ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ଋଷି ସୁନାକ ଭାଇରାଲ ପୋଷ୍ଟ ମିଥ୍ୟା ଅଟେ।

False Political

ବିଟ୍ରେନ୍ର ନୂତନ ପ୍ରଧାନମନ୍ତ୍ରୀ ଋଷି ସୁନାକ ଚର୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବିଷୟରେ ବିଭିନ୍ନ ପ୍ରକାରର ଦାବି ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏକ କୋଲାଜ ଭାଇରାଲ ହେବାରେ ଲାଗିଛି ଯେ ଋଷି ସୁନାକ କହିଛନ୍ତି ଯେ, ମନମୋହନ ସିଂଙ୍କ ପରି ଜଣେ ପ୍ରଧାନମନ୍ତ୍ରୀ ଭାରତକୁ ସଠିକ୍ ଦିଗ ଦେବା ଏବଂ ଦୁର୍ବଳ ତଥା ପଡୁଥିବା ଅର୍ଥନୀତିରେ ଉନ୍ନତି ଆଣିବା 

କାମାକ୍ଷାନଗର କଂଗ୍ରେସ ସେନା ନାମକ ଜଣେ ଫେସବୁକ ୟୂଜର ଭାଇରାଲ ପୋଷ୍ଟ ସେୟର କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଅନ୍ଧ ଭକ୍ତଙ୍କ ଗାଲରେ ଋଷି ଶୁନକଙ୍କ ଶକ୍ତ ଚାପୁଡ଼ା। 

ଫେସବୁକ । ଆର୍କାଇଭ

ଅନୁସନ୍ଧାନ-

ଭାଇରାଲ୍ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ଭାଇରାଲ ପୋଷ୍ଟ ବିଷ୍ୟେ ଆମକୁ ଖବର ପାଇଲୁ ନାହିଁ।  ଯେଉଁଥିରେ ଏହା ନିଶ୍ଚିତ କରିପାରିବ ଯେ, ଋଷି ସୁନାକ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ବନ୍ଧରେ ଏପରି ବିବୃତ୍ତି ଦେଇଛନ୍ତି। 

ଭାଗୁଗୁଲ୍ ରିଭର୍ସ ଇମେଜ୍ କରିବା ପରେ ଭାଇରାଲ ଫୋଟୋ ଆମକୁ ଦୌନିକ ଭାସ୍କରଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପାଇଲୁ । 25 ଅକ୍ଟୋବରରେ ଏହା ପ୍ରକାଶିତ କରାଯାଇଥିଲା।  ଋଷି ସୁନାକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ କଂଗ୍ରେସ ନେତା ପି ଚିଦାମ୍ବରମ୍ ଏବଂ ଶଶି ଥରୁରଙ୍କ ବିବୃତ୍ତି ଉପରେ ଆଧାର କରି ଏହା ସମ୍ବାଦ ପାଇଁ ବ୍ୟବହୃତ ହୋଇଥିଲା।

ଋଷି ସୁନାକ ଯୁକ୍ତରାଜ୍ୟର ପ୍ରଥମ ଭାରତ ପ୍ରଧାନମନ୍ତ୍ରୀ ହେବା ପରେ କଂଗ୍ରେସ ନେତା ପି ଚିଦାମ୍ବରମ୍ ଏବଂ ଶଶି ଥରୁର ମନ୍ତବ୍ୟ ଦେଇଛନ୍ତି ଯେ “ଭାରତ ବ୍ରିଟେନ ଏବଂ ଆମେରିକାରୁ ଏକ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ, ଯେଉଁମାନେ ନିଜ ଦେଶର ସଂଖ୍ୟାଗରିଷ୍ଠ ନାଗରିକଙ୍କୁ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କୁ ସରକାରୀ କାର୍ଯ୍ୟାଳୟରେ ମନୋନୀତ କଲେ ” ।ଏହାର ପ୍ରତିକ୍ରିୟାରେ ବିଜେପି କହିଛି ଯେ କଂଗ୍ରେସ ନେତାମାନେ ସହଜରେ ଭୁଲି ଯାଇଛନ୍ତି ଯେ ମନମୋହନ ସିଂ ନିଜ ଦଳରୁ ଆସିଛନ୍ତି।

ଭାଇରାଲ୍ ଗ୍ରାଫିକ୍ ଏବଂ ଦୈନିକ ଭାସ୍କରଙ୍କ ମୂଳ ପ୍ରତିଛବି ମଧ୍ୟରେ ପାର୍ଥକ୍ୟ ଆପଣ ଦେଖିପାରିବେ।

ଭାଇରାଲ୍ ଗ୍ରାଫିକ୍ ଏହାକୁ ନକଲି ବୋଲି ଦୈନିକ ଭାସ୍କର ସ୍ପଷ୍ଟୀକରଣ ଦେଇଛନ୍ତି। “ଏହି ନକଲି ଫୋଟୋ ଦୈନିକ ଭାସ୍କରଙ୍କ ନାମରେ ସେୟାର କରାଯାଉଛି। ଭାସ୍କର ଏହି କାହାଣୀ ପ୍ରକାଶ କରିନାହାଁନ୍ତି। ଏହିପରି ମିଥ୍ୟା ଖବର ଦୟାକରି ପଡ଼ନ୍ତୁ ନାହିଁ ବୋଲି ଭାସ୍କରଙ୍କ ଟ୍ୱିଟରେ ଲେଖା ଅଛି। ଭାସ୍କରଙ୍କ ଗୁଜରାଟ ଡେସ୍କ ମ୍ୟାନେଜର ରୋହିତ ପଟେଲ ମଧ୍ୟ ଫ୍ୟାକ୍ଟ କ୍ରେସେଣ୍ଡୋକୁ ନିଶ୍ଚିତ କରିଛନ୍ତି ଯେ ଭାଇରାଲ ଗ୍ରାଫିକ୍ ଫେକ୍ ଅଟେ। 

ଶେଷକଥା-

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲା ଯେ, ଋଷି ସୁନାକଙ୍କ ନାମରେ ଭାଇରାଲ ହୋଇଥିବା ବିବୃତ୍ତି ନକଲି ଅଟେ। ଭାଇରାଲ ପୋଷ୍ଟରେ ଦାବି କରାଯାଇଥିବା ପରି ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ସେପରି କୌଣସି ବିବୃତ୍ତି ଦେଇନାହାଁନ୍ତି।

Avatar

Title:ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ଋଷି ସୁନାକ ଭାଇରାଲ ପୋଷ୍ଟ ମିଥ୍ୟା ଅଟେ।

Fact Check By: Sarita Samal 

Result: False

Leave a Reply

Your email address will not be published. Required fields are marked *