
ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ରତନ ଟାଟାଙ୍କ ନାମରେ ଏକ ଖବର ଭାଇରାଲ ହେଉଛି। ରତନ ଟାଟା ନ୍ୟୁଜ ପେଜକୁ ତାଙ୍କ ମତ ଦେଇଛନ୍ତି ଯେ,, “2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ”। Umesh Garg ନାମକ ଜଣେ ଫେସବୁକ ୟୁଜର ଲେଖିଛନ୍ତି ଯେ, 2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ: ରତନ ଟାଟା ଜାମସେଦପୁର | ବ୍ୟବସାୟ ପ୍ରଫେସନାଲମାନଙ୍କ ପାଇଁ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ରତନ ଟାଟା ଏକ ସଂକ୍ଷିପ୍ତ ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ବ୍ୟବସାୟୀ ଏବଂ ବ୍ୟବସାୟୀଙ୍କୁ ପ୍ରେରଣା ଦେଇଛନ୍ତି। ରତନ ଟାଟା କହିଛନ୍ତି ଯେ ବ୍ୟବସାୟ ଜଗତରେ ମୋର ପ୍ରିୟ ବନ୍ଧୁ, 2020 ବଞ୍ଚିବାର ଏକ ବର୍ଷ | ଏହି ବର୍ଷ ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ | ସ୍ୱପ୍ନ ଏବଂ ଯୋଜନା ବିଷୟରେ ମଧ୍ୟ କୁହନ୍ତୁ ନାହିଁ | ଏହି ବର୍ଷ ନିଜକୁ ଜୀବିତ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ରତନ ଟାଟା କହିଥିବାର ଉମେସ ଗର୍ଗ ଲେଖି ଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook। Archive
ଏହା ପରେ Umesh Garg ନ୍ୟୁଜ ପେଜରେ ପ୍ରକାଶିତ ହୋଇଥିବା ଖବରର ଫୋଟୋ ମଧ୍ୟ ତାଙ୍କ ପେଜରେ ଅପଲୋଡ କରିଛନ୍ତି। ଖବରର ହେଡଲାଇନରେ ଲେଖା ଯାଇଛି ଯେ, 2020 ଜୀବିତ ରହିବାର ବର୍ଷ ଅଟେ। କ୍ଷତି ବିଷରେ ଚିନ୍ତା କରନ୍ତୁ ନାହିଁ। ଏହି କଥା ରତନ ଟାଟା ଖବରକାଗଜକୁ ମତ ଦେଇଥିବାର ଦାବି କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
କ’ଣ ରତନ ଟାଟା 2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ ବୋଲି ମତ ଦେଇଛନ୍ତି ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭର ଆମେ ଭାଇରାଲ ଖବର ସମ୍ପର୍କରେ ଗୁଗୁରେ ସର୍ଚ କରିଲୁ। ସର୍ଚରେ ଆମକୁ ରତନ ଟାଟା ଦେଇଥିବା ମତକୁ ନେଇ ଖବର ପ୍ରକାଶିତ ହୋଇଥିବା କିଛି ନ୍ୟୁଜ ପେଜର ଲିଙ୍କ ପାଇଲୁ। 5 ମେ ରେ The Indian express ପେଜରେ ରତନ ଟାଟା 2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ ବୋଲି ମତ ଦେଇ ନଥିବା ଖବର ପ୍ରକାଶିତ କରାଯାଇଛି। ରଟନ ଟାଟା ସ୍ପଷ୍ଟ କରିଛନ୍ତି ଯେ, 2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ ଭଳି କୌଣସି ମତ ଦେଇ ନାହାଁନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- The Indian express । Archive
ଏହା ପରେ ଆମେ ରତନ ଟାଟାଙ୍କ ଟ୍ୱିଟର ଆକାଉଣ୍ଟରେ ଯାଇ ସର୍ଚ କରିଲୁ। ତାଙ୍କ Twitter ଆକାଉଣ୍ଟରେ ସେ ସ୍ପଷ୍ଟ କରିଛନ୍ତି ସେ ଏପରି କୌଣସି ମଦ ଦେଇ ନାହାନ୍ତି। ସେ ଲେଖିଛନ୍ତି ଯେ, ମୁଁ ଏହା କହି ନାହିଁ । ମୁଁ ଯେତେ ସମ୍ଭବ ମିଥ୍ୟା ଖବର ପ୍ରକାଶ ନ ହେଉ ସେ ନେଇ ପ୍ରୟାସ କରୁଛି। କିନ୍ତୁ ଆପଣ ସବୁବେଳେ କେଉଁ ନ୍ୟୁଜ ପେଜରେ ଏହି ଖବର ପ୍ରକାଶିତ ହେଉଛି ତାହା ସ୍ପଷ୍ଟ କରନ୍ତୁ। ମୋ ଫଟୋ ସହିତ ଖବର ଲେଖା ଯାଇଛି, ଏହା ମାନେ ନୁହେଁ ଯେ ମୁଁ ଏହା କହିଛି। ମିଥ୍ୟା ଖବର ପାଇଁ ଅନେକ ଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତଳେ ପାଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, 2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ ଭଳି ରତନ ଟାଟା କୌଣସି ମତ ଦେଇ ନାହାଁନ୍ତି।

Title:2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ ଭଳି ରତନ ଟାଟା କୌଣସି ମତ ଦେଇ ନାହାଁନ୍ତି।
Fact Check By: Saritadevi SamalResult: False