ରାହୁଲ ଗାନ୍ଧୀଙ୍କ ଭିଡିଓକୁ ଅନୁରାଗ ଠାକୁରଙ୍କ ଭାଷଣ ସହିତ ଏଡିଟ୍ କରି ବିଭ୍ରାନ୍ତକାରୀ ଦାବି ସହ ଭାଇରାଲ କରା ଯାଉଛି।

Altered Political

ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ସମ୍ବିଧାନରେ କେତେ ପୃଷ୍ଠା ଅଛି ବୋଲି ପ୍ରଶ୍ନ କରୁଛନ୍ତି। ଭିଡିଓର ଅନ୍ୟ ପଟେ ରାହୁଲ ଗାନ୍ଧୀ ଏବଂ ବିରୋଧୀ ଦଳର ନେତାଙ୍କୁ ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ଦାବି କରାଯାଉଛି ଯେ ଯେତେବେଳେ ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କୁ ସମ୍ବିଧାନର ପୃଷ୍ଠା ସଂଖ୍ୟା ବିଷୟରେ ପଚାରିଥିଲେ, ସେ ଉତ୍ତର ଦେଇପାରିନଥିଲେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ରାହୁଲ ଗାନ୍ଧୀଙ୍କ ଅନ୍ୟ ଏକ ଭିଡିଓର ଛୋଟ କ୍ଲିପ୍ ନେଇ ଅନୁରାଗ ଠାକୁରଙ୍କର ଭାଷଣ ଭିଡିଓ ସହିତ ଏଡିଟ୍ କରି ଭାଇରାଲ କରା ଯାଉଛି।

କ’ଣ ଦାବି କର ଯାଉଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “କଂରେସିଆ ଏବଂ ତାଙ୍କ ସମର୍ଥକଙ୍କର ସମ୍ବିଧାନ ବିଷୟରେ ସାମାନ୍ୟତମ ଜ୍ଞାନ ନାହିଁ। ଯେବେ ଯେବେ କ୍ଷମତାକୁ ଆସିଛନ୍ତି ସେବେ ସେବେ ସମ୍ବିଧାନ ବଳାତ୍କାର କରିଛନ୍ତି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସଂସଦ ଟିଭିର ୟୁଟ୍ୟୁବ ଚ୍ୟାନାଲରେ ଭାଇରାଲ ଭିଡିଓର ପ୍ରଥମ କ୍ଲିପ୍ ଦେଖିବାକୁ ପାଇଲୁ। ୧ ଜୁଲାଇ ୨୦୨୪ ରେ ପ୍ରକାଶିତ ଏହି ଭିଡିଓରେ ଭାଇରାଲ୍ ଭିଡିଓ ଅଂଶ 56.46 ମିନିଟରେ ଦେଖିବାକୁ ମିଳିଲା | ଏଠାରେ ଅନୁରାଗ ଠାକୁର ବିରୋଧୀ ସାଂସଦମାନଙ୍କୁ ସମ୍ବିଧାନର ପୃଷ୍ଠାଗୁଡ଼ିକ ବିଷୟରେ ପ୍ରଶ୍ନ ପଚାରୁଛନ୍ତି।

ଯେତେବେଳେ ଅନୁରାଗ ଠାକୁର କହୁଛନ୍ତି, “ମୁଁ ତୁମକୁ ଆଉ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ, ସମ୍ବିଧାନରେ କେତେ ପୃଷ୍ଠା ଅଛି?” ଏହା ପରେ ସେ କୁହନ୍ତି, “ଯଦି ଆପଣ ଏହାକୁ ପ୍ରତିଦିନ ବହନ କରନ୍ତି ତେବେ ଆପଣ ଏହାକୁ ଖୋଲି ପଢିଲେ ଭଲ ହେବ…”

ଏଠାରେ ଦେଖିବାକୁ ମିଳେ ଯେ ଯେତେବେଳେ ଅନୁରାଗ ଠାକୁର ଏହି ପ୍ରଶ୍ନ ପଚାରିଥିଲେ, କ୍ୟାମେରା ବିରୋଧୀ ବେଞ୍ଚ ଆଡକୁ ଫୋକସ୍ କରିଥିଲା, କିନ୍ତୁ ରାହୁଲ ଗାନ୍ଧୀ ପ୍ରଥମ ବେଞ୍ଚରେ ଉପସ୍ଥିତ ନଥିଲେ।

ତେବେ ଭିଡିଓ ଆରମ୍ଭରେ ଯେତେବେଳେ ଅନୁରାଗ ଠାକୁର ତାଙ୍କ ଭାଷଣ ଦେବା ପାଇଁ ଠିଆ ହୋଇଥିଲେ ସେତେବେଳେ ରାହୁଲ ଗାନ୍ଧୀ ଗୃହରେ ଉପସ୍ଥିତ ଥିଲେ। ଭିଡିଓରେ ୨୫ ସେକେଣ୍ଡର ଏକ ସମୟ ମଧ୍ୟରେ, ଆମେ ଦେଖିଲୁ ଯେ ରାହୁଲ ଗାନ୍ଧୀ ଠିଆ ହୋଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ NEET ଉପରେ ଆଲୋଚନା ପାଇଁ ଗୋଟିଏ ଦିନ ସ୍ଥିର କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହା ପରେ ଅନୁରାଗ ଠାକୁରଙ୍କ ପୁରା ଭାଷଣ ସମୟରେ ରାହୁଲ ଗାନ୍ଧୀ ଗୃହରେ ନଥିଲେ। ଯେତେବେଳେ ଅନୁରାଗ ଠାକୁର ଏହି ପ୍ରଶ୍ନ ପଚାରି ଥିଲେ, ସେତେବେଳେ ବିରୋଧୀ ଦଳ ସେଠାରେ ଉପସ୍ଥିତ ଥିଲେ, ରାହୁଲ ଗାନ୍ଧୀ ସେଠାରେ ଉପସ୍ଥିତ ନଥିଲେ।

ଏହା ଦ୍ଵାରା ସ୍ପଷ୍ଟ ହୁଏ ଯେ ଦୁଇଟି ଅଲଗା-ଅଲଗା ଭିଡିଓକୁ ଏଡିଟ୍ କରି ଦ୍ଵନ୍ଦ ବିସ୍ତାର କରା ଯାଉଛି। ନିମ୍ନରେ ଆପଣ ମାନେ ଦୁଇଟି ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ।

ଅନୁରାଗ ଠାକୁରଙ୍କ ଅଭିଭାଷଣରେ ବିରୋଧୀଦଳର ନେତା ଭିଡିଓରେ ୩ ମିନିଟ ୧୬ ସେକେଣ୍ଡରେ ଗୃହ ବାହାରକୁ ଯାଉଥିବାର ନଜର ଆସିଛନ୍ତି। ତେବେ ପରେ ଅନୁରାଗ ଠାକୁରଙ୍କ ଭାଷଣ ସମୟରେ ସମସ୍ତ ବିରୋଧୀ ସାଂସଦଙ୍କୁ ଗୃହରେ ଦେଖିବାକୁ ମିଳିଥିଲା, କିନ୍ତୁ ରାହୁଲ ଗାନ୍ଧୀ ସଂସଦ ଗୃହରେ ଦେଖିବାକୁ ମିଳିନଥିଲେ। ଯେତେବେଳେ ଅନୁରାଗ ଠାକୁର ୫୬.୪୮ ମିନିଟରେ ସମ୍ବିଧାନର ପୃଷ୍ଠାଗୁଡ଼ିକ ବିଷୟରେ ବିରୋଧୀଙ୍କୁ ପ୍ରଶ୍ନ କରନ୍ତି, ସେତେବେଳେ ରାହୁଲ ଗାନ୍ଧୀ ଗୃହରେ ଦୃଶ୍ୟମାନ ନଥିଲେ।

ଅଧିକ ଅନୁସନ୍ଧାନରୁ ଜଣାପଡିଛି ଯେ ରାହୁଲ ଗାନ୍ଧୀଙ୍କ କ୍ଲିପ୍ ୧ ଜୁଲାଇ ୨୦୨୪ ର ଭାଷଣରୁ ନିଆଯାଇଛି | ରାହୁଲ ଗାନ୍ଧୀଙ୍କ ଭାଷଣର ଭିଡିଓ ସଂସଦ ଟିଭିର ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ ଅଛି। ଏହି ଭିଡିଓ ମଧ୍ୟ ୧ ଜୁଲାଇ ୨୦୨୪ ର ଅଟେ। ରାହୁଲ ଗାନ୍ଧୀଙ୍କ ଠିଆ ହୋଇଥିବା କ୍ଲିପ୍ ଭିଡିଓର ୧୯.୦୩-୧୯.୦୮ ରେ ଦେଖିବାକୁ ମିଳିଛି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯେତେବେଳେ ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କୁ ସମ୍ବିଧାନର ପୃଷ୍ଠାଗୁଡ଼ିକର ସଂଖ୍ୟା ବିଷୟରେ ପଚାରିଥିଲେ, ସେ ଉତ୍ତର ଦେବାରେ ଅସକ୍ଷମ ହେଇଥିବା ଦାବି ମିଥ୍ୟା ଅଟେ। ରାହୁଲ ଗାନ୍ଧୀଙ୍କ ଅନ୍ୟ ଏକ  ଭିଡିଓର ଏକ ଛୋଟ ଅଂଶକୁ କାଟି ଅନୁରାଗ ଠାକୁରଙ୍କ ଭାଷଣର କ୍ଲିପ୍‌ରେ ଯୋଡାଯାଇଛି ଏବଂ ମିଥ୍ୟା ଦାବି ସହ ସେୟାର କରାଯାଇଛି।

Avatar

Title:ରାହୁଲ ଗାନ୍ଧୀଙ୍କ ଭିଡିଓକୁ ଅନୁରାଗ ଠାକୁରଙ୍କ ଭାଷଣ ସହିତ ଏଡିଟ୍ କରି ବିଭ୍ରାନ୍ତକାରୀ ଦାବି ସହ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *