ପରିଣିତି ଚୋପ୍ରା ଏବଂ ସୁସାନ୍ତ ସିଂହକୁ ନେଇ ଭାଇଲାର ହେଉଥିବା ଗୁଜବ ମିଥ୍ୟା ଅଟେ।

False Social

21 ଡିସେମ୍ବରରେ Debes Das ନାମକ ଜଣେ ଓଡ଼ିଆ ଫେସବୁକ ୟୁଜର ନିଜ ଆକାଣ୍ଟରେ ପରିଣିତି ଚୋପ୍ରା ଏବଂ ସାବଧାନ ଇଣ୍ଡିଆର ହୋଷ୍ଟ ସୁସାନ୍ତ ସିଂହଙ୍କର ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ଏହି ଦୁଇ କଳାକାର CAA ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ୟାଙ୍କୁ ନିଜ ନିଜ କାମକୁ କାଢ଼ି ଦିଆ ଯାଇଛି। ପରିଣିତି ଚୋପ୍ରାକୁ ବେଟି ବଚାଓ ବେଟି ପଢ଼ାଓ କ୍ୟାମ୍ପେନ ଆମ୍ବାସଡରରୁ କାଢ଼ି ଦିଆ ଯାଇଛି। ସେହି ପରି ସୁସାନ୍ତ ସିଂହକୁ ସ୍ଟାର ଭାରତର ସାବଧାନ ଇଣ୍ଡିଆ ସୋରୁ କାଡ଼ି ଦିଆ ଯାଇଛି। କେବଳ ସେତିକି ନାହିଁ ପୋଷ୍ଟର ତଳେ ମୋଦି ସରକାରକୁ ବିରୋଦ୍ଧ କରାଯାଇଛି ଏବଂ କୁହା ଯାଇଛି ଯେ, ଏଥିରେ ମୋଦି ସରକାର କହୁଥିଲେ ଆମେ ସମାଲୋଚନାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛୁ।

ଏଠାରେ ପୋଷ୍ଟର ଲିଙ୍କ୍ ଦେଖନ୍ତୁ-Facebook Archive

ତେବେ ପୋଷ୍ଟ ପଛର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ  ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ପରିଣିତି ଚୋପ୍ରା ବିଷୟରେ ପ୍ରଥମେ ସର୍ଚ କରିଲୁ। ସର୍ଚରେ ଆମକୁ  Live Hindustan ନ୍ୟୁଜ ପେଜରେ ଏକ ପୋଷ୍ଟ ମିଲିଲା। ପୋଷ୍ଟର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ପରିଣିତି ଚୋପ୍ରା ହରିୟାଣା ସରକାରଙ୍କର ବେଟି ବଚାଓ ବେଟି ପଢ଼ାଓ କ୍ୟାମ୍ପେନର ଆମ୍ବାସଡର 2017 ଏପ୍ରିଲ ଯାଏଁଥିଲେ। ପରିଣିତି ଚୋପ୍ରା 2017 ପରଠାରୁ ଏହି କ୍ୟାମ୍ପେନରେ ଆଉ ମିଶି ନାହାନ୍ତି। ପରିଣିତି ଚୋପ୍ରା ସିଏଏ ବିରୁଦ୍ଧରେ କହିବା ପରେ ତାଙ୍କୁ  ବେଟି ବଚାଓ ବେଟି ପଢ଼ାଓ ଆମ୍ବାସଡର ପଦରୁ କାଢ଼ିବା ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ହିରୟାଣା ସରକାରର ୱିମେନ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟର ଜଣେ ପ୍ରବକ୍ତା ମିଡିଆକୁ ଉପୋରକ୍ତ ସୂଚନା ଦେଇଛିନ୍ତି।

ଏଠାରେ ପୋଷ୍ଟର ଲିଙ୍କ୍ ଦେଖନ୍ତୁ-Live Hindustan  । Archive

ଏହା ଛଡ଼ା ଏଏନଆଇ ନ୍ୟୁଜ ମଧ୍ୟ ହିରୟାଣା ସରକାରଙ୍କର ୱିମେନ ଆଣ୍ଡ ଚାଇଲ୍ଡ ଡେଭଲୋପମେଣ୍ଟର  ପ୍ରବକ୍ତାଙ୍କର ଏହି ସୂଚନା ନିଜ ଟିୱଟର ଆକାଣ୍ଡରେ ପୋଷ୍ଟ କରିଛନ୍ତି। ଟ୍ୱିଟରେ ସ୍ପଷ୍ଟ ଲଖା ଯାଇଛି ଯେ ହରିୟାଣା ସରକାର 2017 ପରଠାରୁ MOU ଯୋଜନା ଆରମ୍ଭ କରିନାହାନ୍ତି।

 ଏଠାରେ ପୋଷ୍ଟର ଲିଙ୍କ୍ ଦେଖନ୍ତୁ-TwitterArchive

ଏହା ଛଡ଼ା ଏହି ସମ୍ବନ୍ଧରେ ହିନ୍ଦି ନ୍ୟୁଜ ପେଜ AJTAK ରେ ଦେଖି ପାରିବେ।

ସେହିପରି ସ୍ଟାରଭାରତରେ ଦେଉଥିବା ପପୁଲାର ସୋ ସାବଧାନ ଇଣ୍ଡିଆର ହୋଷ୍ଟ ସୁସାନ୍ତ ସିଂହକୁ ମଧ୍ୟ CAA ବିରୋଦ୍ଧରେ କହିବାରୁ ତାଙ୍କୁ ମଧ୍ୟ ସୋରୁ କାଡ଼ି ଦେବାର ଦାବି କରାଯାଇଛି। ତେବେ ଏହାକୁ ନେଇ ଆମେ ଗୁଗୁଲ ସର୍ଚ କରିଲୁ। ସର୍ଚରେ ଆମକୁ Shusant singh ନିଜ ଟ୍ୱିଟର ଆକାଉଣ୍ଟରେ ସାବଧାନ ଇଣ୍ଡିଆ ସୋ ରେ ଆଉ କାମ ନ କରିବାର ସୂଚନା ଦେଇଛନ୍ତି। ତେବେ ସେ କ’ଣ ପାଇଁ ସୋ ଛାଡ଼ିଲେ ତାହା ଜାଣିବା ପାଇଁ ସର୍ଚ କରିଲୁ। ସର୍ଚରେ ଆମେ 18 ଡିସେମ୍ବରରେ E Tims ନ୍ୟୁଜ ପେଜରେ ପୋଷ୍ଟ କରାଯାଥିବା ଏକ ଅନୁଚ୍ଛେଦ ପାଇଲୁ  ଯେଉଁଥିରେ ସୁସାନ୍ତ ସିଂହ ଏବଂ ସ୍ଟାର ଭାରତ ଚ୍ୟାଲ ସଦସ୍ୟଙ୍କର ଏହି ସମ୍ପର୍କରେ ଏକ ଇଣ୍ଟରଭିୟୁ ନିଆ ଯାଇଛି। ଏହି ଇଣ୍ଟରଭିୟୁରେ ସୁସାନ୍ତ କହିଛନ୍ତି ଯେ, ସାବଧାନ ଇଣ୍ଡିଆ ସୋ ଛାଡ଼ିବାରେ ମୋର ମନଦୁଃଖ ନାହିଁ। ସେପଟେ  ସ୍ଟାର ଭାରତ ଚ୍ୟାନେଲ ସଦସ୍ୟ ଏହି ଆରୋପକୁ ଖଣ୍ଡନ କରି କହିଛନ୍ତି ଯେ, ସୁସାନ୍ତଙ୍କୁ ସୋରୁ କାଡ଼ିବାର ଉଦେଶ୍ୟ CAA ପ୍ରଦର୍ଶନ ନୁହେଁ।

ଏଠାରେ ଲିଙ୍କ୍ ଦେଖନ୍ତୁ- E Tims  । Archive

ସ୍ଟାର ଭାରତ ସଦଶ୍ୟ ସୂଚନା ଦେଇଛନ୍ତି ଯେ, ସ୍ଟାର ଭାରତ ନୂଆ କଳାକାରମାନଙ୍କୁ ନେଇ ସୋ କରିବାକୁ ଚାହୁଁଛି। ଏହା ଛଡ଼ା ସୁସାନ୍ତ ସିଂହଙ୍କର ଚ୍ୟାନେଲ ସହ ଚୁକ୍ତି 15 ଜାନୁଆରି 2020ରେ ସମାପ୍ତ ହେଉଛି ଏବଂ ତାଙ୍କ ସହ ସବୁ ସୋ ସୁଟ ସରି ସାରିଛି। ସେଥିପାଇଁ ଆମେ ସୁସାନ୍ତ ସିଂହକୁ ସୋରୁ ରିପ୍ଲେସ କରୁଛୁ। ତାଙ୍କୁ କାଡ଼ିବାରେ ଚ୍ୟାନେଲର କୌଣସି ରାଜନୈତିକ ଅଥବା CAA ବିରୋଧ ପ୍ରଦର୍ଶନ ସହ ସମ୍ପର୍କ  ନାହିଁ ।

ତେବେ ସ୍ଟାର ଭାରତ ସୁସାନ୍ତ ସିଂହକୁ କଣ ପାଇଁ କାଡ଼ିଲା ତାହ ସ୍ପଷ୍ଟ ହୋଇନାହିଁ। ଚ୍ୟାନେଲ ତରଫରୁ ସଷ୍ଟ କରାଯାଇଛି ଯେ, ସୁସାନ୍ତ ସିଂହକୁ ସୋରୁ କାଡ଼ିବା CAA ପ୍ରଦର୍ଶନ ସହ କୌଣସି ସମ୍ପର୍କ ନାହିଁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଫେସବୁକରେ CAA ବିରୋଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ ପରିନିତି ଚୋପ୍ରା କୁ ବେଟି ବଚାଓ ବେଟି ପଢ଼ାଓ କ୍ୟାମ୍ପେନରୁ ଏବଂ ସୁସାନ୍ତ ସିଂହକୁ ସାମଧନ ଇଣ୍ଡିଆ ସୋରୁ କାଡ଼ିବା ଦାବି ମିଥ୍ୟା ଅଟେ। ପରିଣିତ ଚୋପ୍ରା ବେଟି ବଚାଓ ବେଟି ପଢ଼ାଓର ଆମ୍ବାସଡର କେବଳ ଗୋଟେ ବର୍ଷ ପାଇଁ ଥିଲେ। 2017 ଏପ୍ରିଲରେ ତାଙ୍କ କଣ୍ଟ୍ରାକ୍ଟ ହରିୟାଣା ସରକାର ସହ ସରିଯାଇଥିଲା। ତେବେ ଏବେ 2017 ପେର ମଧ୍ୟ ହିରୟାଣା ସରକାର ପରିଣିତି ସହ ଏପରି କୌଣସି କଣ୍ଟ୍ରାକ୍ଟ କରିନାହିଁ। ତେବେ ପରିଣିତିଙ୍କୁ ବେଟି ବଚାଓ ବେଟି ପଢ଼ାଓ କ୍ୟାମ୍ପେନରୁ ହଟାଇବା ଗୁଜବ ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ଏହା ପରେ ସୁସାନ୍ତ ସିଂହକୁ CAA ବିରୋଦ୍ଧରେ ପ୍ରଦର୍ଶନ କରିବାରୁ ସ୍ଟାର ଭାରତ ସୋ ସାବଧାନ ଇଣ୍ଡିଆ ସୋରୁ କାଢ଼ିବା ଆରୋପକୁ ସ୍ଟାର ଭାରତ ଚ୍ୟାନେଲ ଖଣ୍ଡନ କରିଛି। 

Avatar

Title:ପରିଣିତି ଚୋପ୍ରା ଏବଂ ସୁସାନ୍ତ ସିଂହକୁ ନେଇ ଭାଇଲାର ହେଉଥିବା ଗୁଜବ ମିଥ୍ୟା ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *