରୁଛନ୍ତି। ,, # islamic_jehad ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲାଇକ ଏବଂ ସେୟାର କରାଯାଇଛି। ତଳେ ଭିଡିଓ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-Facebook ।  Archive 

ତେବେ କଣ ଭାଇରାଲ ଭିଡିଓ କଣ କେରଳର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।  ଏକ ଭିଡିଓ ଆମକୁ Gulf Malayali ପେଜରେ ଭାଇରାଲ ଭିଡିଓପରି ଏକ ଭିଡିଓ ମିଳିଲା। ଯେଉଁଥିରେ (Slogan at the Palestinian meeting in Qatar) କତାରରେ ପାଲେଷ୍ଟାଇନ ସଭାରେ ସ୍ଲୋଗାନ ଲେଖାଯାଇଛି। ଏଥରୁ ଜଣା ପଡ଼ୁଛି ଯେ, ଭାଇରାଲ ଭିଡିଓ କେରଳର ହୋଇନଥାଇପାରେ। ଏହାର ସ୍ପଷ୍ଟିକରଣ ପାଇଁ ଆମେ ଅଧିକ ସୂଚନା କରିଲୁ। ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମକୁ ମିଳିଥିବା କି ଶବ୍ଦରେ ଭାଇରାଲ ଭିଡିଓ ସର୍ଚ୍ଚ କରିଲୁ। Qatar Living ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓରେଥିବା କିଛି ଅଂଶ ଦେଖିବାକୁ ପାଇଲୁ। ଯାହାକି ଭାରତର ନୁହେଁ। ଏହି ଭିଡିଓ 16 ମଇର ଅଟେ। ଭିଡିଓରେ ଲେଖାଯାଇଛି (Qatar’s Solidarity Stand with Palestine) ପାଲେଷ୍ଟାଇନ ସହିତ କତାରର ଏକତା ଛିଡା ହୋଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମକୁ ମିଳିଥିବା ଭିଡିଓରେ ଏବଂ ଭାଇରାଲ ଭିଡିଓରେ ଦେଖାଯାଉଥିବା ସ୍ଥାନକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ ହେଉଛି ଭାଇରାଲ ଭିଡିଓ ଭାରତର ନୁହେଁ। 

Google mapରେ ଭାଇରାଲ ଫଟୋରେଥିବା ମସଜିଦକୁ ଦେଖିପାରିବେ। ଯାହା (mam abdul wahhab mosque, Qatar) ମାମ ଅବଦୁଲ ୱାହାବ ମସଜିଦ କତାର  ବୋଲି କୁହାଯାଉଛଇ। ତେଳେ ଏହାର କିଛି ଫଟୋ ଦେଖନ୍ତୁ। ଯେଉଁଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର କେରଳ କିମ୍ବା ଭାରତ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମକୁ qatarliving ପେଜରେ ଭାଇରାଲ ଭିଡିଓର ଖବର ମିଳିଲା। ଯାହାକି 15 ମଇ 2021ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ବିଭିନ୍ନ ଜାତିର ହଜାର ହଜାର ଲୋକ ଇମାମ ମହମ୍ମଦ ବିନ୍ ଅବଦୁଲ୍ହାହାବ ମସଜିଦ ଛକରେ ଏକତ୍ରିତ ହୋଇ ଇସ୍ରାଏଲର ଆକ୍ରୋଶ ବିରୋଧରେ ପାଲେଷ୍ଟାଇନ ଲୋକଙ୍କ ସହ ଏକତା ପ୍ରକାଶ କରିଥିଲେ। ତେବେ ଭାଇରାଲ ଭିଡିଓ ଭାରତର ନୁହେଁ ବୋଲି ଏଠାରେ ସ୍ପଷ୍ଟ ହେଉଛି। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- qatarlivingArchive

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, କେରଳର ମଲାଲାପୁରମରେ ହାମାସ କାର୍ଯ୍ୟାଳୟର ଦିବାରେ ଭାଇରାଲ ହେଉଥିବା ଭିଡିଓ କତତର ଇମାମ ମହମ୍ମଦ ବିନ୍ ଅବଦୁଲ୍ହାହାବ ମସଜିଦ ଛକର ଅଟେ। ଭାଇରାଲ ଭିଡିଓ କେରଳ କିମ୍ବା ଭାରତ ସହ କୌଣସି ସମ୍ପର୍କ ନାହିଁ।

Avatar

Title:କତାରର ଭିଡିଓକୁ କେରଳର ଲୋକମାନେ ପ୍ରୋ-ପାଲେଷ୍ଟାଇନ ସ୍ଲୋଗାନ ଦେଉଥିବା ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *