ରୁଷିଆ ମ୍ୟୁଜିକ୍ ଭିଡିଓ ଅଂଶକୁ , ମିଥ୍ୟା COVID-19 ମୃତ ଶରିର ମିଡିଆ ସାମ୍ନାରେ ଦେଖାଉଥିବା ଦାବିରେ ଭାଇରାଲ ହେଉଛି।

Coronavirus False Social

ଦେଶରେ କରୋନା କେସ୍ ଅଧିକରୁ ଅଧିକ ସାମ୍ନାକୁ ପୁଣି ଆସୁଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। 12 ସେକେଣ୍ଡର ଏହି ଭିଡିଓରେ ଏକ ଟ୍ରକରେ କଳାଜରି ରଖାଯାଇଥିବାର ଦେଖାଯାଉଛି। କଳା ଜରିକୁ ଦେଖିଲେ ଲାଗୁଛି, ଜରିରେ ମଣିଶ ମୃତ ଶରିର ରଖାଯାଇଛି। ପୁଣି କ୍ୟାମେରା ଜୁମ ହୋବରୁ ଦେଖାଗଲା ଯେ, କଳା ଜରି ଭିତରେ ଜଣେ ବ୍ୟକ୍ତି ସିଗ୍ରେଟ ପିଉଛି। ଭିଡିଓ ସହ ଦାବି କରାଯାଇଛି ଯେ, ମିଡିଆ ସାମ୍ନାରେ କୋରୋନାରୁ ମରିଥିବା ମୃତକଙ୍କ ସଂଖ୍ୟା ଅଧିକରୁ ଅଧିକ ଦେଖାଇବା ପାଇଁ କିଛି ଲୋକଙ୍କକୁ ପଇସା ଦେଇ ମୃତ ଶରିରର ଆକ୍ଟିଙ୍ଗ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।

9 ଏପ୍ରଲରେ Monalisa Biswal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଥିଲେ। ପୋଷ୍ଟରେ ଦାବି କରାଯାଇଛି ଯେ, କରୋନା ଭୁତାଣୂ ର ବିପତ୍ତି ଦୃଶ୍ୟ ଦେଖନ୍ତୁ ଶବ ଗୁଡିକୁ ମିଡିଆ ରେ ଦେଖାଇବା ପାଇଁ ଡ୍ରାମା, ଡ୍ରାମା ଆରମ୍ଭ ପୂର୍ବରୁ ଗୋଟେ ଶବ ସିଗାରେଟ ପିଉଛି , ଘୋର କଳିଯୁଗ ରେ ଭାଇ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 246ଥର ସେୟାର କରାଯିବା ସହ ପୋଷ୍ଟକୁ 145 ଲାଇକ ଏବଂ 12 କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ମିଡିଆ ସାମ୍ନାରେ କୋରୋନା ମୃତ ସଂଖ୍ୟା ଅଧିକ ଦେଖାଇବା ପାଇଁ ଜିବନ୍ତ ଲୋକମାନଙ୍କୁ ପାଇସା ଦେଇ ମୃତ ଶରିରର ଆକ୍ଟିଙ୍ଗ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ  ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ୍ କରିଲୁ। ସର୍ଚ୍ଚରେ ଆମକୁ ସମାନ ଭିଡିଓର ଅନେକ ଲିଙ୍କ୍ ସାମ୍ନାକୁ ଆସିଲା। DailyMotion ପେଜରେ ଭାଇରାଲ ଭିଡିଓ ମିଳିଳ। ଭିଡିଓଟି ‘vasyaivanovdesigns’ ଟିକ୍ ଟକ୍ ହ୍ୟାଣ୍ଡେଲର ୟୁଜରର ଅଟେ। କିନ୍ତୁ ଭାରତରେ ଟିକଟୋକ  ନିଷେଧଥିବାରୁ  ଆମେ ଏଥିରେ ଥିବା ମୂଳ କ୍ଲିପ୍ ଯାଞ୍ଚ କରିପାରିଲୁ ନାହିଁ।  

ଏଠାରେ ଲିଙ୍କ ଦେଖନ୍ତୁ-DailyMotion

ତେଣୁ ଆମେ ଅପଲୋଡର୍ Vasya Ivanov ନାମ ଲେଖି ସର୍ଚ୍ଚ କରିଲୁ। ଆମକୁ ତାଙ୍କ Instagram ପ୍ରୋଫାଇଲ୍ ମିଳିଲା। ସୂଚନା ଅନୁସାରେ ଇଭାନୋଭ୍ ଜଣେ ପ୍ରଡକ୍ସନ୍ ଡିଜାଇନର୍ ଏବଂ ସେ ଅକ୍ଟୋବର 2020 ରେ ଏକ ବିଲ୍ଡିଂରେ ଝୁଲୁଥିବା କଳା ବ୍ୟାଗରେ ଶବଗୁଡ଼ିକର ଚିତ୍ର ଅପଲୋଡ୍ କରିଥିଲେ। ଏଠାରେ ଫଟୋ ଦେଖନ୍ତୁ। ଫଟୋରେ କ୍ୟାପସନ୍ ଅନୁଯାୟୀ ଏକ ରାପର୍ ହସ୍କି ଏବଂ ତାଙ୍କ ଗୀତ ‘ଏଭର୍’ ପାଇଁ ଏକ ମ୍ୟୁଜିକ୍ ଭିଡିଓ ପାଇଁ ସେଟ୍ ଅପ୍ ଏକ ଅଂଶ ଅଟେ। 

ଏଠାରେ ଲିଙ୍କ ଦେଖନ୍ତୁ- Instagram । Archive

ଏହା ପରେ ଆମେ Huskyର Ever ଗୀତ ସର୍ଚ୍ଚ କରିଲୁ। 26 ସେପ୍ଟେମ୍ବର 2020ରେ ଏହି ଭିଡିଓ youtubeରେ ପୋଷ୍ଟ କରାଯାଇଛି। ଭିଡିଓର  ଶେଷରେ ଭାଇରାଲ ଫଟୋରେଥିବା ଗାଡ଼ି ଏବଂ ସ୍ଥାନ ଦେଖିପାରିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ତେଳେ ଆମକୁ ମିଳିଥିବା ଭିଡିଓ ଏବଂ ଭାଇରାଲ ଭିଡିଓ ଫଟୋର ବିଶ୍ଳେଷଣ ଦେଖନ୍ତୁ। ଭାଇରାଲ ଭିଡିଓରେ ଦେଖା ଯାଉଥିବା ଗାଡ଼ି ଏବଂ ଝରକା ଆମକୁ ମିଳିଥିବା ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳୁଛି। 

ରୁଷର ଟେଲିଭିଜନ ନେଟୱାର୍କ ren.tv ମଧ୍ୟ ସେପ୍ଟେମ୍ବର 2020 ରେ ମ୍ୟୁଜିକ ଭିଡିଓ ସମ୍ପର୍କରେ ଖବର ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଭିଡିଓ ସୁଟିଂ ସମୟରେ ସ୍ଥାନିୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା କାରଣ ଡାକ୍ତରଖାନା ଭବନରେ ଝୁଲୁଥିବା ଶବକୁ ବାସିନ୍ଦା ଅସହଜ ମନେ କରୁଥିଲେ। ଖବରରେ ସୂଚନା ଦିଆ ଯାଇଛି, “ନିର୍ମାତା ମିଖାଇଲ୍ ମାରିଜୋଭ୍ ଉଲ୍ଲେଖ କରିଛନ୍ତି ଯେ କାର୍ଯ୍ୟରେ ମାନେକେନ୍ ବ୍ୟବହାର କରାଯାଇଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। ଏହି ଖବର  ରୁଷିଆ ନ୍ୟୁଜ ଚ୍ୟାନେଲର youtubeରେ ପାଇଲୁ। ଅଧିକ ସୂଚନା ପାଇଁ ଲିଙ୍କ ଜେଖନ୍ତୁ।  

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ମିଡିଆ ସାମ୍ନାରେ କୋରୋନା ମୃତ ସଂଖ୍ୟା ଅଧିକ ଦେଖାଇବା ପାଇଁ ଜିବନ୍ତ ଲୋକମାନଙ୍କୁ ପାଇସା ଦେଇ ମୃତ ଶରିରର ଆକ୍ଟିଙ୍ଗ କରୁଥିବା ଦାବିରେ ଭାଇରାଲ ହେଉଥିବା ଭିଡିଓ ପ୍ରକୃତରେ ରୁଷିଆର ଏକ ମ୍ୟୁଜିକ୍ ଭିଡିଓ ଅଟେ।

Avatar

Title:ରୁଷିଆ ମ୍ୟୁଜିକ୍ ଭିଡିଓ ଅଂଶକୁ , ମିଥ୍ୟା COVID-19 ମୃତ ଶରିର ମିଡିଆ ସାମ୍ନାରେ ଦେଖାଉଥିବା ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *