
ଦେଶରେ ପଙ୍ଗପାଳ ଆତଙ୍କକୁ ଦେଖି ଚିନ୍ତାର ବିଷୟ ବନୁଥିବା ବେଳେ ଏବେ ଅନ୍ୟ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ସୋସିଆଲ ମିଡ଼ିଆରେ ପଙ୍ଗପାଳ ଯେପରି ଅସଂଖ୍ୟ ସଂଖ୍ୟାରେ ଘୁରି ବୁଲୁଛନ୍ତି, ସେହିପରି ଅସଂଖ୍ୟ ସଂଖ୍ୟାରେ କାଉ ସାଉଦିଆରବରେ ଘୁରି ବୁଲିଥିବାର ଦେଖା ଯାଉଛି। 30 ମେ ରେ Samir samanta ray ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଭିଡ଼ିଓ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡ଼ିଓରେ ଅସଂଖ୍ୟ ସଂଖ୍ୟାର କାଉ ଘୁରିବୁଲୁଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ସାଉଦି ଆରବରେ ପଙ୍ଗପାଳ ପରି ଅସଂଖ୍ୟ ସଂଖ୍ୟାରେ କାଉ ଘୁରିବୁଲୁଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 323 ଲେକ ଦୋଖି ସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ତେବେ କଣ ସାଉଦି ଆରବରେ କାଉମାନେ ପଙ୍ଗପାଳ ପରି ଏବେ ଘୁରି ବୁଲୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭେର ଆମେ ଭାଇରାଲ ଭିଡ଼ିଓକୁ ଇନବିଡରେ ପକାଇ ଭାଙ୍ଗିଲୁ। ଏହା ପରେ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଭିଡ଼ିଓର କିଛି ଲିଙ୍କ ମିଳିଲା। 23 ଏପ୍ରିଲ 2020 ରେ Metaphysical Archive ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡ଼ିଓ ପାଇଲୁ। ଯେଇଁଥିରେ ଲେଖା ଯାଇଛି ଯେ, ଭିଡ଼ିଓ (Grackles invade Walmart parking lot in Houston, Texas) ଟେକ୍ସାସର ହ୍ୟୁଷ୍ଟନ୍ ୱାଲମାର୍ଟ ପାର୍କିଂ ଜାଗାରେ କାଉମାନେ ଏପରି ଆକ୍ରମଣ କରିଛନ୍ତି। ଭାଇରାଲ ଭିଡ଼ିଓ ଆମେରିକା ଟେକ୍ସାସ ସୁପରମାର୍କେଟ ପାର୍କିଂ ଅଞ୍ଚଳର ବୋଲି ଲେଖା ଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ viralHog ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡ଼ିଓ ମିଳିଲା। ଯାହାକି 17 ଏପ୍ରିଲରେ ପୋଷ୍ଟ କରାଯାଇ ଲେଖା ଯାଇଛି ଯେ, ଏହା 6 ଡିସେମ୍ବର 2016 ମସିହାରେ ଟକ୍ସାସ ୟୁଏସଏରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଭାଇରାଲ ଭିଡ଼ିଓ ସାଉଦିଆରବର ନୁହେଁ। ସୂର୍ଯ୍ୟ ଅସ୍ତ ହେଲାପରେ ଟେକ୍ସାସ ସୁପର ମାର୍କେଟରେ ଏପରି ସ୍ଥିତି ଦେଖାବକୁ ମିଳିଥିଲା। ଏହା କେବଳ ଏବେ ନୁହେଁ ଏପରି ଅନେକ ଥର ଏହି ଘଟଣା ଦେଖବାକୁ ମିଳେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- ViralHog Youtube
ଏହା ପରେ ଆମେ ଭାଇରାଲ ଭିଡ଼ିଓରେ ଥିବା ଇମେଜକୁ ଗୁଗୁଲରେ ଖୋଜି ସର୍ଚ୍ଚ କରିଲୁ। ଗୁଗୁଲରେ ଆମେ Carrollton, Texas ଲେଖି ସର୍ଚ କରିଲୁ। ଏଥିରେ ଆମକୁ ଜାଗାର ଲୋକେସନ ମିଳିଲା।

ଏଠାରେ ଲିଙ୍କ ଦେଖନ୍ତୁ- Carrollton, Texas
ଆମେ ଭଆଇରାଲ ଭିଡ଼ିଓରେ ଥିବା ଏମେଜ ଏବଂ ଆମକୁ ମିଳିଥିବା ଇମେଜ ସହ ବିଷ୍ଳେଶଣ କରିଲୁ। ତଳେ ଫୋଟୋର ବିଷ୍ଳେଶଣ ଦେଖନ୍ତୁ। ଆମକୁ ମିଳିଥିବା ଇମେଜରେ ଏକ ଲାଇଟ ଖୁଣ୍ଟ ,Hmart ଦେଖିବାକୁ ପାଉଛୁ। ଏହା ଆମେ ଭାଇରାଲ ଭିଡ଼ିଓରେ ମଧ୍ୟ ଦେଖିବାକୁ ପାଉଛୁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡ଼ିଓ ଆମେରିକା US ର ଅଟେ । ଭାଇରାଲ ଭିଡ଼ିଓ ସାଉଦି ଆରବର ଅଟେ। ଭାଇରାଲ ଭିଡ଼ିଓ କିଛି ବର୍ଷ ପୁରୁଣା ଅଟେ। ପଙ୍ଗପାଳ ଆତଙ୍କ ପରି ଏହାର କୌଣସି ସମ୍ପର୍କ ନାହିଁ।

ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରଲ ଭିଡ଼ିଓରେ ପଙ୍ଗପାଳ ପରି କାଉମାନେ ଘୁରିବୁଲୁଥିବା ଦୃଶ୍ୟ ସାଉଦି ଆରବର ନୁହେଁ ବରଂ ଆମେରିକା ଟେକ୍ସସ ଅଞ୍ଚଳର ଅଟେ। ଏବଂ ଏହି ଦୃଶ୍ୟ ଅନେକ ଥର ସୂର୍ଯ୍ୟ ଅସ୍ତ ହେଲା ପରେ ଦେଖା ଯାଏ।

Title:ପଙ୍ଗପାଳପରି ଘୁରିବୁଲୁଥିବା ଅସଂଖ୍ୟ କାଉଙ୍କ ଏହି ଦୃଶ୍ୟ ସାଉଦି ଆରବର ନୁହେଁ ବରଂ US ଟେକ୍ସାସ୍ ଅଞ୍ଚଳ ଅଟେ।
Fact Check By: Saritadevi SamalResult: False