
ନିକଟରେ ଏକ ବିବାହ ସମାରୋହରେ ଜଣେ ବ୍ୟକ୍ତି ବରକୁ ମାଡ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରାଯାଉଛି ଯେ ବିବାହ ସମୟରେ ବର ଯୌତୁକରେ ଗାଡି ନେବ ବୋଲି ଜିଦ କରିବା ପରେ ତାହାକୁ ମାଡ ମରା ଯାଉଛି।
ଭିଡିଓର କ୍ୟାପସନ୍ ରେ ଲେଖା ଯାଇଛି ଯେ, “ଯୌତୁକରେ ଗାଡି ମାଗିବାରୁ ଚପଲରେ ପିଟିଲା ଶଶୁର”
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପ୍ରକୃତ ଘଟଣା ନୁହେଁ। ଏହି ଭିଡିଓକୁ ମନୋରଞ୍ଜନ ଉଦ୍ଦେଶ୍ୟରେ ସୃଷ୍ଟି କରା ଯାଇଥିଲା।
ସମାନ ଭିଡିଓ ଆମକୁ ଟୁଇଟରରେମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଲା। ଟୁଇଟରେ କୁହା ଯାଇଛି ଯେ ଜଣେ ଜ୍ଵାଇଁ ଯୌତୁକରେ ମୋଟରସାଇକଲ୍ ଦାବି କରିଥିବାରୁ ଶଶୁର ତାକୁ ମାରୁଛନ୍ତି।
ନ୍ୟୁଜ୍ ୧୮ ଏବଂ ଆଜ୍ ତକ୍ ପରି ଗଣମାଧ୍ୟମ ମଧ୍ୟ ଏହାକୁ ନିଜ ୱେବସାଇଟ ଏବଂ ୟୁଟ୍ୟୁବ ଚ୍ୟାନାଲ୍ ରେ ପ୍ରକାଶିତ କରିଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୮ ମଇ ୨୦୨୧ ରେ ମୈଥିଲୀ ବଜାର ନାମକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଚ୍ୟାନାଲରେ ଆମକୁ ଏହାର ମୂଳ ଭିଡିଓ ମିଳିଲା। ଭିଡିଓର କ୍ୟାପସନ୍ ରେ ଲେଖା ଯାଇଛି, “କାହିଁକି ବିଦାୟ ସମୟରେ ବର ନିଜ ସ୍ତ୍ରୀକୁ ମାରିଲା ଏବଂ କାହିଁକି ବରର ବାପା ବରକୁ ମାରିଲା।”
ଏହି ଭିଡିଓ ସହିତ ଏଥିରେ ଅଭିନୟ କରୁଥିବା ମୁଖ୍ୟ କଳାକାର ମାନଙ୍କ ନାମ ମଧ୍ୟ ଉଲ୍ଲେଖ କରା ଯାଇଛି। ଏହି କଳାକାର ମାନଙ୍କ ନାମ ହେଉଛି ସୁନୀଲ ସୁମନ, ପୂଜା ମିଶ୍ରା, ମୋହନ ମଣ୍ଡଲ।

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଏହା କୌଣସି ପ୍ରକୃତ ଘଟଣା ନୁହେଁ। ଏହା ଜନସାଧାରଣକୁ ଯୌତୁକ ବିରୁଦ୍ଧ ରେ ସଚେତନା କରିବା ପାଇଁ ପ୍ରସ୍ତୁତ କରା ଯାଇଥିଲା।
ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ମୈଥିଲୀ ବଜାର୍ଟ ୟୁଟ୍ୟୁବ ଚ୍ୟାନାଲ ୨୦୧୭ ରେ ଲଞ୍ଚ ହେଇଥିଲା। ଏହି ଚ୍ୟାନାଲର ବିବୃତ୍ତିରେ ଉଲ୍ଲେଖ କରା ଯାଇଛି ଯେ ଏହା ମୈଥିଲୀ ଭାଷାର ଏକ ଚ୍ୟାନାଲ ଯେଉଁଥିରେ ମନୋରଞ୍ଜନ ଉଦ୍ଦେଶ୍ୟର ମୈଥିଲୀ ଭାଷାରେ ଅନେକ ଭିଡିଓ ସୃଷ୍ଟି କରି ପୋଷ୍ଟ କରା ଯାଏ।

ଭାଇରାଲ ଭିଡିଓ ପରି ଅନେକ ଭିଡିଓ ଆମେ ମୈଥିଲୀ ବଜାରର ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥବା ପାଇଲୁ। ଏହି ସମସ୍ତ ଭିଡିଓରେ ଆମେ ଭାଇରାଲ ଭିଡିଓରେ ଥିବା କଳାକାର ମାନଙ୍କୁ ଦେଖିବାକୁ ପାଇଲୁ।
https://www.instagram.com/maithilibazar/
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମନୋରଞ୍ଜନ ଏବଂ ଜନସାଧାରଣଙ୍କୁ ଯୌତୁକ ବିରୁଦ୍ଧରେ ସଚେତନ କରିବା ପାଇଁ ସୃଷ୍ଟି କରା ଯାଇଥିବା ଏକ ଭିଡିଓକୁ ଅସଲି ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ବିବାହ ସମୟରେ ଯୌତୁକ ମାଗିଥିବାରୁ ଶଶୁର ନିଜ ଜ୍ଵାଇଁକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
