ଶ୍ରୀରାମ ମନ୍ଦିର ଜନ୍ମଭୂମି ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳଦାସ ଙ୍କ ନିଧନ ନେଇ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ମିଥ୍ୟା ଅଟେ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ହସ୍ପିଟାଲ୍ ଗ୍ରସ୍ତର ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବ୍ୟକ୍ତିଙ୍କ ସାମନାରେ ନତମସ୍ତକ ହୋଇ ତାଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ସେହି ବ୍ୟକ୍ତି ହେଉଛନ୍ତି ଶ୍ରୀରାମ ମନ୍ଦିର ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳଦାସ। ତାଙ୍କ ନିଧନ ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି […]

Continue Reading

ରାସ୍ତା ଧସି ପଡ଼ିଥିବାରୁ ଜଣେ ମହିଳା ତାହାର ଶିକାର ହୋଇଥିବା ଭିଡିଓ ବ୍ରାଜିଲ୍ ଦେଶର ଅଟେ ଅଯୋଧ୍ୟାର ନୁହେଁ। 

ଅଯୋଧ୍ୟାରେ ନବନିର୍ମିତ ରାମପଥର ଅନେକ ସ୍ଥାନରେ ଗାତ ଏବଂ ପାଣି ଜମା ହେବା ପରେ ଉତ୍ତରପ୍ରଦେଶ ସରକାର ନାଗରିକ ଏଜେନ୍ସିର ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ୨୩ ଜୁନ୍ ଏବଂ ୨୫ ଜୁନ୍ ରେ ବର୍ଷା ପରେ ରାମ ପଥରେ ପ୍ରାୟ ୧୫ ଟି ଗାଡ଼ି ଏବଂ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପୃଷ୍ଠଭୂମିରେ ଜଣେ ମହିଳା ରାସ୍ତାରେ ଚାଲୁଥିବା ସମୟରେ ହଠାତ୍ ରାସ୍ତା ଧସିଥିଲା ଯାହା ହେତୁ ସେହି ମହିଳା ସେଥିରେ […]

Continue Reading

କ’ଣ ବର୍ଷା ହେତୁ ଅଯୋଧ୍ୟାର ନୂତନ ନିର୍ମାଣ ହୋଇଥିବା ପାଚେରି ଧସି ପଡ଼ିଛି? ଜାଣନ୍ତୁ ସତ୍ୟତା।

ପ୍ରଥମ ମୌସମି ପରେ ନୂତନ ଭାବରେ ନିର୍ମିତ ହୋଇଥିବା ଅଯୋଧ୍ୟା ଧାମ ରେଳ ଷ୍ଟେସନର ପାଚେରି ଧସି ପଡିଥିବା ଦାବି ସହିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୬ ମାସ ପୂର୍ବରୁ ପ୍ରଶାନମନ୍ତ୍ରୀ ମୋଦୀ ଏହି ଷ୍ଟେସନର ଉଦ୍ଘାଟନ କରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ରେଳବାଇ ଅଧିକାରୀ ମାନେ ସ୍ପଷ୍ଟ କରିଛନ୍ତି ଯେ ଧସି ପଡ଼ିଥିବା ପାଚେରି ଷ୍ଟେସନର ନୁହେଁ ବରଂ ଏହା ରେଳବାଇ ଜମିର […]

Continue Reading

ଏହା ସରକାରୀ କର୍ମଚାରୀଙ୍କ ଅଯୋଧ୍ୟାରେ ଲୋକଙ୍କ ଘର ଭାଙ୍ଗିବାର ଏକ ଭିଡିଓ କି? ଜାଣନ୍ତୁ ସତ୍ୟତା।

୨୦୨୪ ଲୋକସଭା ନିର୍ବାଚନ ରେ ଫୈଜାବାଦ ଆସନରେ ବିଜେପିର ପରାଜୟ ପରେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ, ଲୋକଙ୍କ ଘର ଭଙ୍ଗା ଯାଉଥିବା ସମୟରେ ଜଣେ ମହିଳା ନିଜ କୋଳରେ ଶିଶୁ ସହିତ କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ, “ଏହି ଭିଡିଓ ଅଯୋଧ୍ୟାର ଅଟେ, ଯେଉଁଠାରେ ବିଜେପିର ପରାଜୟ ପରେ ଲୋକଙ୍କ ଘର ଭାଙ୍ଗି ଦିଆ ଯାଉଛି।” କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଲାଇଟ୍ ଶୋ ର ଏହି ସୁନ୍ଦର ଦୃଶ୍ୟ ଅଯୋଧ୍ୟାର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଲାଇଟ୍ ଶୋ ର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ବିଶାଳ ପଡିଆରେ ଲୋକଙ୍କ ଉପସ୍ଥିତିରେ ଲାଇଟ୍ ଶୋ ଆୟୋଜିତ କରା ଯାଇଛି ଯେଉଁଥିରେ ବିଭିନ୍ନ ଆକାର ସୃଷ୍ଟି ହେଉଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଲାଇଟ୍ ଶୋ ଅଯୋଧ୍ୟାରେ ଆୟୋଜିତ ହୋଇଛି। ଜଣେ ଉପଭୋକ୍ତା ଲେଖିଛନ୍ତି, “ଅଯୋଧ୍ୟା ରେ ସୁନ୍ଦର ଲାଗୁଛି ଲାଇଟି ଭ୍ୟୁ।“ Facebook | Archive […]

Continue Reading

କ’ଣ ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ଦାନ ସଂଗ୍ରହ କରା ଯାଉଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଅନେକ ମୁଖ୍ୟ ଅତିଥି ସମେତ ୫ ଲକ୍ଷରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ଏହି ପ୍ରସଙ୍ଗରେ, କିଛି ଲୋକ ଏକ ଦାନ ବାକ୍ସରୁ ଟଙ୍କା ସଂଗ୍ରହ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି | ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ଦାନ ସଂଗ୍ରହର ଭିଡିଓ ଅଟେ। କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଫୋଟୋ ନେଉଥିବା ଏହି ଫୋଟୋଗ୍ରାଫର ଭାବବିହ୍ବଳ ହୋଇ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଫୋଟୋଗ୍ରାଫରଙ୍କ କାନ୍ଦୁଥିବା ଇମେଜ୍ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଫୋଟୋଗ୍ରାଫର ଅଜୋଧ୍ୟାରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଫୋଟୋ ନେଉଥିବା ସମୟରେ ଭାବବିହ୍ବଳ ହୋଇ କାନ୍ଦିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୯ ମସିହାର ଏକ ଫୁଟବଲ୍ ମ୍ୟାଚ୍ ସମୟର ଫୋଟୋ ଅଟେ ଯାହାକୁ ଅଯୋଧ୍ୟାରେ ରାମଙ୍କର ପ୍ରାଣ ପ୍ରତିଷ୍ଠା ସହିତ ଯୋଡି ଭାଇରାଲ କରା ଯାଉଛି।  କ’ଣ ଦାବି […]

Continue Reading

କ’ଣ ଏହା ନେପାଲର ଲୋକମାନେ ଉପହାର ନେଇ ଅଯୋଧ୍ୟା ରାମ ମନ୍ଦିର ଆସୁଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

ଅଯୋଧ୍ୟାରେ ଥିବା ରାମ ମନ୍ଦିର ୨୨ ଜାନୁଆରୀ ୨୦୨୪ ରେ ଉଦ୍ଘାଟିତ ହେବାକୁ ଯାଉଛି। ଉଦ୍ଘାଟନ ପୂର୍ବରୁ ଏହାକୁ ପ୍ରସ୍ତୁତ କରିବା ପାଇଁ ମନ୍ଦିରରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଖବର ମୁତାବକ, ରାମ ମନ୍ଦିରର ଉଦଘାଟନ ପୂର୍ବରୁ ୫୦୦ ଲୋକଙ୍କର ଏକ ଶୋଭାଯାତ୍ରା, ପ୍ରଭୁ ରାମଙ୍କ ପାଇଁ ବିବାହ ଉପହାର ରୂପେ ଉଦ୍ଦିଷ୍ଟ ୧୧୦୦ ଟୋକେଇ ସାମଗ୍ରୀ ନେଇ ସୀତାଙ୍କ ଜନ୍ମସ୍ଥାନ ନେପାଳର ଅଯୋଧ୍ୟାରେ ପହଞ୍ଚିବେ। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ […]

Continue Reading

ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ସହିତ ଏହି ଭାଇରାଲ ଭିଡିଓର କୌଣସି ସମ୍ପର୍କ ନାହିଁ।

ମନ୍ଦିରର 3D ଆନିମେସନ୍ ର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।  ଭିଡିଓ ସେୟାର କରି ଉପଭୋକ୍ତାମାନେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ସରକାରୀ ଆନିମେସନ୍ ବିଷୟରେ କହୁଛନ୍ତି। ଏହା ସହିତ ସେମାନେ ଏହା ମଧ୍ୟ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପରେ ଏହା ଏହିପରି ଦେଖାଯିବ। Muna Bhai ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଅଯୋଧ୍ୟା ରାମ ଜନ୍ମଭୂମି ଶ୍ରୀରାମ […]

Continue Reading

କ’ଣ ନିର୍ବାଚନ ଜିତିବା ପରେ ଅଖିଲେଶ ଯାଦବ ପ୍ରକୃତରେ ଅଯୋଧ୍ୟାର ନାମ ବଦଳାଇବାର ପ୍ରତିଶ୍ରୁତି ନେଇଛନ୍ତି? ଜାଣନ୍ତୁ ସତ୍ୟ।

ଆସନ୍ତା ବର୍ଷ ୨୦୨୨ ରେ ଉତ୍ତରପ୍ରଦେଶ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ପୋଷ୍ଟରେ ରିପବ୍ଲିକ ଭାରତ ନ୍ୟୁଜ ଚ୍ୟାନାଲର ଏକ ସ୍କ୍ରିନଶଟ୍ ଦେଖିବାକୁ ମିଳିଛି ଯେଉହନୀରେ ଲେଖା ଯାଇଛି ଯେ ନିର୍ବାଚନ ଜିତିବା ପରେ ଅଖିଲେଶ ଯାଦବ ଅଯୋଧ୍ୟାର ନାମ ବଦଳାଇବାର ନିଷ୍ପତ୍ତି ନେଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୮ ନଭେମ୍ବରରେ ସତୀଶ […]

Continue Reading

ଅଶୋକ ବାଟୀକାରେ ସୀତା ମାତା ବ୍ୟବହାର କରୁଥିବା ଆସ୍ଥାନ ଗତକାଲି ଶ୍ରୀଲଙ୍କାରୁ ଅଯୋଧ୍ୟାରେ ପହଂଚିଛି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଏଥିରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଖାଯାଉଛନ୍ତି। 3:34 ମିନିଟର ଏହି ଭିଡିଓରେ କେତେକ ସାଧୁ ଏକ ବିମାନରୁ ଓହ୍ଲାଇଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଶ୍ରୀଲଙ୍କାର ଅଶୋକା ଭାଟିକା ଯେଉଁଥିରେ ସୀତା ବସିଥିଲେ ଶ୍ରୀଲଙ୍କା ଏୟାରଲାଇନ୍ସ ମାଧ୍ୟମରେ ଅଯୋଧ୍ୟାକୁ ଅଣାଯାଇଛି।  ସତ୍ୟତା- ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ,ଏହି ଭାଇରାଲ ଭିଡିଓ ଶ୍ରୀଲଙ୍କାରୁ କୁଶୀନଗର ଆସିଥିବା ଭଗବାନ […]

Continue Reading

ଦିଲ୍ଲୀ ରେଳ ଷ୍ଟେସନର ଏକ କାଳ୍ପନିକ ଡିଜାଇନକୁ ଅଯୋଧ୍ୟା ରେଳ ଷ୍ଟେସନ ଦାବିରେ ଭାଇରାଲ କରାଯାଉଛି।

ଉତ୍ତର ପ୍ରଦେଶ ନିର୍ବାଚନ ଯେତିକି ପାଖକୁ ଆସୁଛି ସେତିକି ଅଧିକ ଫଟୋ ଏବଂ ଖବର ଯୋଗୀ ଆଦିତ୍ୟନାଥ ନାମରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏକ ରେଳ ଷ୍ଟେସନ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫଟୋ ଅଯୋଧ୍ୟାର ଅଟେ। ଭାଇରାଲ ଫଟୋକୁ ଯୋଗି ଆଦିତ୍ୟନାଥଙ୍କ ସଫଳତାର ପ୍ରଶଂସା କରି ପୋଷ୍ଟ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ।  19 ସେପ୍ଟେମ୍ବରରେ Voice Of […]

Continue Reading

କ’ଣ ମନ୍ଦିରରେ ଏକ ମାନଙ୍କଡ ଘଣ୍ଟି ବଜାଉଥିବାର ଏହି ଭିଡିଓ ଅଯୋଧ୍ୟା ରାମ ମନ୍ଦିରର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ମନ୍ଦିରରେ ଆଳତି ହେବା ସମୟରେ ଏକ ମାନକଡ ଘଣ୍ଟି ବନ୍ଧା ହୋଇଥିବା ଏକ ପୋଲ ଉପରେ ଚଢି ଘଣ୍ଟି ବଜାଉଛି। ପୋଷ୍ଟ ଦାବି ଅନୁଯାୟୀ ଏହି ଘଟଣା ଅଯୋଧ୍ୟା ରାମ ମନ୍ଦିରର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? 9 ଅଗଷ୍ଟରେ ଜଣେ ଫେସବୁକ ୟୁଜର ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି […]

Continue Reading

ଗୁଜୁରାଟର ଚୁଲି ଜୈନ ମନ୍ଦିର ଭିଡିଓକୁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ମନ୍ଦିର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଅତ୍ୟନ୍ତ ସୂନ୍ଦର ଦେଖାଯାଉଥିବା ଏହି ମିନ୍ଦିର ଅଯୋଧ୍ୟାର ରାମ ମନ୍ଦିର ଅଟେ। ଭିଡିଏରେ ରାମ ମନ୍ଦିର ପ୍ରସ୍ତୁତି ପ୍ରଣାଣିକୁ ଦର୍ଶା ଯାଇଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ ଦେଖାଯାଉଥିବା ମନ୍ଦିର ରାମ ମନ୍ଦିର ନୁହେଁ। 25 ଜୁଲାଇରେ Rasmita Senapati ନାମକ ଜଣେ ଫେସବକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି […]

Continue Reading

ଦୁବାଇର ପ୍ରସିଦ୍ଧ ପଦ୍ମ ଜୁମେରାହର ଫଟୋକୁ ଅଯୋଧ୍ୟାର କହି ଭାଇରାଲ କରାଯାଉଛି।

ଅଯୋଧ୍ୟାକୁ ସୁମନ୍ଦର କରିବା ପାଇଁ ସରକାର ଅନେକ ଯୋଜନା ଚଲାଇଛି। ଏହା ଛଡ଼ା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ସହରକୁ ନେଇ ମଧ୍ୟ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବା ସହ କିଛି ମିଥ୍ୟା ଖବର ଭିନ୍ନ ପୋଷ୍ଟ ମାଧ୍ୟମରେ ଭାଇରାଲ ହେବାରେଲାଗିଛି। ଏହିପରି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଏକ ସହର ପାଣି ମଧ୍ୟରେଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଫଟୋରେଥିବା ସହର […]

Continue Reading

ୟୁପିର କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ କାର୍ଯ୍ୟର ଫଟୋକୁ ଅଯୋଧ୍ୟା ରାମ ମନ୍ଦିର ଦାବିରେ ଭାଇରାଲ କରାଯାଉଛି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ଆୟୋଯନ କରାଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ ନିର୍ମାଣ କାର୍ଯ୍ୟର ଫଟୋ ଭାଇରାଲା ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ,ଭାଇରାଲ ଫଟୋ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   1 ନଭେମ୍ବରରେ Abhiram Mhakul ନାମକ ଜଣେ ଫେସବୁକ ୟୁଜର […]

Continue Reading