
ମେ 8 ତାରିଖରେ ସମ୍ବାଦ ପେଜରେ ରତନ ଟାଟାଙ୍କ ନାମରେ ଏକ ଖବର ପ୍ରକାଶିତ ହୋଇଛି। ଯେଉଁଥିରେ ଦାବି କରାଯାଇଛି ଯେ, 17 ବର୍ଷ ଅର୍ଜୁନ ଦେଶପାଣ୍ଡେ ନାମକ ଜଣେ ଯୁବକର କମ୍ପାନିରେ 50% ଅଂଶଧନ କିଣିଛନ୍ତି। ଖବରରେ ଲେଖା ଯାଇଛି ଯେ, ଟାଟା ଦେଶର ନବରତ୍ନ କମ୍ପାନୀଗୁଡିକ ମଧ୍ୟରେ ଅଛି ଏବଂ ଟାଟା ଗୃପ ର ମୁଖ୍ୟ ରତନ ଟାଟା 18 ବର୍ଷ ପୁରୁଣା ଡ୍ରଗ୍ ବିକ୍ରୟକାରୀ କମ୍ପାନୀ ଜେନେରିକ୍ ବେସ୍ ଆଧାର ଦେଶପାଣ୍ଡେଙ୍କ ଅଂଶଧନ କିଣିଛନ୍ତି। କୌତୁହଳ ର ବିଷୟ ହେଉଛି ଅନ୍ୟ ଅନଲାଇନ୍ ଡ୍ରଗ୍ ବିକ୍ରୟକାରୀ କମ୍ପାନୀ ତୁଳନାରେ ଜେନେରିକ୍ ଆଧାର ବହୁ ଶସ୍ତା ଔଷଧ ବିକ୍ରି କରେ | ଜେନେରିକ୍ ଆଧାର ରେ ବଜାରରୁ ଶସ୍ତା ଦରରେ ଖୁଚୁରା ଦୋକାନୀମାନଙ୍କୁ ଔଷଧ ବିକ୍ରି କରେ। ଅର୍ଜୁନ ଦେଶପାଣ୍ଡେଙ୍କ କହିବାନୁସାରେ, ଟାଟା ଗ୍ରୁପ୍ ର ମାଲିକ ରତନ ଟାଟା 3 ରୁ 4 ମାସ ପୂର୍ବରୁ ଏହି ନୂଆ ଅଫର୍ ନେଇଥିଲେ। ରତନ ଟାଟା ଜେନେରିକ୍ ବେସ୍ କମ୍ପାନୀର ଅଂଶୀଦାର ହେବାକୁ ଚାହୁଁଥିଲେ।
ଏଠାରେ ଲିଙ୍କ ଦେଖନ୍ତୁ- Odia news 24 । Arvhive
ଏହା ଛଡ଼ା ଆମକୁ ଏହି ଖବର Sambad ପେଜରେ ମଧ୍ୟ ପାଇଲୁ। ପେଜରେ ଲେଖା ଯାଇଛି ଯେ, ଜଣାଶୁଣା ଶିଳ୍ପପତି ରତନ ଟାଟା ଗୁରୁବାର ଦୁଇ ବର୍ଷ ପୁରୁଣା ଷ୍ଟାର୍ଟଅପ୍ ‘ଜେନେରିକ୍ ଆଧାର’ରେ ନିବେଶ କରିଛନ୍ତି । ଏହି ଷ୍ଟାର୍ଟଅପ୍ କମ୍ପାନୀ ‘ଜେନେରିକ୍ ଆଧାର’ର ପ୍ରତିଷ୍ଠାତା ହେଉଛନ୍ତି ୧୭ ବର୍ଷୀୟ ଅର୍ଜୁନ ଦେଶପାଣ୍ଡେ। ତେବେ ରତନ ଟାଟା ଏଥିରେ କେତେ ଟଙ୍କା ବିନିଯୋଗ କରିଛନ୍ତି ତାହା ଜଣା ପଡିନାହିଁ।’ଜେନେରିକ୍ ଆଧାର’ର ମୁଖ୍ୟ କାର୍ଯ୍ୟ ହେଉଛି ଏହି କମ୍ପାନୀ ମେଡ଼ିସିନ ନିର୍ମାତାମାନଙ୍କଠାରୁ ଔଷଧ ଆଣି ଖୁଚୁରା ବ୍ୟବସାୟୀମାନଙ୍କ ନିକଟରେ ବିକ୍ରି କରନ୍ତି । ସମ୍ପ୍ରତି ଏହି କମ୍ପାନୀର ବାର୍ଷିକ ଆୟ ପ୍ରାୟ ୬ କୋଟି ଟଙ୍କା ଥିବା ବେଳେ ଏବଂ ଆସନ୍ତା ତିନି ବର୍ଷ ମଧ୍ୟରେ ଏହା ୧୫୦-୨୦୦ କୋଟିରେ ପହଞ୍ଚାଇବାକୁ ଅର୍ଜୁନ ଲକ୍ଷ୍ୟ ରଖିଛନ୍ତି । ଏହି ପୋଷ୍ଟରେ ଦାବି କରାଯାଇଛି, “ମୁମ୍ବାଇର ଜଣେ ଯୁବକ ଅର୍ଜୁନ ଦେଶପାଣ୍ଡେଙ୍କର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀରେ 50 ପ୍ରତିଶତ ଅଂଶଧନ କରାଯାଇଛି।
ଏଠାରେ ଲିଙ୍କ ଦେଖନ୍ତୁ- Sambad । Archive
ତବେ କଣ ରତନ ଟାଟା ଏହି 17 ବର୍ଷୀୟ ଯୁବକ କମ୍ପାନୀରେ ଅର୍ଥ ନିବେଶ କରିଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧା-
ଉପରୋକ୍ତ ପୋଷ୍ଟରେ ଦିଆଯାଇଥିବା ଦାବିର ସତ୍ୟତା ଯାଞ୍ଚ କରିବା ପାଇଁ ଆମେ ଆମର ଅନୁସନ୍ଧାନ ଆରମ୍ଭ କଲୁ। ଯଦି ରତନ ଟାଟାଙ୍କ ଦ୍ୱାରା ଏପରି କୌଣସି ବିନିଯୋଗ କରାଯାଇଛି, ତେବେ ତାଙ୍କୁ ଜାତୀୟ ଗଣମାଧ୍ୟମ ନିଶ୍ଚିତ ଭାବରେ ନଜର ରଖିଥିବେ। ତେଣୁ ଯେତେବେଳେ ଆମେ ବିଭିନ୍ନ କୀ ଶବ୍ଦ ସହିତ ଗୁଗୁଲରେ ସର୍ଚ୍ଚ କଲୁ, ଆମେ ଅନେକ ଲିଙ୍କ ପାଇଲୁ। ଆମକୁ Economictimesରେ 10 ମେ ରେ ଅର୍ଜୁନ ଦେଶପାଣ୍ଡେଙ୍କର ଏକ ଇଣ୍ଟରଭିୟୁ ପ୍ରକାଶିତ ହୋଇଥିବାର ପାଇଲୁ। ଯେଉଁଥିରେ ସେ କହିଛନ୍ତି, ରତନ ଟାଟା ତାଙ୍କ କମ୍ପାନିରେ ଇନଭେଷ୍ଟ କରିଛନ୍ତି କିନ୍ତୁ ତାହା ଗଣ ମାଧ୍ୟମକୁ କୁହା ଯାଇ ନାହିଁ। ତାଙ୍କ ଇଣ୍ଟରଭିୟୁରେ ସେ କିପରି ରତନ ଟାଟାଙ୍କ ସାକ୍ଷାତ କରି ତାଙ୍କ ଯୋଜନା ସମ୍ପର୍କରେ କହିଥିଲେ ତାହା କହିଛନ୍ତି। ଏଥିରେ ଦର୍ଶାଯାଇଛି ଯେ ରତନ ଟାଟା ମୁମ୍ବାଇର ଅର୍ଜୁନ ଦେଶପାଣ୍ଡେଙ୍କ ସହ ନିବେଶ କରିଛନ୍ତି। କିନ୍ତୁ କେତେ ବିନିଯୋଗ ହୋଇଛି ତାହାର ସବିଶେଷ ତଥ୍ୟ ପ୍ରକାଶ କରାଯାଇ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Economictimes । Archive
ଏହା ପରେ ଆମେ ରତନ ଟାଟାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ସର୍ଚ କରିଲୁ, ଯେଉଁଥିରେ ରତନ ଟାଟା କହିଛନ୍ତି , “ମୁଁ ଏହି ଉଦ୍ୟମକୁ ସମର୍ଥନ କରି ଖୁସି ଅଟେ। ଏହି କମ୍ପାନୀରେ ଅଳ୍ପ ପରିମାଣର ଟୋକନ୍ ବିନିଯୋଗ କରିଛି। ମୁଁ କମ୍ପାନୀରେ 50% ଅଂଶଧନ କିଣି ନାହିଁ।” ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଶେଷକଥା-
ଆମର ଅନୁସନ୍ଧାନରେ ଉପରୋକ୍ତ ପୋଷ୍ଟ ଭୁଲ ପ୍ରମାଣିତ ହୋଇଛି। ଆମେ ପାଇଲୁ ଯେ, ରତନ ଟାଟା ଅର୍ଜୁନ ଦେଶପାଣ୍ଡେଙ୍କର କମ୍ପାନୀରେ 50% ଅଂଶଧନ କିଣି ନାହାଁନ୍ତି। କେବଳ ଟୋକନ୍ ରାଶି ବିନିଯୋଗ ହୋଇଛି।

Title:ରତନ ଟାଟା 18 ବର୍ଷିୟ ଏହି ଯୁବକର କମ୍ପାନୀରେ 50% ଅଂଶଧନ କିଣି ନାହାଁନ୍ତି।
Fact Check By: Saritadevi SamalResult: False