
26 ଫେବ୍ରୁଆରିରେ ଓଡ଼ିଆ ଏକ୍ସପ୍ରେସ ନାମକ ସାଇଟରେ ଗୋଟିଏ ପୋଷ୍ଟରେ ଏହା ଲେଖା ଯାଇଅଛି ଯେ ପୃଥିବୀ ଭିତରେ କଣ ଅଛି ଏହା ଜାଣିବା ପାଇଁ ବୈଜ୍ଞାନିକ ମାନେ ବହୁତ ପରିଶ୍ରମ କରିଥିଲେ। ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ବୈଜ୍ଞାନିକ ମାନେ ପୃଥିବୀ ପୃଷ୍ଠରେ ଏକ ବିରାଟକାୟ ଗାତ ଖୋଳିବା ଆରମ୍ଭ କରିଦେଲେ , ଓ ଲଗାତାର ଗାତ ଖୋଳିବାକୁ ଲାଗିଲେ , ସେ ପ୍ରାୟ ୧୧୦୦ ମିଟର ଗାତ ଖୋଳିବାକୁ ସଫଳ ହେଲେ।
ବୈଜ୍ଞାନିକଙ୍କୁ ଏହା ଆଶଙ୍କା ଥିଲା କି ସେଠାରେ ପୃଥିବୀର ତାପମାନ ବହୁତ ଅଧିକା ଅଛି , ଓ ଯେପରି ସେମାନେ ତଳକୁ ଯାଉଛନ୍ତି ସେପରି ତାପମାନ ବଢିବାକୁ ଲାଗୁଛି , ଏହାର କାରଣରୁ ମେସିନ୍ ଖରାପ ହୋଇଯାଇଛି , କିନ୍ତୁ ସେତିକିରେ ସେ ହାର୍ ମାନିନଥିଲେ। ବୈଜ୍ଞାନିକମାନେ ଯେବେ ଏହି କାମକୁ ଆରମ୍ଭ କରିଦେଲେ , ତେବେ ଟିମ୍ କୁ ବୋଧେ ଏହା ଜଣା ନଥିଲା କି କେତେ ଭିତରକୁ ଯାଇପାରିବେ , ଓ ସେମାନେ ଗଭିରତାକୁ ଯାଉଥିଲେ, ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ସାଧନ ନଥିବା ହେତୁ ସେମାନେ ତଥାପି ଗାତ ଖୋଳିବା ଜାରି ରଖିଲେ, ତାଙ୍କୁ ଜଣା ନଥିଲା କି ପୃଥିବୀ ତଳେ ତାପମାନ ଏତେ ଗରମ ହେବ , ଯାହା ଅତ୍ୟାଧୁନିକ ଉପକରଣ ବି ଖରାପ କରିଦେଇପାରେ।
ଏହି ଖବରଟି ଫେସବୁକରେ ମଧ୍ୟ ଭାଇରାଲ କରା ଯାଇଅଛି।
ଆମ ଅନୁସନ୍ଧାନରୁ ଏହା ଜଣା ପଡିଲା ଯେ:
୩ ଜୁନ ୨୦୧୦ ମସିହାରେ ନେସନାଲ ଯୋଗ୍ରାଫି ଦ୍ଵାରା ପ୍ରକାସିତ ଗୋଟିଏ ଅନୁଛେଦରେ ଏହା ଛପି ଅଛି ଯେ ଏହି ଘଟଣାଟି ଆମେରିକାର ଗ୍ଵାଟେମାଲା ସହରରେ ଘଟିତ। ଏହା କୁ ସୀଙ୍କ ହୋଲ କୁହାଯାଏ। ସୀଙ୍କ ହୋଲ ହେବା ପାଇଁ ହୁଏ ତ କିଛି ସପ୍ତାହ ଲାଗି ପାରେ ବାଆ କିଛି ବର୍ଷ ମଧ୍ୟ ଲାଗି ପାରେ। ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ସୀଙ୍କହୋଲ ଅଗାଥା ବାତ୍ୟା ବନ୍ୟା ଯୋଗୁ ହେଇଥିଲା। ଏହି ସ୍ସୀଙ୍କହୋଲ ୬୦ ଫୁଟ ଚଉଡା ଓ ୨୦୦ ଫିଟ ଗଭୀର।
ସୀଙ୍କହୋଲ କଣ?
ଯେତେବେଳେ ମାଟି ତଳେ ପାଣି ଜମା ହେଇ ମାଟିର ବିଭିନ୍ନ ସ୍ତରକୁ ଭାରି କରି ଦିଏ ତ ସେହି ଓଜନ ସମ୍ଭାଳି ଣ ପାରି ମାଟି ଧସି ଯାଇ ଥାଏ। ଏହାକୁ ସୀଙ୍କହୋଲ କହନ୍ତି।
ଗ୍ଵାଟେମାଲାରେ ହେଇଥିବା ସୀଙ୍କହୋର କାରଣ ମାଥେ ତଳେ ଥିବା ନାଳରେ ଫାଟ ପଡିବା ଯୋଗୁ ହୋଇଥିବାର ସନ୍ଦେହ କରା ଯାଇଇଅଛି। ଏହି ଫାଟ ଦେଖି ଏହା ମଧ୍ୟ ଅନୁମାନ କରା ଯାଉଅଛି ଯେ ଆସନ୍ତା ଦିନରେ ଏହା ଆହୁରି ବଡ ହୋଇ ଅନେକ ଘର ନଷ୍ଟ କରି ଦେବ।
୧ ଜୁନରେ ଛପି ଥିବା ଏବିସି ନ୍ୟୁଜ ପତ୍ରିକା ଅନୁସାରେ ଅଗାଥା ବାତ୍ୟା ପରେ ଆମେରିକାର ଗ୍ଵାଟେମାଲା ସହରରେ ଗୋଟି ସୀଙ୍କହୋଲ ସୃଷ୍ଟି ହୋଇ ଯାଇଅଛି। ଏହି ସୀଙ୍କହୋଲରେ ଗୋଟିଏ ୩ ମହଲା ଘର ଭୁସୁଡି ପଡିଛି। ରିପୋର୍ଟ ଅନୁସାରେ ଏହି ଗାତର ଗଭୀରତା ୨୦୦ ଫିଟ ଅଟେ। ଏହା ଜଣା ପଡିଛି ଯେ ଏହି ସୀଙ୍କହୋଲ ମାଟି ତଳେ ଯାଇଥିବା ନାଳରେ ଫାଟ ପଡିବା ଯୋଗୁ ହେଇଅଛି। ଯେତେବେଳେ ଏହି ନାଳରେ ଫାଟ ପଡେ, ସେତେବେଲେ ମାଟି ଏପରି ଭୁସୁଡି ପଡେ। ଅତ୍ୟନ୍ତ ଭୟଙ୍କର ବର୍ଷା ଓ ଶୁଖା ପଡିବା କାରଣେ ମାଟି ତଳ ଅଙ୍କ୍ଷ ଖୋଲି ଯାଏ ଓ ମାଟି ଉପର ସ୍ତର ର୍ଭାର ସମ୍ଭାଳି ପାରେ ନାହିଁ। ଏହା ଯୋଗୁ ସୀଙ୍କହୋଲ ସୃଷ୍ଟି ହୋଇଥାଏ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କାରା ଯାଇଥିବା ଦାବିଯେ ଏହି ଗାତ ବୈଜ୍ଞାନିକ ମାନେ ପୃଥିବୀ ତଳେ ଥିବା ରାହାସ୍ୟା ବିଷୟରେ ଜ୍ଞାନ ନେବା ପାଇଁ ଖୋଲା ଯାଇଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା। ଏହି ଗାତର ଅଗାଥା ବାତ୍ୟା ସମୟରେ ଆସିଥିବା ବନ୍ୟା ଯୋଗୁ ହେଇଅଛି। ମାଟି ତଳେ ଥିବା ନାଳରେ ଫାଟ ପଡିବା ଯୋଗୁ ହେଇଥିବା ସମ୍ଭାବନା ଅଛି ବୋଲି ବୈଜ୍ଞାନିକ ମାନେ କହିଛନ୍ତି।

Title:କ’ଣ ବୈଜ୍ଞାନିକ ମାନେ ପୃଥିବୀ ଖୋଲି ଏହା ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ଏହା ଭିତରେ କଣ ରାହାସ୍ୟ ଅଛି? ଜାଣନ୍ତୁ ସତ।
Fact Check By: Siddharth SahuResult: False