କ’ଣ ରାହୁଲ ଗାନ୍ଧୀ ଜଣେ ବ୍ରାହ୍ମଣ ହୋଇ ଗୋମାଂସ ଏବଂ ଘୁଷୁରି ମାଂସ ଖାଉଛନ୍ତି? ଜାଣନ୍ତୁ ସତ୍ୟ।

False Political

ନିକଟରେ ରାହୁଲ ଗାନ୍ଧୀ ଏବଂ ଖାଦ୍ୟ ସାମ୍ବାଦିକ କୁନାଲ ବିଜୟକାର ଦିଲ୍ଲୀର ରାସ୍ତାରେ ଚାଲି ସେଠିକାର ସ୍ଵାଦିଷ୍ଟ ଭୋଜନ ଖାଉଥିବା ଦେଖିବାକୁ ମିଳିଛି। 

ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାହୁଲ ଗାନ୍ଧୀ ଖାଦ୍ୟ ସାମ୍ବାଦିକ କୁନାଲ ବିଜୟକାରଙ୍କ ସହ ଏକ ରେଷ୍ଟୁରାଣ୍ଟରେ ଆମିଷ ଖାଦ୍ୟ ଖାଉଛନ୍ତି। ଦାବି ଅନୁଯାୟୀ ରାହୁଲ ଗାନ୍ଧୀ ସେଠାରେ ଗୋମାଂସ ଏବଂ ଘୁଷୁରି ମାଂସ ଖାଇଥିଲେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ରାହୁଲ ଗାନ୍ଧୀ ଗୋମାଂସ ଏବଂ ଘୁଷୁରି ମାଂସ ଖାଉଥିବା ଦାବି ମିଥ୍ୟା ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ “ଦତ୍ତାତ୍ରେୟ ଗୋତ୍ରର ବ୍ରାହ୍ମଣ ଜନେଉଧାରୀ ପପୁ ଗୋମାଂସ ଆଉ ଘୁଷୁରୀ ମାଂସ ଖାଉଛି। ଇଏ ସାଲେ ସବୁ ନିର୍ବାଚନ ଆସିଲେ ଇଏ ସଳାଙ୍କର ସବୁ ହିନ୍ଦୁ ବନିବା ଆରମ୍ଭ ହୋଇଯିବ ଆଉ ନିର୍ବାଚନ ସରିଗଲେ ସଳା ସବୁ ପୁଣି ସେଇ ଜିହାଦୀ ରୁପକୁ ଫେରି ଆସିବେ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୨ ଏପ୍ରି ୨୦୨୩ ରେ ରାହୁଲ ଗାନ୍ଧୀଙ୍କ ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ମିଳିଲା ଯେଉଁଥିରେ ସେ ଖାଦ୍ୟ ସାମ୍ବାଦିକ କୁନାଲ ବିଜୟକାରଙ୍କ ସହ ସାକ୍ଷାତ କରି ତାଙ୍କ ସହ ଅନେକ ସ୍ଥାନରେ ଭୋଜନ କରିଥିଲେ। ଭିଡିଓ ସହିତ କ୍ୟାପ୍ସନ୍ ରେ କୁହା ଯାଇଛି, “ଦିଲ୍ଲୀ ରେ କୁନାଲ ବିଜୟକରଙ୍କ ସହ ଛୋଲେ ଭଟୁରେ ଏବଂ ମୋହବ୍ବତର ଶର୍ବତ”

ଭିଡିଓରେ ଆମେ ଦେଖି ପାରିବା ଯେ ରାହୁଲ ଗାନ୍ଧୀ କହୁଛନ୍ତି ଯେ ତାଙ୍କୁ ଆଳୁ ଟିକ୍କି, କୁଲ୍ଫି, ଚାଟ୍ ଏବଂ ଗୁପ୍ଚୁପ ପରି ରାସ୍ତା କଡ ଖାଦଧୀ ବହୁତ ପସନ୍ଦ। ରାସ୍ତା କଡ ଏହି ଖାଦ୍ୟ ରାହୁଲ ଗାନ୍ଧୀ ଏବଂ କୁନାଲ ବିଜୟକର ବେଙ୍ଗଲି ସ୍ଵୀଟ୍ ହାଉସ୍ ନାମକ ସ୍ଥାନରେ ଖାଇଥିଲେ। ଏହା ପରେ ସେମାନେ ରାସ୍ତା ଆର ପାର୍ଶ୍ଵରେ ନାଥୁ ସ୍ଵୀଟ୍ସ ନାମକ ରେଷ୍ଟୁରାଣ୍ଟରେ ଛୋଲେ ଭାଟୁରେ ଖାଇ ଥିଲେ। 

ଏହା ପରେ ସେମାନେ ପୁରୁଣା ଦିଲ୍ଲୀର ଅଲ୍-ଜୱାହର ରେଷ୍ଟୁରାଣ୍ଟରେ ଖାଇବାକୁ ପହଞ୍ଚିଥିଲେ। ସେଠାରେ କୁନାଲ କହିଛନ୍ତି ଯେ ଏହି ରେଷ୍ଟୁରାଣ୍ଟର ଉଦ୍ଗାଟନ ପଣ୍ଡିତ ଜୱାହରଲାଲ ନେହରୂ ୧୯୪୮ ମସିହାରେ କରିଥିଲେ। ଏହି ହୋଟେଲଟି ତାଙ୍କ ନାମରେ ନାମିତ ହୋଇଥିଲା। ଭିଡିଓରେ ୧୨.୩୫ ମିନିଟ ସମୟରେ ଆପଣ ମାନେ ସୂନୀ ପାରିବେ ଯେ କୁନାଲ କହିଛନ୍ତି ଯେ ସେମାନ ସେଠାରେ ତନ୍ଦୁରୀ ଚିକେନ୍ ଖାଉଛନ୍ତି। 

ଆମ ଫ୍ୟାକ୍ଟ-ଚେକ୍ କୁ ଆହୁରି ଦୃଢ କରିବା ପାଇଁ ଆମେ ଜୋମାଟୋରେ ଅଲ୍-ଜୱାହର ହୋଟେଲ୍ ସର୍ଚ୍ଚ କରି ତାହାର ମେନୁ ଦେଖିଲୁ। ଆମକୁ ଏହାର ମେନୁରେ କେଉଁଠାରେ ମଧ୍ୟ ଗୋମାଂସ କିମ୍ବା ଘୁଷୁରି ମାଂସ ଉଲ୍ଲେଖ ହୋଇଥିବା ମିଳିଲା ନାହିଁ। ନିମ୍ନରେ ଆପଣ ମାନେ ସେହି ହୋଟେଲର ମେନୁ ଦେଖି ପାରିବେ। 

ଏହା ପରେ ଆମେ ଅଲ୍-ଜୱାହର ରେଷ୍ଟୁରାଣ୍ଟ ମେନେଜର ସହିତ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଇ କହିଛନ୍ତି ଯେ, “ଆମର ଏକ ମୁସ୍ଲିମ ହୋଟେଲ ଅଟେ। ଆମେ ଏଠାରେ ଘୁଷୁରି ମାଂସ ରନ୍ଧା ଯାଏ ନାହିଁ। ସେହି ଦିନ ରାହୁଲ ଗାନ୍ଧୀ ଆମ ହୋଟେଲ୍ କୁ ଆସିଥିଲେ କିନ୍ତୁ ସେ ଚିକେନ୍ ତନ୍ଦୁରୀ ଏବଂ କବାବ ଅର୍ଡର କରିଥିଲେ। ରାହୁଲ ଗାନ୍ଧୀ ଆମ ହୋଟେଲ୍ ରେ ଗୋମାଂସ ଏବଂ ଘୁଷୁରି ମାଂସ ଖାଉଥିବା ଦାବି ମିଥ୍ୟା ଅଟେ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ରାହୁଲ ଗାନ୍ଧୀ ଗୋମାଂସ କିମ୍ବା ଘୁଷୁରି ମାଂସ ଖାଉ ନାହାଁନ୍ତି। ସେ ସେହି ହୋଟେଲ୍ ରେ ଚିକେନ୍ ଏବଂ କବାବ ଖାଇଥିଲେ। 

Avatar

Title:କ’ଣ ରାହୁଲ ଗାନ୍ଧୀ ଜଣେ ବ୍ରାହ୍ମଣ ହୋଇ ଗୋମାଂସ ଏବଂ ଘୁଷୁରି ମାଂସ ଖାଉଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *